ETV Bharat / sports

ଅନ୍ତ ହେଉନି ICC ଟ୍ରଫି ଅପେକ୍ଷା, ନକ୍‌ଆଉଟ୍‌ରେ ଆଣ୍ଠଉଛି ଭାରତ - ଭାରତ ବନାମ ଇଂଲଣ୍ଡ

ଟି୨୦ ବିଶ୍ବକପ ସେମିପାଇନାଲ୍‌ ମ୍ୟାଚ୍‌ରେ ଇଂଲଣ୍ଡଠାରୁ ୧୦ ୱିକେଟରେ ପରାଜିତ ହୋଇଛି ଭାରତ । ଫଳରେ ICC ଟ୍ରଫି ଜିତିବାର ଦୀର୍ଘ ଅପେକ୍ଷା ଏବେବି ଜାରି ରହିଛି । ଅଧିକ ପଢ଼ନ୍ତୁ

team India performance in ICC knockouts matches since 2014
ଅନ୍ତ ହେଉନି ICC ଟ୍ରଫି ଅପେକ୍ଷା, ନକ୍‌ଆଉଟ୍‌ରେ ଝୁଣ୍ଟୁଛି ଭାରତ
author img

By

Published : Nov 10, 2022, 8:05 PM IST

ହାଇଦ୍ରାବାଦ: ଟି୨୦ ବିଶ୍ବକପ ସେମିଫାଇନାଲ୍‌ ମ୍ୟାଚ୍‌ରେ ଇଂଲଣ୍ଡଠାରୁ ପରାଜିତ ହୋଇ ଭାରତ ତାର ଅଭିଯାନ ଶେଷ କରିଛି । ଇଂଲଣ୍ଡଠାରୁ ୧୦ ୱିକେଟରେ ପରାଜିତ ହୋଇଛି ଭାରତ । ଫଳରେ ICC ଟ୍ରଫି ଜିତିବାର ଦୀର୍ଘ ଅପେକ୍ଷା ଏବେବି ଜାରି ରହିଛି । ୨୦୧୩ ମସିହାରେ ଇଂଲଣ୍ଡକୁ ହରାଇ ଶେଷ ଥର ପାଇଁ ICC ଚମ୍ପିଆନ୍ସ ଟ୍ରଫି ବିଜୟୀ ହୋଇଥିଲା ହୋଇଥିଲା ଭାରତ ।

୨୦୧୪

ବାଂଲାଦେଶରେ ଆୟୋଜିତ ହୋଇଥିବା ଟି୨୦ ବିଶ୍ବକପ୍‌ରେ ଭାରତ ଫାଇନାଲ୍‌ରେ ପହଞ୍ଚିଥିଲା । ଶ୍ରୀଲାଙ୍କା ବିପକ୍ଷରେ ଭାରତ ଫାଇନାଲ ଖେଳିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ଭାରତ ମାତ୍ର ୧୩୦ ରନ୍‌ ହିଁ କରି ପାରିଥିଲା । ମାତ୍ର ୧୭.୫ ଓଭରରେ ଏହି ଟାର୍ଗେଟ୍‌ ହାସଲ କରି ଚମ୍ପିଆନ୍‌ ହୋଇଥିଲା ଶ୍ରୀଲଙ୍କା ଦଳ ।

୨୦୧୫

ଏହାପରଠୁ ଲଗାତାର ICC ଟୁର୍ଣ୍ଣାମେଣ୍ଟରେ ନକଆଉଟ୍‌ ମ୍ୟାଚ୍‌ରୁ ବିଦା ହୋଇଛି ଭାରତ । ସେ ଟି୨୦ ବିଶ୍ବକପ ହେଉ ବା ଦିନିକିଆ ବିଶ୍ବକପ । ଚମ୍ପିଆନ୍ସ ଟ୍ରଫି ବିଜୟୀ ହେବାପରେ ଧୋନୀଙ୍କ ନେତୃତ୍ବରେ ୨୦୧୫ରେ ପୁଣି ଦିନିକିଆ ବିଶ୍ବକପରେ ଦମଦାର ପ୍ରଦର୍ଶନ ଜାରି ରଖିଥିଲା ଭାରତ । କିନ୍ତୁ ସେମି ଫାଇନାଲ୍‌ ମୁକାବିଲାରେ ଭାରତ ଅଷ୍ଟ୍ରେଲିଆଠାରୁ 95 ରନ୍‌ରେ ପରାଜିତ ହୋଇଥିଲା । ୩୨୮ ରନ୍‌ ଟାର୍ଗେଟ ପିଛା କରି ଭାରତ ମାତ୍ର ୨୩୩ ରନ୍‌ କରିବାକୁ ହିଁ ସକ୍ଷମ ହୋଇ ପାରିଥିଲା ।

୨୦୧୬

୨୦୧୬ ମସିହା ଟି-୨୦ ବିଶ୍ବକପ୍‌ରେ ମଧ୍ୟ ଭାରତ ସେମି ଫାଇନାଲ୍‌ରେ ପହଞ୍ଚିଥିଲା । ଏହି ମ୍ୟାଚ୍‌ରେ ଭାରତ ବିଶାଳ ଟାର୍ଗେଟ୍‌ ଦେଇଥିଲା ଭାରତ । ଭାରତ ମାତ୍ର ଦୁଇ ୱିକେଟ ହରାଇ ୧୯୨ ରନ୍‌ କରିଥିଲା । ଜବାବରେ ୱେଷ୍ଟଇଣ୍ଡିଜ୍‌ ଦଳ ୧୯.୪ ଓଭରରେ ଏହି ଟାର୍ଗେଟ ହାସଲ କରି ଭାରତକୁ ବିଦା କରିଥିଲା ।

