ETV Bharat / sports

T20 World Cup : ୩୧ ରନରେ ଜିମ୍ବାୱେକୁ ହରାଇଲା ୱେଷ୍ଟଇଣ୍ଡିଜ

୩୧ ରନରେ ଜିମ୍ବାୱେକୁ ହରାଇଲା ୱେଷ୍ଟଇଣ୍ଡିଜ । T20 ବିଶ୍ବକପରେ ଆଜି ଅଷ୍ଟମ ଗୃପ ପର୍ଯ୍ୟାୟ ମ୍ୟାଚରେ ୱେଷ୍ଟଇଣ୍ଡିଜ ଏବଂ ଜିମ୍ବାୱେ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ଜିମ୍ବାୱେ ୩୧ ରନରେ ପରାସ୍ତ କରି ବିଜୟ ଲାଭ କରିଛି ୱେଷ୍ଟଇଣ୍ଡିଜ । ଅଧିକ ପଢନ୍ତୁ

T20 World Cup : ୩୧ ରନରେ ଜିମ୍ବାୱେକୁ ହରାଇଲା ୱେଷ୍ଟଇଣ୍ଡିଜ
T20 World Cup : ୩୧ ରନରେ ଜିମ୍ବାୱେକୁ ହରାଇଲା ୱେଷ୍ଟଇଣ୍ଡିଜ
author img

By

Published : Oct 19, 2022, 6:59 PM IST

ହବର୍ଟ: ୩୧ ରନରେ ଜିମ୍ବାୱେକୁ ହରାଇଲା ୱେଷ୍ଟଇଣ୍ଡିଜ । ଅଷ୍ଟ୍ରେଲିଆରେ ଖେଳା ଯାଉଥିବା T20 ବିଶ୍ବକପର ଆଜି ଅଷ୍ଟମ ଗୃପ ପର୍ଯ୍ୟାୟ ମ୍ୟାଚର ଚତୁର୍ଥ ଦିନ । ଏହି ମେଗା ଟୁର୍ଣ୍ଣାମେଣ୍ଟରେ ଗୃପ ପର୍ଯ୍ୟାୟ ମ୍ୟାଚ ଜାରି ରହିଛି । ଆଜି ଅଷ୍ଟମ ଗୃପ ପର୍ଯ୍ୟାୟ ମ୍ୟାଚରେ ୱେଷ୍ଟଇଣ୍ଡିଜ ଏବଂ ଜିମ୍ବାୱେ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ଜିମ୍ବାୱେ ୩୧ ରନରେ ପରାସ୍ତ କରି ବିଜୟ ଲାଭ କରିଛି ୱେଷ୍ଟଇଣ୍ଡିଜ । ଜିମ୍ବାୱେକୁ ୧୫୪ ରନର ଟାର୍ଗେଟ ଦେଇଥିଲା ୱେଷ୍ଟଇଣ୍ଡିଜ । ଏହାର ଜବାବରେ ଜିମ୍ବାୱେ ୧୮.୨ ଓଭରରେ ୧୨୨ ରନ କରି ଅଲଆଉଟ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: T20 World Cup : ସ୍କଟଲାଣ୍ଡକୁ ୬ ୱିକେଟରେ ହରାଇଲା ଆୟାରଲାଣ୍ଡ

ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ୱେଷ୍ଟଇଣ୍ଡିଜ । ଓପନିଂ ଯୋଡି ଦଳୀୟ ସ୍କୋର ପାଇଁ ୨୮ ରନ ଯୋଡିଥିଲେ । ଏହାପରେ କେଲ ମାୟରର୍ସ ୧୩ ରନ କରି ଆଉଟ ହୋଇଥିଲେ । ଜନସନ ଚାର୍ଲସ ଏବଂ ରୋଭମନ ପାୱେଲଙ୍କ ମଜବୁତ ପାଳି ବଳରେ ୱେଷ୍ଟ ଇଣ୍ଡିଜ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୫୩ ରନ କରିଥିଲା । ଜନସନ ଚାର୍ଲସ ସର୍ବାଧିକ ୪୫ ରନ ଇନିଂସ ଖେଳିଥିଲେ । ସେହିପରି ରୋଭମନ ପାୱେଲ ୨୧ ବଲରୁ ଗୋଟିଏ ଚୌକା ଏବଂ ୨ ଟି ଛକା ସହିତ ୨୮ ରନର ଇନିଂସ ଖେଳିଥିଲେ । ଏକେଲ ହୁସେନ ୨୩ ରନ କରି ଆଉଟ ହୋଇଥିବା ବେଳେ ଇଭିନ ଲେୱିସ ୧୫ ରନ କରି ଆଉଟ ହୋଇଥିଲେ । ଜିମ୍ବାୱେର ସିକନ୍ଦର ରାଜା ସର୍ବାଧିକ ୩ ଟି ୱିକେଟ ନେଇଥିଲେ । ସେହିପରି ସିନ ୱିଲିୱିମ୍ସ ଗୋଟିଏ ଏବଂ ବ୍ଲେସିଙ୍ଗ ମୁଜରବାନି ୨ ଟି ୱିକେଟ ହାତେଇଥିଲେ ।

ଏହା ମଧ୍ୟ ପଢନ୍ତୁ : T20 World Cup: ମିୟାପନଙ୍କ ହ୍ୟାଟ୍ରିକ ବେକାର, ୭୯ ରନରେ ଶ୍ରୀଲଙ୍କାଠୁ ହାରିଲା UAE

ସେପଟେ ୧୫୪ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ଜିମ୍ବାୱେ । ୱେଷ୍ଟଇଣ୍ଡିଜର ଅଲଜରୀ ଜଶେଫ ଓ ଜୋସନ ହଲ୍ଡରଙ୍କ ଘାତକ ବୋଲିଂ ବଳରେ ଜିମ୍ବାୱେ ବ୍ୟାଟର ଧରାଶାୟୀ ହୋଇଥିଲେ । ଅଲଜରୀ ଜଶେଫ ୪ ଓଭର ବୋଲିଂ କରି ୧୬ ରନ ବ୍ୟୟରେ ୪ ଟି ସର୍ବାଧିକ ୪ ଟି ୱିକେଟ ଅକ୍ତିଆର କରିଥିଲେ । ସେହିପରି ଜୋସନ ହଲ୍ଡର ୩ ଟି ୱିକେଟ ନେଇଥିଲେ । ଓଡେନ ସ୍ମିଥ, ଅବେଡ ମାକୱେ, ଏକେଲ ହୁସେନ ଗୋଟିଏ ଲେଖାଏଁ ୱିକେଟ ହାତେଇଥିଲେ । ସେପଟେ ଅଲଜରୀ ଜଶେଫ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.