ETV Bharat / sports

World Record: ସର୍ବବୃହତ ବିଜୟ ବ୍ୟବଧାନରେ ମୁମ୍ବାଇ ଭାଙ୍ଗିଲା ୯୨ ବର୍ଷର ବିଶ୍ବ ରେକର୍ଡ

author img

By

Published : Jun 9, 2022, 6:42 PM IST

ପ୍ରଥମ ଶ୍ରେଣୀ କ୍ରିକେଟରେ ସର୍ବାଧିକ ବ୍ୟବଧାନରେ ବିଜୟୀ ହେବାରେ ବିଶ୍ବ ରେକର୍ଡ ଭଙ୍ଗ କରିଛି ମୁମ୍ବାଇ । ରଣଜୀ ଟ୍ରଫି କ୍ବାର୍ଟର-ଫାଇନାଲର ଚତୁର୍ଥ ଦିନରେ ଉତ୍ତରାଖଣ୍ଡକୁ ଅବିଶ୍ବସନୀୟ ୭୨୫ ରନ୍‌ ବ୍ୟବଧାନରେ ହରାଇ ସେମିଫାଇନାଲରେ ପ୍ରବେଶ କରିବା ସହ ନୂଆ ବିଶ୍ବ ରେକର୍ଡ ନିଜ ନାମରେ କରିଛି । ଅଧିକ ପଢନ୍ତୁ

World Record: Mumbai decimate Uttarakhand by 725 runs, eclipse 92-year-old Sheffield Shield record
World Record: ସର୍ବବୃହତ ବିଜୟ ବ୍ୟବଧାନରେ ମୁମ୍ବାଇ ଭାଙ୍ଗିଲା ୯୨ ବର୍ଷର ବିଶ୍ବ ରେକର୍ଡ

ବେଙ୍ଗାଲୁରୁ: ଘରୋଇ କ୍ରିକେଟର ଶକ୍ତିଶାଳୀ ଟିମ ମୁମ୍ବାଇ ଗୁରୁବାର ଏକ ବିରଳ ରେକର୍ଡର ଅଧିକାରୀ ହୋଇଛି । ପ୍ରଥମ ଶ୍ରେଣୀ କ୍ରିକେଟରେ ସର୍ବାଧିକ ବ୍ୟବଧାନରେ ବିଜୟୀ ହେବାରେ ବିଶ୍ବ ରେକର୍ଡ ଭଙ୍ଗ କରିଛି ମୁମ୍ବାଇ । ରଣଜୀ ଟ୍ରଫି କ୍ବାର୍ଟର-ଫାଇନାଲର ଚତୁର୍ଥ ଦିନରେ ଉତ୍ତରାଖଣ୍ଡକୁ ଅବିଶ୍ବସନୀୟ ୭୨୫ ରନ୍‌ ବ୍ୟବଧାନରେ ହରାଇ ସେମିଫାଇନାଲରେ ପ୍ରବେଶ କରିବା ସହ ନୂଆ ବିଶ୍ବ ରେକର୍ଡ ନିଜ ନାମରେ କରିଛି । ଏହି ବିଜୟ ସହର ମୁମ୍ବାଇ ନ୍ୟୁ ସାଉଥ ୱେଲ୍ସର ୯୨ ବର୍ଷର ପୁରୁଣା ସେଫିଲ୍ଡ ସିଲ୍ଡ ରେକର୍ଡ ଭଙ୍ଗ କରିଛି । କୁଇନ୍ସଲ୍ୟାଣ୍ଡକୁ ୬୮୫ ରନ୍‌ ବ୍ୟବଧାନରେ ହରାଇ ନ୍ୟୁ ସାଉଥ ୱେଲ୍ସ ବିଶ୍ବ ରେକର୍ଡ କରିଥିଲା ।

