ETV Bharat / sports

INDVSBAN 3rd T20: ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, କ୍ଲିନ ସୁଇପ ଲକ୍ଷ୍ୟରେ ଓମେନ ଇନ ବ୍ଲ୍ୟୁ

ମହିଳା ଭାରତ ବନାମ ଘରୋଇ ବାଂଲାଦେଶ ଟି ଟ୍ବେଣ୍ଟି ସିରିଜରେ ଆଜି ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯାଉଛି । ଟସ ଜିତି ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଟିମ ଇଣ୍ଡିଆ ଅଧିନାୟିକା ହର୍ମନପ୍ରୀତ କୌର । ଅଧିକ ପଢନ୍ତୁ

India vs Bangladesh 3rd T20
ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି
author img

By

Published : Jul 13, 2023, 1:37 PM IST

Updated : Jul 13, 2023, 1:49 PM IST

ଢାକା: ଭାରତ ବନାମ ଘରୋଇ ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଟି-ଟ୍ବେଣ୍ଟି ସିରିଜରେ ଆଜି ଅନ୍ତିମ ମ୍ୟାଚ । 3 ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜରେ ତୃତୀୟ ତଥା ଶେଷ ଟି-ଟ୍ବେଣ୍ଟି ମ୍ୟାଚରେ ଭାରତୀୟ ଅଧିନାୟିକା ହର୍ମନପ୍ରୀତ କୌର ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଫିଲ୍ଡିଂ କରିବ ବାଂଲାଦେଶ । ଜୁଲାଇ 9 ଓ 11 ତାରିଖରେ ଖେଳାଯାଇଥିବା ପ୍ରଥମ ଓ ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ ଜିତି ଆଗୁଆ ସିରିଜ କବଜା କରି ସାରିଛି । ଆଜି ତୃତୀୟ ମ୍ୟାଚ ଜିତି କ୍ଲିନ ସୁଇପ ଲକ୍ଷ୍ୟ ରହିଛି ଓମେନ ଇନ ବ୍ଲ୍ୟୁ । ରାଶି କୋନଜିୟା ପଦାର୍ପଣ କରିଛନ୍ତି ।

ଘରୋଇ ବାଂଲାଦେଶ ବିପକ୍ଷ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚରେ ଭାରତ 8 ରନରେ ଜିତିଥିଲା । ଦ୍ବିତୀୟ ମ୍ୟାଚକୁ 7 ୱିକେଟରେ ବିଜୟ ହାସଲ କରି ଆଗୁଆ ସିରିଜ ସିଲ କରି ସାରିଛି । ଆଜି ତୃତୀୟ ଟି-ଟ୍ବେଣ୍ଟି ଜିତି କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି । ପ୍ରଥମ ମ୍ୟାଚରେ ଅଧିନାୟିକା ସ୍ମୃତି ମାନ୍ଧାନା ଭଲ ଖେଳିଥିଲେ ସୁଦ୍ଧା ଦ୍ବିତୀୟ ମ୍ୟାଚରେ ବିଫଳ ହୋଇଥିଲେ । ଆଜି ତାଙ୍କ ବ୍ୟାଟରୁ କିଛି ସଫଳ ଇନିଂସ ଆଶା କରାଯାଉଛି । ବୋଲିଂରେ ଦିପ୍ତୀ ଶର୍ମା ଓ ସେଫାଳି ବର୍ମାଙ୍କ ଦମଦାର ପ୍ରଦର୍ଶନ ଆଶା କରାଯାଉଛି ।

ଏହା ବି ପଢନ୍ତୁ...India vs Bangladesh 2nd T20: ସେଫାଳି-ଦିପ୍ତୀଙ୍କ କମାଲ, ଆଗୁଆ ସିରିଜ ଜିତିଲା ଭାରତ

ଏହା ବି ପଢନ୍ତୁ...IND VS WI 1st Test: ବାପା-ପୁଅଙ୍କୁ ଆଉଟ କରିବାରେ ଅଶ୍ବିନୀ ପ୍ରଥମ ଭାରତୀୟ

200ତମ ମ୍ୟାଚ ଖେଳିବେ ସ୍ମୃତି: ଭାରତୀୟ ମହିଳା ଦଳର ଷ୍ଟାର ବ୍ୟାଟର ତଥା ଉପଅଧିନାୟିକା ସ୍ମୃତି ମାନ୍ଧାନା ତାଙ୍କର 200ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ଯାଉଛନ୍ତି । ଏନେଇ ସ୍ମୃତି ମାନ୍ଧନାଙ୍କୁ ସାଥୀ ଖେଳାଳିଙ୍କ ଶୁଭେଚ୍ଛା ଦେଇଛନ୍ତି । ଆଜିର ମ୍ୟାଚରେ ସ୍ମୃତିଙ୍କ ବ୍ୟାଟରୁ କିଛି ସଫଳ ଇନିଂସ ଆଶା କରୁଛନ୍ତି ଫ୍ୟାନ୍ସ ।

ଭାରତ ଚୂଡାନ୍ତ ଏକାଦଶ: ହର୍ମନପ୍ରୀତ କୌର(ଅଧିନାୟିକା), ସ୍ମୃତି ମାନ୍ଧନା(ଉପଅଧିନାୟିକା), ସେଫାଳି ବର୍ମା, ଜେମିମା ରୋଡ୍ରିଗ୍ସ, ଦେବିକା ବୈଦ୍ୟ, ୟାସ୍ତିକା ଭାଟିଆ, ପୂଜା ବସ୍ତ୍ରାକାର, ଦିପ୍ତୀ ଶର୍ମା, ରାଶି କୋନଜିୟା, ଅମନଜୌତ କୌର, ମିନ୍ନୁ ମାନି ।

ବାଂଲାଦେଶ ଚୂଡାନ୍ତ ଏକାଦଶ: ନିଗାର ସୁଲତାନ, ଶଲମା ଖାତୁନ, ସାମିମା ସୁଲତାନ, ନାହିଦା ଅଖତର, ରିତୁ ମୋନି, ଶୋର୍ନା ଅଖତର, ମରୁଫା ଅଖତର, ଶୋଭନା ମୋସଟ୍ରେ, ଶାଥି ରାନୀ, ସୁଲତାନ ଖାତୁନ, ରାବେୟା ଖାନ ।

3 ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିିିରିଜରେ ଆଜି ଅନ୍ତିମ ମ୍ୟାଚ । ଭାରତ ପ୍ରଥମ ଦୁଇ ମ୍ୟାଚ ଜିତି ଆଗୁଆ ସିରିଜ ସବଜା କରି ସାରିଛି । ଆଜି ତୃତୀୟ ମ୍ୟାଚ ଜିତି କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି ଭାରତୀୟ ମହିଳା ଦଳ । ଏହାପରେ ଜୁଲାଇ 16, 19 ଓ 22 ତାରିଖରେ 3ଟି ଦିନିକିଆ ମ୍ୟାଚ ଖେଳାଯିବ । ସମସ୍ତ ମ୍ୟାଚ ବାଂଲାଦେଶର ମୀରପୁରରେ ଖେଳାଯିବ । ଭାରତ ବାଂଲାଦେଶ ବିପକ୍ଷରେ ସମସ୍ତ ଫର୍ମାଟରେ ବିଜୟୀ ହୋଇ ସିରିଜ କବଜା କରିବାକୁ ଲକ୍ଷ୍ୟ ରଖିଛି ।

Last Updated : Jul 13, 2023, 1:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.