ETV Bharat / sports

ISL-7: ଆଜି ନର୍ଥଇଷ୍ଟକୁ ଭେଟିବ ଓଡିଶା ଏଫ୍‌ସି

author img

By

Published : Feb 14, 2021, 3:00 PM IST

ଆଜି ଆଇଏସଏଲରେ ଖେଳାଯିବ ସନଡେ ଡବଲ ହେଡର ମ୍ୟାଚ । ପ୍ରଥମ ମ୍ୟାଚରେ ଓଡିଶା ଏଫ୍‌ସିକୁ ଭେଟିବ ନର୍ଥଇଷ୍ଟ ୟୁନାଇଟେଡ୍‌ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ISL-7: ଆଜି ନର୍ଥଇଷ୍ଟକୁ ଭେଟିବ ଓଡିଶା ଏଫ୍‌ସି
ISL-7: ଆଜି ନର୍ଥଇଷ୍ଟକୁ ଭେଟିବ ଓଡିଶା ଏଫ୍‌ସି

ପାଣାଜି: ଆଜି ଆଇଏସଏଲରେ ଖେଳାଯିବ ସନଡେ ଡବଲ ହେଡର ମ୍ୟାଚ । ପ୍ରଥମ ମ୍ୟାଚରେ ଓଡିଶା ଏଫ୍‌ସିକୁ ଭେଟିବ ନର୍ଥଇଷ୍ଟ ୟୁନାଇଟେଡ୍‌ । ସନ୍ଧ୍ୟା 5ଟାରେ ତିଲକ ମଇଦାନରେ ମୁହାଁମୁହିଁ ହେବେ ଉଭୟ ଦଳ ।

ତେବେ ଆଜିର ମ୍ୟାଚକୁ ନେଇ ଓଡିଶାର ନୂତନ କୋଚ ପେଟନ କହିଛନ୍ତି ଯେ, ବ୍ଲାଷ୍ଟର୍ସ ବିପକ୍ଷରେ ଆମେ 2ଟି ଚମତ୍କାର ଗୋଲ୍‌ କରିଥିଲୁ । ଆମେ ସକାରାତ୍ମକ ଅଛୁ । ଆମେ ନର୍ଥଇଷ୍ଟ ବିପକ୍ଷରେ ଭଲ ପ୍ରଦର୍ଶନ କରିବୁ ।

ସୂଚନାଥାଉକି, ଓଡିଶା ଏଫ୍‌ସି ଏଯାବତ୍‌ 16ଟି ମ୍ୟାଚ ଖେଳିଛି । ଗୋଟିଏରେ ବିଜୟ ହାସଲ କରିଥିବାବେଳେ 6ଟି ଡ୍ର ଖେଳିଛି ଓ 9ଟିରେ ପରାସ୍ତ ହୋଇଛି । ଫଳରେ ଦଳ ପଏଣ୍ଟ ଟେବୁଲରେ 9 ପଏଣ୍ଟ ସହ 11ତମ ସ୍ଥାନରେ ରହିଛି ।

ସେହିପରି ବିପକ୍ଷ ଦଳ ନର୍ଥଇଷ୍ଟ 16ଟି ମ୍ୟାଚ ଖେଳି 5ଟିରେ ବିଜୟ ହାସଲ କରି 23ପଏଣ୍ଟ ସହ 5ମ ସ୍ଥାନରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.