ETV Bharat / sports

India vs West Indies 4th T20: ଇଣ୍ଡିଜ ଆଗରେ ୧୯୨ ରନର ବିଜୟ ଲକ୍ଷ୍ୟ - ଭାରତୀୟ କ୍ରିକେଟ ଟିମ

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଖେଳାଯାଉଛି ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ୍‌ । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୯୧ ରନ କରିଛି । ସେପଟେ ୧୯୨ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଛି ୱେଷ୍ଟଇଣ୍ଡିଜ । ଅଧିକ ପଢନ୍ତୁ

India vs West Indies 4th T20: ଇଣ୍ଡିଜ ଆଗରେ ୧୯୨ ରନର ବିଜୟ ଲକ୍ଷ୍ୟ

author img

By

Published : Aug 6, 2022, 11:08 PM IST

ଫ୍ଲୋରିଡା: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଜାରି ରହିଛି ଟି-୨୦ ସିରିଜର ଚତୁର୍ଥ ମ୍ୟାଚ୍‌ । ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ ୱେଷ୍ଟଇଣ୍ଡିଜ ଅଧିନାୟକ ପୁରନ । ଜବାବରେ ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୯୧ ରନ କରିଛି । ପ୍ରଥମରୁ ବିସ୍ଫୋରକ ଆରମ୍ଭ କରିଥିବା ଭାରତୀୟ ଅଧିନାୟକ ରୋହିତ ଶର୍ମା ୧୬ ବଲରୁ ୩୩ ରନ ସଂଗ୍ରହ କରି ପାଭିଲିୟନ ଫେରିଥିଲେ । ଉପ ଅଧିନାୟକ ଋଷଭ ପନ୍ତ ୩୧ ବଲରୁ ୪୪ କରି ଫେରିଥିବା ବେଳେ ସଞ୍ଜୁ ସାମସନ ୨୩ ବଲରୁ ୩୦ ରନ କରି ନଟ ଆଉଟ ରହିଥିଲେ ।

ସେପଟେ ୱେଷ୍ଟଇଣ୍ଡିଜ ପକ୍ଷରୁ ଓବେଡ୍ ମକାଏ ୪ ଓଭରରେ ୬୬ ରନ ଦେଇ ୨ଟି ୱିକେଟ ନେଇଥିବା ବେଳେ ଅଲଜରି ଜୋସେଫ୍ ୪ ଓଭରରେ ୨୯ ରନ ଦେଇ ୨ଟି ୱିକେଟ ନେବାରେ ସକ୍ଷମ ହୋଇଥିଲେ । ସେହିପରି ଅକେଏଲ୍ ହୋସେଇନ୍ ଗୋଟିଏ ୱିକେଟ ନେଇଥିଲେ । ୫ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଆଗୁଆ ରହିଥିବା ବେଳେ ଆଜି ସିରିଜ ହାତେଇବା ଲକ୍ଷ୍ୟରେ ରହିଛି ରୋହିତ ବାହିନୀ । ଅନ୍ୟପଟେ ନିକୋଲାସ ପୁରନଙ୍କ ଇଣ୍ଡିଜ ଟିମ ପାଇଁ ଏହି ମ୍ୟାଚ କର ବା ମର ପରିସ୍ଥିତି ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.