ETV Bharat / sports

WTC Final: ବିନା ଛେପରେ ବି ସ୍ବିଙ୍ଗ ହେବ ବଲ୍‌ କହିଲେ ଈଶାନ୍ତ - ଈଶାନ୍ତ ଶର୍ମା

ବିଶ୍ବ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ (WTC Final) ନେଇ ମତ ରଖିଲେ ଭାରତୀୟ ଅନୁଭବୀ ବୋଲର ଈଶାନ୍ତ ଶର୍ମା । କହିଲେ ବିନା ଛେପରେ ବି ସ୍ବିଙ୍ଗ ହେବ ବଲ୍‌ । ଅଧିକ ପଢ଼ନ୍ତୁ...

WTC final: Ball will swing even without saliva, says Ishant Sharma
WTC Final: ବିନା ଛେପରେ ବି ସ୍ବିଙ୍ଗ ହେବ ବଲ୍‌ କହିଲେ ଈଶାନ୍ତ
author img

By

Published : Jun 15, 2021, 10:01 PM IST

ସାଉଥମ୍ପଟନ: ଭାରତୀୟ ଦ୍ରୁତ ବୋଲର ଈଶାନ୍ତ ଶର୍ମା କହିଛନ୍ତି ଯେ ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ବିଶ୍ବ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ (WTC Final)ରେ ବିନା ଛେପରେ ମଧ୍ୟ ବଲ୍‌ ସ୍ବିଙ୍ଗ ହେବ ।

ଗତ ବର୍ଷ କୋରୋନା ମହାମାରୀ କାରଣରୁ ବଲ୍‌ରେ ଛେପ ଲଗାଇବା ଉପରେ କଟକଣା ଲଗାଇଥିଲା ICC ।

ଈଶାନ୍ତ କହିଛନ୍ତି ଯେ ଟିମ ଭିତରୁ ଜଣେ ଖେଳାଳିଙ୍କୁ ବଲ୍‌ର ଦାୟିତ୍ବ ନେବାକୁ ହେବ ଯାହା ବୋଲର ମାନଙ୍କ କାର୍ଯ୍ୟକୁ ଫାଇନାଲ ବେଳେ ସହାୟକ ହେବ ।

‘‘ମୁଁ ଭାବୁଛି ଏହା ସେତେଟା କଷ୍ଟ ନୁହେଁ । ବିନା ଛେପରେ ମଧ୍ୟ ବଲ୍‌ ସ୍ବିଙ୍ଗ ହେବ ଓ ଜଣଙ୍କୁ ବଲ୍‌କୁ ସଠିକ ଭାବେ ରଖିବାର ଦାୟିତ୍ବ ନେବାକୁ ହେବ । ଯଦି ଏହି ସବୁ ପରିସ୍ଥିତିରେ ବଲ୍‌କୁ ଠିକ ଭାବେ ରଖାଯାଏ ତେବେ ବୋଲରଙ୍କ ପାଇଁ ୱିକେଟ୍‌ ନେବା ସହଜ ହୋଇଯାଇଥାଏ,’’ ବୋଲି ଈଶାନ୍ତ କହିଛନ୍ତି ।

101 ଟି ଟେଷ୍ଟ ମ୍ୟାଚ ଖେଳିଥିବା କ୍ରିକେଟର ଈଶାନ୍ତ ଏହା ମଧ୍ୟ କହିଛନ୍ତି ଯେ, ପେସ୍ ବୋଲରଙ୍କୁ ଇଂଲଣ୍ଡ ଦେଉଥିବା ପରିବର୍ତ୍ତୀତ ପରିସ୍ଥିତିକୁ ଗ୍ରହଣ କରିବାକୁ ପ୍ରସ୍ତୁତ ରହିବାକୁ ହେବ ।

ଈଶାନ୍ତ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ଆପଣଙ୍କୁ ଭିନ୍ନ ଭାବେ ପ୍ରଶିକ୍ଷଣ ନେବାକୁ ହେବ ଓ ପରିବର୍ତ୍ତନକୁ ଗ୍ରହଣ କରିବାକୁ ହେବ । ଭାରତରେ କିଛି ସମୟ ମଧ୍ୟରେ ଆପଣଙ୍କୁ ରିଭର୍ସ ସ୍ବିଙ୍ଗ ମିଳେ, କିନ୍ତୁ ଇଂଲଣ୍ଡରେ ସ୍ବିଙ୍ଗ କାରଣରୁ ଲେନ୍ଥ ଅଧିକ ରହିଥାଏ । ତେଣୁ ଆପଣଙ୍କୁ ଏହା ସହ ଖାପ ଖୁଆଇବାକୁ ହେବ ଏବଂ ଏଥିରେ ସମୟ ଲାଗିବ ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.