ନୂଆଦିଲ୍ଲୀ: ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ ଖୁବଶୀଘ୍ର ଭାରତୀୟ ଦଳର ପରବର୍ତ୍ତୀ କୋଚ ନିଯୁକ୍ତ କରିବ । ଏନେଇ ପ୍ରକିୟା ଆରମ୍ଭ ହୋଇଛି । ଏଆଇଏଫଏଫର ଟେକ୍ନିକାଲ କମିଟି 4ଜଣଙ୍କୁ ଏଥିପାଇଁ ଚୟନ କରିଛି । ଭାରତୀୟ ଫୁଟବଲ ଦଳର କୋଚ ଦୌଡ଼ରେ, କ୍ରୋଏସିଆର ଇଗର ଷ୍ଟିମାକ ଆଗରେ ଅଛନ୍ତି ।
କୋଚ ଦୌଡରେ ଅନ୍ୟ ତିନି ଜଣ ଶ୍ରେଷ୍ଠ ଖେଳାଳୀ ମଧ୍ୟ ଅଛନ୍ତି । ସେମାନେ ହେଲେ ସ୍ବିଡେନର ପୂର୍ବତନ କୋଚ ହକନ ଏରିକ୍ସନ । ସାଉଥ କୋରିଆନର ଦୁଇଥରର ବିଶ୍ବକପ ବିଜେତା ଖେଳାଳି ଲି-ମିନ-ସଙ୍ଗ । କୋଚ ପାଇଁ ଅନ୍ୟତମ ଆଶାୟୀ ଭାବେ ଅଛନ୍ତି ଆଲବର୍ଟ ରୋକା । ସେ ପୂର୍ବରୁ ଭାରତରେ ବେଙ୍ଗାଲୁରୁ ଏଫସି ଦଳର କୋଚ ରହିସାରିଛନ୍ତି । ଦଳକୁ ସଫଳ ମଧ୍ୟ କରାଇଛନ୍ତି ।
ଏଆଇଏଫଏଫର ଟେକ୍ନିକାଲ କମିଟି କୋଚ ଚୟନ କରିବେ । କମିଟିର ମୁଖ୍ୟ ଶ୍ବାମ ଥାପ୍ପା ଗୁରୁବାର ଅପରାହ୍ନ 2.00ଟାରେ ସବୁ ଆଶାୟୀଙ୍କ ଇଣ୍ଟରଭ୍ୟୁ ନେବେ । ପୂର୍ବରୁ ଷ୍ଟିଫେନ କନଷ୍ଟାଣ୍ଟିନ ଭାରତୀୟ ଦଳର କୋଚ ପଦ ଛାଡିବା ପରେ ଏହି ପଦ ଖାଲି ପଡିଛି ।