ETV Bharat / sports

ତାଲିବାନ କବ୍‌ଜାରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ - ଆଫଗାନିସ୍ତାନ କ୍ରିକେଟ ବୋର୍ଡ

ଆଫଗାନିସ୍ତାନ କ୍ରିକେଟ ବୋର୍ଡ(ACB)ର କାବୁଲ ସ୍ଥିତ ମୁଖ୍ୟାଳୟକୁ ତାଲିବାନ ବିଦ୍ରୋହୀ ନିଜ ଅକ୍ତିଆରକୁ ନେଇଥିବା ସୂଚନା । ଅଧିକ ପଢନ୍ତୁ...

Taliban arrive at Afghanistan Cricket Board headquarters in Kabul
ତାଲିବାନ କବ୍‌ଜାରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ
author img

By

Published : Aug 19, 2021, 5:12 PM IST

କାବୁଲ: ଆଫଗାନିସ୍ତାନର ରାଜନୈତିକ ସ୍ଥିତି ଏକ ନୂଆ ମୋଡ ନେଇଥିବାବେଳେ ଏହି ଦକ୍ଷିଣ ଏସୀୟ ଦେଶରେ ତାଲିବାନ ଶାସନ ଆରମ୍ଭ ହେବାକୁ ଯାଉଛି । ଏହାମଧ୍ୟରେ ଗୁରୁବାର ଆଫଗାନିସ୍ତାନ କ୍ରିକେଟ ବୋର୍ଡ(ACB)ର କାବୁଲ ସ୍ଥିତ ମୁଖ୍ୟାଳୟକୁ ତାଲିବାନ ବିଦ୍ରୋହୀ ନିଜ ଅକ୍ତିଆରକୁ ନେଇଥିବା ଖବର ମିଳିଛି । ଫଳରେ ଆଫଗାନ କ୍ରିକେଟ ବୋର୍ଡ ଏବେ ନୂଆ ଶାସକଙ୍କ ହାତରେ ରହିବ ବୋଲି କୁହାଯାଉଛି ।

କାବୁଲ ସ୍ଥିତ ଆଫଗାନିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ତାଲିବାନ ବିଦ୍ରୋହୀଙ୍କ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଫଟୋରେ ଆଫଗାନ କ୍ରିକେଟ ବୋର୍ଡର କନ୍ଫରେନ୍ସ ହଲ୍‌କୁ ସଶସ୍ତ୍ର ତାଲିବାନ ଆତଙ୍କୀ ନିଜ ଦଖଲକୁ ନେଇଥିବା ସ୍ପଷ୍ଟ ହେଉଛି । ତେବେ ACB ସିଇଓ ହମିଦ ସିନୱାରୀ ଫ୍ୟାନ୍ସ ଓ କ୍ରୀଡାପ୍ରେମୀଙ୍କୁ ଆଶ୍ବାସନା ଦେଇଛନ୍ତି ଯେ, ଦେଶରେ ଜାରି ରହିଥିବା ରାଜନୈତିକ ଅସ୍ଥିରତା ଦ୍ବାରା କ୍ରିକେଟ ପ୍ରଭାବିତ ହେବନାହିଁ ।

ସିନୱାରୀ ଆହୁରି ସ୍ପଷ୍ଟ କରିଛନ୍ତି ଯେ, ଆଫଗାନିସ୍ତାନ ଜାତୀୟ କ୍ରିକେଟ ଟିମର ସମସ୍ତ ସଦସ୍ୟ ଓ ତାଙ୍କର ପରିବାର ସୁରକ୍ଷିତ ଅଛନ୍ତି । "ତାଲିବାନୀ କ୍ରିକେଟକୁ ଭଲପାଆନ୍ତି, ସେମାନେ ଆରମ୍ଭରୁ ଆମକୁ ସହଯୋଗ କରିଆସୁଛନ୍ତି । ସେମାନେ କ୍ରିକେଟ କାର୍ଯ୍ୟକଳାପରେ ହସ୍ତକ୍ଷେପ କରିନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.