ନୂଆଦିଲ୍ଲୀ: ଭାରତର ପ୍ରମୁଖ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଇ ଲିଗ୍ 2020-21ର ସଂସ୍କରଣ କୋଲକାତାରେ ଖେଳାଯିବ। ସର୍ବ ଭାରତୀୟ ଫୁଟବଲ ମହାସଂଘ ଲିଗ୍ ସମିତି ସହ ଶୁକ୍ରବାର ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନେଇଛି ।
ଏଆଇଏଫଏଫର ଉପାଧ୍ୟକ୍ଷ ସୁବ୍ରତ ଦତ୍ତ କହିଛନ୍ତି ଯେ, ପ୍ରତିଯୋଗୀଙ୍କ ପାଇଁ ଏସଓପି ପ୍ରସ୍ତୁତ ହୋଇଯାଇଛି ।
ସୂଚନାଥାଉକି, 2ଟି ନୂଆ କ୍ଲବ ଚଳିତବର୍ଷ ଆଇଲିଗରେ ଡେବ୍ୟୁ କରିବେ । ଦିଲ୍ଲୀର ସୁଦେଓ୍ବା ଏଫସି ଓ ବିଶାଖାପାଟନମର ଶ୍ରୀନିଧି ଏଫସିକୁ ଚଳିତବର୍ଷ ଖେଳିବାର ଅନୁମତି ମିଳିସାରିଛି ।