ETV Bharat / sports

WBBL: ଶେଫାଳିଙ୍କ ସୁପର ଶୋ, ହୋବାର୍ଟକୁ ହରାଇଲା ସିକ୍ସର୍ସ

author img

By

Published : Oct 17, 2021, 8:58 PM IST

ମହିଳା ବିଗ ବାସ୍‌ ଲିଗ୍‌(WBBL)ରେ ଚମକିଲେ ଭାରତୀୟ ଓପନର ଶେଫାଳି ବର୍ମା । ଅଧିକ ପଢନ୍ତୁ...

WBBL: Shafali stars in Sydney's five-wicket win over Hobart
WBBL: ଶେଫାଳିଙ୍କ ସୁପର ଶୋ, ହୋବାର୍ଟକୁ ହରାଇଲା ସିକ୍ସର୍ସ

ହୋବାର୍ଟ: ମହିଳା ବିଗ ବାସ୍‌ ଲିଗ୍‌(WBBL)ରେ ଚମକିଲେ ଭାରତୀୟ ଓପନର ଶେଫାଳି ବର୍ମା । ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ହୋବାର୍ଟ ହରିକେନ୍‌ସକୁ ୫ ୱିକେଟରେ ହରାଇଛି ସିଡନୀ ସିକ୍ସର୍ସ । ଶେଫାଳିଙ୍କ ପ୍ରଥମ WBBL ଅର୍ଦ୍ଧଶତକ ଓ ଏଲିସ ପେରୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଦମଦାର ବିଜୟ ହାସଲ କରିଛି ସିଡନୀ ସିକ୍ସର୍ସ ।

ପେରୀ ୯ ରନ୍‌ ବ୍ୟୟରେ ୨ଟି ଓ ମଏଟଲନ ବ୍ରାଉନଙ୍କ ୨ଟି ୱିକେଟ ବଳରେ ହରିକେନ୍‌ସକୁ ୧୨୫/୯ ରନ୍‌ରେ ରୋକିଥିଲା ସିକ୍ସର୍ସ ।

ମାତ୍ର ଆଲେସ ହେଲି ୩ ଓ ଆସଲେ ଗାର୍ଡନର ୩ ରନ୍‌ରେ ଶ୍ରୀଘ୍ର ଆଉଟ ହେବାପରେ ସିଡନୀ କ୍ଳବ ମାତ୍ର ୧୪ ରନ୍‌ରେ ଦୁଇଟି ୱିକେଟ ହରାଇରେ ସଙ୍କଟରେ ପଡିଥିଲା ।

ମାତ୍ର ପେରୀ(୨୭) ଓ ବର୍ମା (୫୭)ଙ୍କ ମଧ୍ୟରେ ୬୩ ରନ୍‌ର ଭାଗିଦାରୀ ହୋଇଥିଲା । ପରେ ନିକଲୋ ବଲଟନ ଅପରାଜିତ ୧୭ ଓ ମାଏଟଲନ ଅପରାଜିତ ରହିଲ ୩ଟି ବଲ୍‌ ବାକିଥା ଟିମକୁ ବିଜୟୀ କରାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.