ETV Bharat / sports

WTC Final: ବୁଧବାର ମହାମୁକାବିଲା, ଏମିତି କହିଲେ ବିରାଟ ଓ ସ୍ମିଥ୍‌..

author img

By

Published : Jun 5, 2023, 10:01 PM IST

ବିଶ୍ବ ଟେଷ୍ଟ୍ ଚମ୍ପିଆନ୍‌ସିପ୍ ଫାଇନାଲ୍ ମ୍ୟାଚ୍‌ ପାଇଁ ଆରମ୍ଭ ହେଲାଣି କାଉଣ୍ଟ୍‌ ଡାଉନ୍‌ । ବୁଧବାର ଠାରୁ ଆରମ୍ଭ ହେବ ମହାମୁକାବିଲା । ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି ଦୁଇ ଦଳର ଦୁଇ ଭେଟେରାନ୍‌ ବ୍ୟାଟର ବିରାଟ କୋହଲି ଓ ଷ୍ଟେଭ୍‌ ସ୍ମିଥ୍‌ । ଅଧିକ ପଢ଼ନ୍ତୁ

WTC ଫାଇନାଲ୍କୁ‌ ନେଇ ଏମିତି କହିଲେ ବିରାଟ ଓ ସ୍ମିଥ୍‌

ଲଣ୍ଡନ: ଆସନ୍ତା ଜୁନ୍‌ ୭ ତାରିଖରୁ ଅର୍ଥାତ ବୁଧବାର ଠାରୁ ଆରମ୍ଭ ହେବ ବିଶ୍ବ ଟେଷ୍ଟ୍ ଚମ୍ପିଆନ୍‌ସିପ୍ ଫାଇନାଲ୍ ମ୍ୟାଚ୍‌ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ହାଇ ପ୍ରୋଫାଇଲ ମ୍ୟାଚ୍‌ ଖେଳାଯିବ । ଏହି ଟ୍ରଫିର ପ୍ରଥମ ସଂସ୍କରଣରେ ନ୍ୟୁଜିଲାଣ୍ଡ ଠାରୁ ହାରିବା ପରେ ଲଗାତର ଦ୍ବିତୀୟ ଥର ପାଇଁ ୱାଲ୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ପ୍ରବେଶ କରିଛି ଭାରତ । ସେପଟେ ପ୍ରଥମ ଥର ପାଇଁ ଏହି ଟ୍ରଫି ହାତେଇବାକୁ ଅଷ୍ଟ୍ରେଲିଆ ମଧ୍ୟ ଜୋରଦାର ଆକ୍ରମଣ କରିବ । ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି ଦୁଇ ଦଳର ଦୁଇ ଭେଟେରାନ୍‌ ବ୍ୟାଟର ବିରାଟ କୋହଲି ଓ ଷ୍ଟେଭ୍‌ ସ୍ମିଥ୍‌ । ଉଭୟ ପ୍ରତିପକ୍ଷ ଦଳକୁ ଶକ୍ତିଶାଳୀ ବୋଲି ସ୍ବୀକାର କରିଛନ୍ତି । ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦଳ ମୋତେ ଭଲ ପ୍ରଦର୍ଶନ କରିବାକୁ ପ୍ରରଣା ଦେଇଥାଏ ବୋଲି କୋହଲି ମତ ରଖିଥିବା ବେଳେ ଆମେ ଭାରତକୁ ପରାଜିତ କରି ପାରିବୁ ବୋଲି କହିଛନ୍ତି ସ୍ମିଥ ।