ପୂର୍ବରୁ ରଣଜୀ ଟ୍ରଫିରେ ସର୍ବାଧିକ ବ୍ୟବଧାନର ବିଜୟ ବେଙ୍ଗଲ ନାମରେ ରହିଥିଲା । ୧୯୫୩-୫୪ରେ ଓଡିଶାକୁ ୫୪୦ ରନ୍‌ରେ ହରାଇଥିଲା ବେଙ୍ଗଲ । ଦିନକ ପୂର୍ବରୁ ଗୋଟିଏ ଇଂନିସରେ ୯ଜଣ ବ୍ୟାଟ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିବାର ୧୨୯ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଥିଲା ବେଙ୍ଗଲ । ଅନ୍ୟଏକ ରଣଜୀ କ୍ବାର୍ଟର-ଫାଇନାଲ ମୁକାବିଲାରେ ଝାଡଖଣ୍ଡ ବିପକ୍ଷରେ ବୁଧବାର ବେଙ୍ଗଲ ଏହି ବିରଳ ରେକର୍ଡ ନିଜ ନାମରେ କରିଥିଲା ।

ସମ୍ମାନଜନକ ଘରୋଇ କ୍ରିକେଟ ପ୍ରତିଯୋଗିତା ରଣଜୀଟ୍ରଫିର ଚଳିର ସଂସ୍କରଣରେ ମୁମ୍ବାଇ ସେମିଫାଇନାଲରେ ଉତ୍ତର ପ୍ରଦେଶକୁ ଭେଟିବ । ୪୧ ଥର ରଣଜୀ ଟ୍ରଫି ଚାମ୍ପିୟନ ରହିସାରିଥିବା ମୁମ୍ବାଇ ଉତ୍ତରାଖଣ୍ଡ ବିପକ୍ଷ କ୍ବାର୍ଟର ମୁକାବିଲାରେ ପ୍ରଥମ ଦିନରୁ ପ୍ରଭାବ ବିସ୍ତାର କରିଥିଲା । ଦ୍ବିତୀୟ ଇଂନିସ ୨୬୧/୩ରେ ଘୋଷଣା କରିବା ପରେ ଉତ୍ତରାଖଣ୍ଡ ସାମ୍ନାରେ ବିଶାଳ ୭୯୪ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା । ଡେବ୍ୟୁ ମ୍ୟାଚ୍‌ ଖେଳୁଥିବା ସୁଭେଦ ପାରକରଙ୍କ ୨୫୨ ରନ୍‌ର ମାରାଥନ ଦ୍ବିଶତକୀୟ ଇଂନିସ ବଳରେ ପୂର୍ବରୁ ପ୍ରଥମ ଇଂନିସ ୬୪୭/୮ରେ ଘୋଷଣା କରିଥିଲା ମୁମ୍ବାଇ ।

ପରେ ଉତ୍ତରାଖଣ୍ଡକୁ ପ୍ରଥମ ଇଂନିସରେ ୧୧୪ ଓ ଦ୍ବିତୀୟ ଇଂନିସରେ ମାତ୍ର ୬୯ ରନ୍‌ରେ ଅଲଆଉଟ୍‌ କରି ରେକର୍ଡ ବିଜୟ ହାସଲ କରିଛି ମୁମ୍ବାଇ । ମୁମ୍ବାଇ ପକ୍ଷରୁ ଅଭିଜ୍ଞ ଧାୱଲ କୁଲକର୍ଣ୍ଣୀ, ବାମହାତୀ ସ୍ପିନର ସାମସ ମୁଲାନୀ ଓ ଅଫସ୍ପିନର ତାନୁସ କୋଟିଆନ ୩ଟି ଲେଖାଏଁ ୱିକେଟ ହାତେଇଥିଲେ । ଦଳ ବ୍ୟାଟିଂ ବିପର୍ଯ୍ୟର ସାମ୍ନା କରିଥିଲେ ମଧ୍ୟ ଉତ୍ତରାଖଣ୍ଡ ପକ୍ଷରୁ ୱିକେଟକିପର ବ୍ୟାଟ୍‌ର ଶିବମ ଖୁରାନା ୨୫ ରନ୍‌ରେ ଅପରାଜିତ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.