ETV Bharat / sports

Women's CWC: ୧୩ ବର୍ଷ ପରେ ବିଶ୍ବକପରେ ବିଜୟ ସ୍ବାଦ ଚାଖିଲା ପାକିସ୍ତାନ

author img

By

Published : Mar 21, 2022, 5:17 PM IST

ଏହି ବିଜୟ ମଧ୍ୟ ବିଶ୍ବକପରେ ଦୀର୍ଘ ୧୩ ବର୍ଷ ପରେ ପାକିସ୍ତାନ ଟିମର ପ୍ରଥମ ବିଜୟ । ୨୦୦୯ରେ ୱେଷ୍ଟଇଣ୍ଡିଜକୁ ହରାଇବା ପରେ ଏହି ଏସୀୟ ଟିମ ୧୮ଟି ପରାଜୟ ପରେ ଚଳିତ ଟୁର୍ଣ୍ଣାମେଣ୍ଟରେ ଏକ ବିଜୟ ହାସଲ କରିଛି । ଅଧିକ ପଢନ୍ତୁ

Women's CWC: Pakistan beat WI to claim first World Cup win in 13 years
Women's CWC: ୧୩ ବର୍ଷ ପରେ ବିଶ୍ବକପରେ ଏକ ମ୍ୟାଚ୍‌ ଜିତିଲା ପାକିସ୍ତାନ

ହାମିଲଟନ(ନ୍ୟୁଜିଲାଣ୍ଡ): ଚଳିତ ମହିଳା ବିଶ୍ବକପରେ ପାକିସ୍ତାନ ଟିମ ପ୍ରଥମ ବିଜୟର ସ୍ବାଦ ଚାଖିଛି । ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ହରାଇ ବିଶମାହ ମାରୁଫଙ୍କ ନେତୃତାଧୀନ ପାକିସ୍ତାନ ଟିମ । ତେବେ ଏହି ମ୍ୟାଚ୍‌ରେ ବର୍ଷା ଓ ପାକିସ୍ତାନୀ ସ୍ପିନର ବିଜୟର ପ୍ରମୁଖ ଭୂମିକା ନିଭାଇଛନ୍ତି । ପ୍ରଥମ ବର୍ଷା ଯୋଗୁଁ ମ୍ୟାଚ୍‌ ୨୦ ଓଭର ବିଶିଷ୍ଟ ଖେଳାଯିବା ନେଇ ସ୍ଥିର ହୋଇଥିଲା, ଯାହା ପାକିସ୍ତାନୀ ଟିମ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା । ପରେ ଅବଶିଷ୍ଟ କାମ ସ୍ପିନର ନିଦା ଦାର କରିଥିଲେ ।

ନିଦା ୪ ଓଭରରେ ମାତ୍ର ୧୦ ରନ୍‌ ବ୍ୟୟ କରି ୪ଟି ୱିକେଟ ହାତେଇଥିଲେ । ଫଳରେ ୱେଷ୍ଟଇଣ୍ଡିଜ ଟିମ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ମାତ୍ର ୮୯ ରନ୍‌ କରିପାରିଥିଲା । ପରେ ୯୦ ରନ୍‌ର ସହଜ ବିଜୟ ଲକ୍ଷ୍ୟକୁ ୧୮.୫ ଓଭରରେ ୨ ୱିକେଟ ହରାଇ ହାସଲ କରିନେବା ସହ ପାକିସ୍ତାନ ICC ମହିଳା କ୍ରିକେଟ ବିଶ୍ବକପ ୨୦୨୨ ପଏଣ୍ଟ ଟେବୁଲରେ ଖାତା ଖୋଲିଥିଲା । କ୍ୟାପେଟନ ବିଶମାହ ମାରୁଫ ୨୦ ଓ ଓମିମା ସୋହେଲ ୨୨ ରନ୍‌ରେ ଅପରାଜିତ ରହି ଟିମକୁ ବିଜୟୀ କରାଇଥିଲେ । ଓପନର ମୁନିବା ଅଲି ୩୭ ରନ୍‌ର ଉପଯୋଗୀ ଇଂନିସ ଖେଳିଥିଲେ ।

ଏହି ବିଜୟ ମଧ୍ୟ ବିଶ୍ବକପରେ ଦୀର୍ଘ ୧୩ ବର୍ଷ ପରେ ପାକିସ୍ତାନ ଟିମର ପ୍ରଥମ ବିଜୟ । ୨୦୦୯ରେ ୱେଷ୍ଟଇଣ୍ଡିଜକୁ ହରାଇବା ପରେ ଏହି ଏସୀୟ ଟିମ ୧୮ଟି ପରାଜୟ ପରେ ଚଳିତ ଟୁର୍ଣ୍ଣାମେଣ୍ଟରେ ଏକ ବିଜୟ ହାସଲ କରିଛି । ଅନ୍ୟପଟେ ଏହି ଲଜ୍ଜାଜନକ ପରାଜୟ ପରେ ୱେଷ୍ଟଇଣ୍ଡିଜର ସେମିଫାଇନାଲ ଟିକେଟ ଆଶାକୁ ଶକ୍ତ ଝଟ୍‌କା ଲଗିଛି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.