୨୦୧୭

ବିରାଟ କୋହଲିଙ୍କ ନେତୃତ୍ବରେ ଏହି ICC ଟୁର୍ଣ୍ଣାମେଣ୍ଟରେ ଭାରତ ଦମ୍‌ଦାର ପ୍ରଦର୍ଶନ କରି ଫାଇନାଲ ମ୍ୟାଚ୍‌ରେ ପହଞ୍ଚିଥିଲା । ଫାଇନାଲ୍‌ରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ଭେଟିଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪ ୱିକେଟ ହରାଇ ୩୩୮ ରନ୍‌ କରିଥିଲା । ଏହାର ଜବାବରେ ଭାରତର ମାତ୍ର ୧୫୮ ରନ୍‌ କରି ଅଲ୍‌ଆଉଟ ହୋଇଥିଲା । ଏହି ମ୍ୟାଚ୍‌ରେ ପାକିସ୍ତାନର ଫକର ଜମାନ ଶତକ ହାସଲ କରିଥିଲେ ।

୨୦୧୯

ଏହି ବର୍ଷ ଦିନିକିଆ ବିଶ୍ବକପରେ ପୁଣି ଭାରତ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲ୍‌ ମ୍ୟାଚ୍‌ରେ ପହଞ୍ଚିଥିଲା । ସେମିଫାଇନାଲ୍‌ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଦଳକୁ ଭେଟିଥିଲା ଟିମ୍‌ ଇଣ୍ଡିଆ । ନ୍ୟୁଜିଲାଣ୍ଡ ଦଳକୁ ୨୩୮ ରନ୍‌ରେ ରୋକିଥିଲା ଭାରତ । ତେବେ ଏହି ମ୍ୟାଚ୍‌ରେ ମଧ୍ୟ ଭାରତର ଟପ୍‌ ଅର୍ଡର ଫେଲ୍‌ ମାରିଥିଲା । ଭାରତ ପକ୍ଷରୁ କେବଳ ଧୋନୀ ଓ ଜାଡେଜା ହିଁ ଅର୍ଦ୍ଧଶତକ ହାସଲ କରି ପାରିଥିଲେ । ୨୨୧ ରନ୍‌ରେ ଅଲଆଉଟ ହୋଇଥିଲା ଭାରତ । ୧୮ ରନ୍‌ରେ ଏହି ମ୍ୟାଚ୍‌ ହାରି ବିଶ୍ବକପ୍‌ରୁ ବିଦା ହୋଇଥିଲା ଟିମ୍‌ ଇଣ୍ଡିଆ ।

୨୦୨୧

ICC ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ୍‌ରେ ପହଞ୍ଚିଥିଲା ଟିମ୍‌ ଇଣ୍ଡିଆ । ଫାଇନାଲ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଭେଟିଥିଲା । ପ୍ରଥମ ଇନିଂସରେ ଭାରତ ୨୧୭ରେ ଅଲ୍‌ଆଉଟ ହୋଇଥିଲା ଭାରତ । ଏହାପରେ ନ୍ୟୁଜିଲାଣ୍ଡ ଦଳ ୨୪୯ ରନ୍‌ କରି ଲିଡ୍‌ ନେଇଥିଲା । କିନ୍ତୁ ଭାରତ ଦ୍ବିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ୧୭୦ ରନ୍‌ରେ ଭାରତ ଅଲ୍‌ଆଉଟ ହୋଇଥିଲା । ନ୍ୟୁଜିଲାଣ୍ଡ ଦ୍ବିତୀୟ ଇନିଂସରେ ଦୁଇ ୱିକେଟ ବିନିମୟରେ ୧୪୦ ରନ୍‌ କରି ବିଜୟ ହାସଲ କରିଥିଲା ।

୨୦୨୨

୨୦୨୧ରେ ସୁପର ୧୨ ପର୍ଯ୍ୟାୟରୁ ବିଦା ହେବାପରେ ଚଳିତ ବର୍ଷ ଭାରତ ଟି୨୦ ବିଶ୍ବକପେ ଟ୍ରଫି ଆଣିବ ବୋଲି ଫ୍ୟାନ୍ସ ଆଶା କରିଥିଲେ । ତେବେ ଏହି ଆଶା ମଧ୍ୟ ଧୂଳିଶାତ ହୋଇଛି । ସେମିଫାଇନାଲ୍‌ ମୁକାବିଲାରେ ଭାରତ ଇଂଲଣ୍ଡଠାରୁ ୧୦ ୱିକେଟରେ ପରାଜିତ ହୋଇଛି । ଏହାସହିତ ଚଳିତ ବିଶ୍ବକପ୍‌ରେ ଭାରତ ଅଭିଯାନ ଶେଷ ହୋଇଛି ।

୯ ବର୍ଷ ହେଲା ଭାରତ କୌଣସି ICC ଟ୍ରଫି ବିଜୟୀ ହୋଇନାହିଁ । ଆଜିର ମ୍ୟାଚ୍‌ରେ ପରାଜିତ ହେବାପରେ ଏହି ଅପେକ୍ଷା ବଳବତ୍ତର ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.