ETV Bharat / sports

'ଫିଟ ରହିବାକୁ ନେଟରେ କମ ବୋଲିଂ କରୁଛି' - ତୃତୀୟ ଟେଷ୍ଟ

ନିଜ ସଫଳତାର ରହସ୍ୟ ଖୋଲିଛନ୍ତି ଜେମ୍ସ ଆଣ୍ଡରସନ । 39 ବର୍ଷ ବୟସରେ ବି ଜଣେ ଫାଷ୍ଟ ବୋଲର ଭାବରେ ସେ ଫିଟ ରହି ବ୍ୟାଟସମ୍ୟାନଙ୍କ କୌଶଳକୁ ଫେଲ କରୁଛନ୍ତି । ଅଧିକ ପଢ଼ନ୍ତୁ...

'ଫିଟ ରହିବାକୁ ନେଟରେ କମ ବୋଲିଂ କରୁଛି'
'ଫିଟ ରହିବାକୁ ନେଟରେ କମ ବୋଲିଂ କରୁଛି'
author img

By

Published : Aug 27, 2021, 7:13 AM IST

ଲଣ୍ଡନ: ତୃତୀୟ ଟେଷ୍ଟରେ ଦମଦାର ବୋଲିଂ କରି ଭାରତୀୟ ବ୍ୟାଟିଂଲାଇନକୁ ଧ୍ବସ୍ତ କରି ଦେଇଥିଲେ ଜେମ୍ସ ଆଣ୍ଡରସନ । 39 ବର୍ଷ ବୟସରେ ବି ଜଣେ ଫାଷ୍ଟ ବୋଲର ଭାବରେ ସେ ଫିଟ ରହି ବ୍ୟାଟସମ୍ୟାନଙ୍କ କୌଶଳକୁ ଫେଲ କରୁଛନ୍ତି । ଏହାକୁ ନେଇ ଏହି ବୟସରେ ବି ନିଜ ସଫଳତାର ରହସ୍ୟ ଖୋଲିଛନ୍ତି ଜେମ୍ସ ଆଣ୍ଡରସନ । ବିଶେଷ କରି ଟେଷ୍ଟରେ ସେ ଏତେ ପ୍ରଭାବଶାଳୀ କିଭଳି ରହି ପାରିଛନ୍ତି ତାହା କହିଛନ୍ତି ।

ବିରାଟ କୋହଲିଙ୍କୁ ବାରମ୍ବାର ଆଉଟ କରିବାରେ ସଫଳ ହୋଇଛନ୍ତି ଆଣ୍ଡରସନ । ଏହାସହ ଫାଷ୍ଟ ବୋଲର ଭାବରେ ସେ ବିଶ୍ବରେ ସର୍ବାଧିକ ୱିକେଟ ନେଇଛନ୍ତି । ଏହାକୁ ନେଇ ଏକ ସକ୍ଷାତକାରରେ ଆଣ୍ଡରସନ କହିଛନ୍ତି ଯେ, "ଯେହେତୁ ମୋ ବୟସ ବଢ଼ିବଢ଼ି ଯାଉଛି ମୋତେ ଫିଟନେସକୁ ନେଇ ଟିକିଏ ଅଧିକ ପରିଶ୍ରମ କରିବାକୁ ପଡ଼ୁଛି । ଫିଟ ରହିବା ପାଇଁ ନେଟରେ ମୁଁ କମ ବୋଲିଂ କରୁଛି । ଏହି ଶକ୍ତିକୁ ମୁଁ ମ୍ୟାଚରେ ବ୍ୟବହାର କରିବାକୁ ଚେଷ୍ଟା କରୁଛି । ବଡ଼ ମ୍ୟାଚ ପାଇଁ ନିଜକୁ ପ୍ରସ୍ତୁତି କରିବାକୁ ପଡ଼େ । ଏଥିଦ୍ବାରା ହିଁ ମୁଁ ଉତ୍ସାହିତ ହୁଏ । ଯେଭଳି ଲର୍ଡସ ଟେଷ୍ଟରେ ଯାହା ବି ହେଲା ମୋତେ କଷ୍ଟ ହେଲା ସତ, କିନ୍ତୁ ଏହାଦ୍ବାରା ମୋତେ ଅଧିକ କିଛି କରିବାକୁ ପ୍ରେରଣା ମଧ୍ୟ ମିଳିଥିଲା ।"

ଦ୍ବିତୀୟ ଟେଷ୍ଟରେ ପରାଜିତ ହେବାପରେ ତୃତୀୟ ଟେଷ୍ଟର ଡ୍ରାଇଭିଂ ସିଟରେ ରହିଛି ଇଂଲଣ୍ଡ ଦଳ । ଅଧିନାୟକ ଜୋ ରୁଟ ପୁନଃ ଭାରତ ବିପକ୍ଷରେ ୧୨୧ ରନର ଶତକୀୟ ପାଳି ଖେଳିଛନ୍ତି । ପ୍ରଥମ ଇନିଂସରେ ଭାରତୀୟ ଦଳ ମାତ୍ର ୭୮ ରନରେ ପରାଜିତ ହୋଇଥିଲା । ଜେମ୍ସ ଆଣ୍ଡରସନ ଭାରତର ଟପ ଅର୍ଡର ବ୍ୟାଟ୍ସମ୍ୟାନଙ୍କୁ ଶୀଘ୍ର ପାଭେଲିୟନ ପଠାଇଥିଲେ । ସେ 8 ଓଭର ବୋଲିଂ କରି ୩ଟି ୱିକେଟ ନେଇଥିଲେ । ଏହାପରେ ସେ ଚର୍ଚ୍ଚାରେ ରହିଥିବା ଓ ତାଙ୍କ ଫିଟନେସର ରହସ୍ୟ ଜାଣିବାକୁ ଚାହିଁଥିଲେ ତାଙ୍କ ଫ୍ୟାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.