ETV Bharat / sports

କୋରୋନା ଭାଇରସ: ଇଂଲିସ ଫୁଟବଲ ଲିଗର 10 ସଦସ୍ୟ ପଜିଟିଭ ଚିହ୍ନଟ

ଇଂଲିସ ଫୁଟବଲ ଲିଗ ଚମ୍ପିଆନସିପର 10ଜଣ ସଦସ୍ୟଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି ।

10 people test COVID-19 positive in English Championship
କୋରୋନା ଭାଇରସ: ଇଂଲିସ ଫୁଟବଲ ଲିଗର 10 ସଦସ୍ୟ ପଜିଟିଭ ଚିହ୍ନଟ
author img

By

Published : May 31, 2020, 4:47 PM IST

ଲଣ୍ଡନ: ଫୁଟବଲ କ୍ଳବରେ ବୃଦ୍ଧି ପାଉଛି କୋରୋନା ସଂକ୍ରମିତ ସଦସ୍ୟଙ୍କ ସଂଖ୍ୟା । ସଦସ୍ୟ ସୂଚନା ଅନୁଯାୟୀ ଇଂଲିସ ଫୁଟବଲ ଲିଗ ଚମ୍ପିଆନସିପର 10ଜଣ ସଦସ୍ୟ(ଖେଳାଳି/ଷ୍ଟାଫ୍)ଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି ।

ମେ 28 ଓ 29 ତାରିଖରେ 24ଟି ଚମ୍ପିଆନସିପ୍ କ୍ଳବର 1058 ସଦସ୍ୟଙ୍କ ଟେଷ୍ଟ କରାଯାଇଥିଲା । ସେଥିମଧ୍ୟରୁ 10ଜଣଙ୍କ ରିପୋର୍ଟ ପଜିଟିଭ ଥିବା ଜଣାପଡିଛି । ଏନେଇ ଇଏଫଏଲ ପକ୍ଷରୁ ଘୋଷଣା କରାଯାଇଛି ।

ତେବେ ପଜିଟିଭ ସମସ୍ତଙ୍କୁ ଚିକିତ୍ସା ପାଇଁ ସେଲ୍ଫ ଆଇସୋଲେସନରେ ରଖାଯାଇଛି । ଅନ୍ୟପଟେ ରିପୋର୍ଟ ନେଗେଟିଭ ଥିବା ଖେଳାଳିଙ୍କୁ ଅଭ୍ୟାସ ପାଇଁ ଷ୍ଟାଡିୟମ ଭିତରକୁ ପ୍ରବେଶ ଅନୁମତି ପ୍ରଦାନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.