କାବୁଲ: ଆଫଗାନିସ୍ତାନରେ ତାଲିବାନ ନେତୃତାଧିନ ସରକାରଙ୍କ ବଡ ନିଷ୍ପତ୍ତି । ପୂର୍ବତନ କ୍ରିକେଟ ଅଲ୍-ରାଉଣ୍ଡର ମିରୱାଇସ ଅସରଫଙ୍କୁ ଆଫଗାନିସ୍ତାନ କ୍ରିକେଟ ବୋର୍ଡ(ACB)ର କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରିଛି ତାଲିବାନ ।
-
Both ACB acting chairman @MirwaisAshraf16 and CEO @NaseebKhan321 will attend @ICC meeting to address the gathering about future plans and attend their questions. pic.twitter.com/nc71f4F4i8
— Afghanistan Cricket Board (@ACBofficials) November 10, 2021 " class="align-text-top noRightClick twitterSection" data="
">Both ACB acting chairman @MirwaisAshraf16 and CEO @NaseebKhan321 will attend @ICC meeting to address the gathering about future plans and attend their questions. pic.twitter.com/nc71f4F4i8
— Afghanistan Cricket Board (@ACBofficials) November 10, 2021Both ACB acting chairman @MirwaisAshraf16 and CEO @NaseebKhan321 will attend @ICC meeting to address the gathering about future plans and attend their questions. pic.twitter.com/nc71f4F4i8
— Afghanistan Cricket Board (@ACBofficials) November 10, 2021
ଫଳରେ ଗତ ଦୁଇ ମାସ ଧରି ବୋର୍ଡର ଦାୟିତ୍ବ ସମ୍ଭାଳିଥିବା ଏଜିଜୁଲ୍ଲା ଫଜିଲଙ୍କ ସ୍ଥାନ ନେବେ ମିରୱାଇସ ।
"ଇସଲାମିକ ଏମିରେଟ୍ସ ଅଫ ଆଫଗାନିସ୍ତାନର ପ୍ରଧାନମନ୍ତ୍ରୀ, ମିରୱାଇସ ଅସରଫଙ୍କୁ ଆଫଗାନିସ୍ତାନ କ୍ରିକେଟ ବୋର୍ଡ(ACB)ର କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି ।" ତାଲିବାନ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତିରେ ଦର୍ଶାଯାଇଛି ।
ଏକ ରିପୋର୍ଟ ଅନୁଯାୟୀ, ଚଳିତ ଟି-୨୦ ବିଶ୍ବକପ ସମୟରେ ଆବୁଧାବିରେ କିଛି ଜାତୀୟ କ୍ରିକେଟ ଟିମର ଖେଳାଳି ତାଲିବାନ ଅଧିକାରୀଙ୍କୁ ଭେଟିଥିଲେ । ଏହି ସମୟରେ ଖେଳାଳିଙ୍କ ପକ୍ଷରୁ ନିଯୁକ୍ତି ନେଇ ଦାବି କରାଯାଇଥିଲା ।
-
MirwaisAshraf16 Appointed as the Acting Chairman of ACB
— Afghanistan Cricket Board (@ACBofficials) November 10, 2021 " class="align-text-top noRightClick twitterSection" data="
Based on decree No: 199 of Afghanistan’s Prime Minister and Chief Patron of @ACBofficials Mr. Mohammad Hassan Akhond; Mr. @MirwaisAshraf16 has been appointed as the new Acting Chairman for the Afghanistan Cricket Board. pic.twitter.com/gAMkAKWyJJ
">MirwaisAshraf16 Appointed as the Acting Chairman of ACB
— Afghanistan Cricket Board (@ACBofficials) November 10, 2021
Based on decree No: 199 of Afghanistan’s Prime Minister and Chief Patron of @ACBofficials Mr. Mohammad Hassan Akhond; Mr. @MirwaisAshraf16 has been appointed as the new Acting Chairman for the Afghanistan Cricket Board. pic.twitter.com/gAMkAKWyJJMirwaisAshraf16 Appointed as the Acting Chairman of ACB
— Afghanistan Cricket Board (@ACBofficials) November 10, 2021
Based on decree No: 199 of Afghanistan’s Prime Minister and Chief Patron of @ACBofficials Mr. Mohammad Hassan Akhond; Mr. @MirwaisAshraf16 has been appointed as the new Acting Chairman for the Afghanistan Cricket Board. pic.twitter.com/gAMkAKWyJJ
ଅସରଫଙ୍କ ACB ମୁଖ୍ୟ ଭାବେ ନିଯୁକ୍ତି, ବଳପୂର୍ବକ ତାଲିବାନଦେଶର ଶାସନ ଭାର ଅକ୍ତିଆର କରିବା ପରଠାରୁ ବଡ ରାଜନୈତିକ ଓ କ୍ରିକେଟ ହଙ୍ଗାମାର ସାମନା କରିଥିବା ଆଫଗାନିସ୍ତାନ କ୍ରିକେଟର ପୁନଃଉତ୍ଥାନ ନେଇ ଏକ ନୂଆ ଆଶା ସଞ୍ଚାର କରିଥିବା କୁହାଯାଉଛି ।
କ୍ରିକେଟ ସମେତ କୌଣସି ପ୍ରକାର ଖେଳ ପାଇଁ ମହିଳାଙ୍କୁ ତାଲିବାନ ବାରଣ କରିଥିବା ଯୋଗୁଁ, ଆଫଗାନ କ୍ରିକେଟ ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ଲାଗିବା ପରିସ୍ଥିତି ଦେଖାଦେଇଛି ।
ଆଫଗାନିସ୍ତାନ ପୁରୁଷ କ୍ରିକେଟ ଟିମ ଟି-୨୦ ବିଶ୍ବକପର ସୁପର ୧୨ ପର୍ଯ୍ୟାୟରେ ଭାରତ, ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଠାରୁ ପରାଜୟ ପରେ ବାଦ ପଡିଥିଲା । ୫ଟି ମ୍ୟାଚ୍ରୁ ଅନ୍ୟ ଦୁଇଟି ମ୍ୟାଚ୍ରେ ବିଜୟୀ ହୋଇଥିଲା ଟିମ । ଦେଶରେ ପୁରୁଷ କ୍ରିକେଟର ଉନ୍ନତି ଦିଗରେ ଅସରଫ ପ୍ରଥମ ପସନ୍ଦ ପ୍ରଶାସକ ରହିଛନ୍ତି । ମାତ୍ର ଆଫଗାନିସ୍ତାନର ମହିଳା କ୍ରିକେଟ ଟିମର ଆଶା ପ୍ରାୟତଃ ଅସମ୍ଭବ ପ୍ରତୀତ ହେଉଛି ।
ବର୍ଷ ୨୦୧୬ରେ କ୍ରିକେଟରୁ ଅବସର ନେଇଥିବା ଅସରଫ, ଆଫଗାନିସ୍ତାନ ପାଇଁ ୪୬ଟି ଅନ୍ତର୍ଜାତୀୟ ଦିନିକିଆ ଓ ୨୫ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି ।
ICCର ନିୟମ ଅନୁଯାୟୀ, ପ୍ରତ୍ୟେକ ସଦସ୍ୟ ଦେଶର ଉଭୟ ପୁରୁଷ ଓ ମହିଳା ଟିମ ଥିବା ଆବଶ୍ୟକ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