ETV Bharat / sports

ଫୁଟବଲ କିମ୍ବଦନ୍ତୀ ମାରାଡୋନାଙ୍କ ଦେହାନ୍ତ - ଫୁଟବଲ କିମ୍ବଦନ୍ତୀ ଡିଏଗୋ ମାରାଡୋନା

ଆରପାରିରେ ଫୁଟବଲ କିମ୍ବଦନ୍ତୀ ଡିଏଗୋ ମାରାଡୋନା । ହୃଦଘାତ ଯୋଗୁଁ ଏହି ଆର୍ଜଣ୍ଟିନା ଫୁଟବଲ କିମ୍ବଦନ୍ତୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଗତ କିଛି ଦିନ ତଳେ ତାଙ୍କ ମସ୍ତିସ୍କ ଅସ୍ତ୍ରୋପଚାର ହୋଇଥିଲା। ଅଧିକ ପଢ଼ନ୍ତୁ...

ଫୁଟବଲ କିମ୍ବଦନ୍ତୀ ଡିଏଗୋ ମାରାଡୋନାଙ୍କ ଦେହାନ୍ତ

author img

By

Published : Nov 25, 2020, 10:38 PM IST

Updated : Nov 25, 2020, 10:50 PM IST

ନୂଆଦିଲ୍ଲୀ: ଆରପାରିରେ ଫୁଟବଲ କିମ୍ବଦନ୍ତୀ ଡିଏଗୋ ମାରାଡୋନା । ହୃଦଘାତ ଯୋଗୁଁ ଆର୍ଜଣ୍ଟିନାର ଏହି ଭେଟେରାନ ଫୁଟବଲରଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଗତ କିଛି ଦିନ ତଳେ ତାଙ୍କ ମସ୍ତିସ୍କ ଅସ୍ତ୍ରୋପଚାର ହୋଇଥିଲା । ମୁଣ୍ଡରେ ରକ୍ତ ଜମାଟ ବାନ୍ଧିବା ଯୋଗୁଁ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଏହାପରେ ସେ ଡାକ୍ତରଖାନାରୁ ଘରକୁ ଫେରିଥିଲେ । ଡାକ୍ତର ତାଙ୍କୁ କିଛି ଦିନ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ।

ମାରାଡୋନାଙ୍କ ଦେହାନ୍ତ ହୋଇଥିବା ତାଙ୍କର ଜଣେ ସମ୍ପର୍କୀୟ ସୂଚନା ଦେଇଛନ୍ତି । 1986 ମସିହାରେ ତାଙ୍କ ନେତୃତ୍ବରେ ଆର୍ଜେଣ୍ଟିନା ବିଶ୍ବକପ ଫୁଟବଲ ଜିତି ପାରିଥିଲା । ସେହି ସମୟରେ ବିଶ୍ବରେ ଜଣେ ଜବରଦସ୍ତ ଫୁଟବଲ ଖେଳାଳି ଭାବେ ସେ ବେଶ ସୁନାମ ଅର୍ଜନ କରିଥିଲେ । ତେବେ ଗତ କିଛି ବର୍ଷ ହେବ ସେ ଡ୍ରଗସ ନେଉଥିଲେ ।

ଏଥିପାଇଁ ବହୁ ସମୟରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନ୍ନତି ଦେଖିବାକୁ ମିଳିଥିଲା । 1977 ମସିହାରେ ସେ ଆର୍ଜେଣ୍ଟିନା ପକ୍ଷରୁ ଖେଳିବା ଆରମ୍ଭ କରିଥିଲେ । ଏହାସହ ବିଭିନ୍ନ ଫୁଟବଲ କ୍ଲବ ସହ ଜଡ଼ିତ ରହିଥିଲେ ମାରୋଡୋନା ତାଙ୍କ ମୃତ୍ୟୁ ପରେ ବିଶ୍ବ ଫୁଟବଲରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।

@ani

Last Updated : Nov 25, 2020, 10:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.