ETV Bharat / sports

T20 World Cup: ଅଭ୍ୟାସବେଳେ ଆହତ ରୋହିତ, ସେମିଫାଇନାଲ ପୂର୍ବରୁ ଭାରତକୁ ଝଟ୍‌କା - ରୋହିତ ଶର୍ମା ଆହତ

ଚଳିତ ଟି-ଟ୍ବେଣ୍ଟି ବିଶ୍ବକପର ଗୁରୁତ୍ବପୂର୍ଣ୍ଣ ସେମିଫାଇନାଲ ମ୍ୟାଚ୍‌ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ବଡ ଝଟକା । ଭାରତୀୟ ଅଧିନାୟକ ରୋହିତ ଶର୍ମା ଆହତ । ଆଡିଲେଡରେ ଅଭ୍ୟାସ ସମୟରେ ରୋହିତ ଆହତ ହୋଇଥିବା ସୂଚନା ।

indian captain rohit sharma injured
T20 World Cup: ଅଭ୍ୟାସବେଳେ ଆହତ ରୋହିତ, ସେମିରେ ଖେଳିବା ନେଇ ଆଶଙ୍କା
author img

By

Published : Nov 8, 2022, 8:04 AM IST

Updated : Nov 9, 2022, 6:53 AM IST

ଆଡିଲେଡ: ଭାରତୀୟ ଅଧିନାୟକ ରୋହିତ ଶର୍ମା ଆହତ । ଚଳିତ ଟି-ଟ୍ବେଣ୍ଟି ବିଶ୍ବକପର ଗୁରୁତ୍ବପୂର୍ଣ୍ଣ ସେମିଫାଇନାଲ ମ୍ୟାଚ୍‌ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ବଡ ଝଟକା । ଆଡିଲେଡରେ ଅଭ୍ୟାସ ସମୟରେ ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି । ତାଙ୍କ ଡାହାଣ ହାତରେ ଆଘାତ ଲାଗିଥିବା ଜଣାପଡିଛି । ସେମି ଫାଇନାଲକୁ ଗୋଟିଏ ଦିନ ବାକି ଥିବାବେଳେ ରୋହିତ ଆହତ ହେବା ଦଳ ପାଇଁ ଚିନ୍ତାର କାରଣ ହୋଇଛି । ରୋହିତ ସେମି ଫାଇନାଲ ମ୍ୟାଚ୍‌ ନ ଖେଳିବା ନେଇ ଆଶଙ୍କା ଦେଖାଦେଇଛି ।

  • Indian captain Rohit Sharma hit on his right hand during a practice session in Adelaide ahead of the semi-final match against England. pic.twitter.com/HA4xGJDC51

    — ANI (@ANI) November 8, 2022 " class="align-text-top noRightClick twitterSection" data=" ">

ଆସନ୍ତାକାଲିଠୁ (ବୁଧବାର) ସେମି ଫାଇନାଲ ରାଉଣ୍ଡ ଆରମ୍ଭ ହେବ । ଚତୁର୍ଥ ଥର ପାଇଁ ସେମି ଫାଇନାଲରେ ଭାରତ ପ୍ରବେଶ କରିଛି । ଗୁରୁବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ ଖେଳାଯିବ । ମେଲବର୍ଣ୍ଣରେ ଜିମ୍ବାୱେକୁ ପରାସ୍ତ କରିବା ପରେ ଭାରତ ସେମି ଫାଇନାଲରେ ସ୍ଥାନ ପକ୍କା କରିଥିଲା । ଏ ନେଇ ଦଳ ସୋମବାର ଆଡିଲେଡରେ ପହିଞ୍ଚିଥିଲା ଦଳ । ଆଜି ଅଭ୍ୟାସ ସମୟରେ ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି । ତାଙ୍କ ଡାହାଣ ହାତରେ ଆଘାତ ଲାଗିଥିବା ଜଣାପଡିଛି । ଇଂଲଣ୍ଡ ବିପକ୍ଷ ସେମି ଫାଇନାଲ ମ୍ୟାଚ ପୂର୍ବରୁ ଅଧିନାୟକ ଆହତ ହେବା ଦଳ ପାଇଁ ଚିନ୍ତାଜନକ ହୋଇଛି । ଏପରି ସ୍ଥିତିରେ ରୋହିତ ସେମି ଫାଇନାଲ ନ ଖେଳିବା ନେଇ ଆଶଙ୍କା ଦେଖା ଦେଇଛି ।

ଏହା ବି ପଢନ୍ତୁ...ଇଂଲିସ୍ ବ୍ୟାଟର ମଲାନ ଆହତ, ସେମିରେ ଭାରତ ବିପକ୍ଷ ମ୍ୟାଚରେ ପଡିବେ ବାଦ !

ଚଳିତ ଟି-ଟ୍ବେଣ୍ଟି ବିଶ୍ବକପରେ ଭାରତର ଭଲ ପ୍ରଦର୍ଶନ ରହିଛି । ସୁପର 12 ଗ୍ରୁପ ପର୍ଯ୍ୟାୟର ପ୍ରଥମ ମୁକାବିଲାରେ ପାକିସ୍ତାନକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିଲା । ଏହାପରେ ନେଦରଲାଣ୍ଡସ,ବାଂଲାଦେଶ ଓ ଜିମ୍ବାୱେକୁ ପରାସ୍ତ କରିଥିଲା ଭାରତ । ଦକ୍ଷିଣ ଆଫ୍ରିକାଠୁ କେବଳ ପରାସ୍ତ ହୋଇଥିଲା ଦଳ । 4ଟି ମ୍ୟାଚରୁ 3ଟି ମ୍ୟାଚ ଜିତି ପଏଣ୍ଟ ଟେବୁଲ ଟପରେ ରହିଛି ଟିମ ଇଣ୍ଡିଆ । ପ୍ରକାଶ ଥାଉ କି, ଆସନ୍ତାକାଲି ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳିଯିବ ।

Last Updated : Nov 9, 2022, 6:53 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.