ଆସନ୍ତା ଜୁନ ୭ ତାରିଖରେ ଆଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଖେଳିବ ରୋହିତ ବାହିନୀ । ଇଂଲଣ୍ଡର ଓଭାଲରେ ମୁହାଁମୁହିଁ ହେବେ ଉଭୟ ଦଳ । ୧୧ ଜୁନ ଯାଏଁ ଚାଲିବ ଏହି ହାଇ ପ୍ରୋଫାଇଲ ମ୍ୟାଚ୍‌ । ଏନେଇ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଇଂଲଣ୍ଡରେ ପହଞ୍ଚି ଅଭ୍ୟାସ ମ୍ୟାଚ୍‌ ଜାରି ରଖିଛନ୍ତି । ଏହି ଗ୍ରାଣ୍ଡ୍‌ ଫାଇନାଲ ମ୍ୟାଚ୍‌ ଉପରେ ସାରା ବିଶ୍ବର କ୍ରିକେଟ ପ୍ରେମୀଙ୍କ ନଜର ରହିଛି । ଏହି ମୁକାବିଲା ବେଶ ରୋମାଞ୍ଚକର ହେବ ବୋଲି ମଧ୍ୟ ଆଶା କରାଯାଉଛି । ୨୦୨୧ ଫାଇନାଲରେ ଇଂଲଣ୍ଡର ସାଉଥାମ୍ପଟନ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଉପବିଜେତା ହୋଇଥିଲା । ଏଥର ଟ୍ରଫି ହାତେଇବା ଲକ୍ଷ୍ୟରେ ରହିଛି ଭାରତ । ସେପଟେ ଅଷ୍ଟ୍ରେଲିଆ ମଧ୍ୟ ନିଜର ପ୍ରଥମ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ବିଜୟ ଲକ୍ଷ୍ୟରେ ରହିଛି । ଏଥିପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟ୍‌ ଡାଉନ୍‌ ।

ଏହି ମ୍ୟାଚ୍‌ ପୂର୍ବରୁ ଅଷ୍ଟ୍ରେଲିଆ ବୋଲରଙ୍କ ଟାର୍ଗେଟରେ ଥିବା କିଙ୍ଗ୍‌ କୋହଲି କହିଛନ୍ତି, "ଅଷ୍ଟ୍ରେଲିୟ ଦଳ ହେଉଛି ଏକ ଦୃଢ଼ ପ୍ରତିଯୋଗୀ ପକ୍ଷ । ଯଦି ସେମାନଙ୍କୁ ଛୋଟ ସୁଯୋଗ ମଧ୍ୟ ମିଳିଯିବ, ତେବେ ସେମାନେ ବହୁତ ଭାରି ପଡ଼ିବେ । ଏଭଳି ଦଳ ମୋତେ ମୋ ଖେଳକୁ ଉନ୍ନତ କରିବା ପାଇଁ ପ୍ରେରଣା ଯୋଗାଇଥାଏ । ଇଂଲଣ୍ଡର ଏପରି ପିଚ୍‌ରେ ବଲକୁ ଡିଫେଣ୍ଡ୍‌ କରିବା କି ଛାଡ଼ିଦେବା, ତାହା ନିର୍ଣ୍ଣୟ କରିବା ଏତେ ସହଜ ହୁଏନି । ବ୍ୟାଟିଂ କରିବା ସମୟରେ କଳାର ଉପଯୋଗ କରି ଖେଳିବା ବହୁତ ଗୁରୁତ୍ବପୂର୍ଣ୍ଣ । ନିୟନ୍ତ୍ରଣ ମଧ୍ୟ ବହୁତ ଗୁରୁତ୍ବପୂର୍ଣ୍ଣ । ଯେଉଁ ଦଳ ପିଚ୍‌କୁ ଅନୁକୂଳ କରିବାରେ ସକ୍ଷମ ହେବ, ସେହି ଦଳ ମ୍ୟାଚ୍‌ ଜିତିବ ।" ସେପଟେ ସ୍ମିଥ୍‌ କହିଛନ୍ତି, "ଆମେ ଭାରତକୁ ହରାଇ ଦେବୁ ବୋଲି ବିଶ୍ବାସ ରଖିଛୁ । ଆମେ ଦୀର୍ଘବର୍ଷ ହେବ ଭଲ ଖେଳ ପ୍ରଦର୍ଶନ କରିଛୁ । ଶେଷ କିଛି ବର୍ଷରେ ତ ଆମେ ସବୁଠାରୁ ଭଲ ଖେଳ ପ୍ରଦର୍ଶନ କରିଛୁ । ସେମାନେ (ଭାରତୀୟ ଦଳ) ମଧ୍ୟ ଭଲ ପ୍ରଦର୍ଶନ କରନ୍ତି । ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦୁଇ ଦଳ ଫାଇନାଲ ଖେଳିବା ନିଶ୍ଚିତ ଭାବେ ଭଲ । ଏହା କ୍ରିକେଟ ଇତିହାସରେ ଏକ ଭଲ ମ୍ୟାଚ୍‌ ହେବାକୁ ଯାଉଛି ବୋଲି ଆଶା । ବିପକ୍ଷ ଦଳ ବିଷୟରେ ବେଶୀ ଭାବୁନି । ଏହି ସପ୍ତାହ ଉଭୟ ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.