ETV Bharat / sports

T20 world Cup: ସୁପର ୧୨ ପର୍ଯ୍ୟାୟ ଆରମ୍ଭ, ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ଲଢେଇ

author img

By

Published : Oct 22, 2022, 12:56 PM IST

Updated : Oct 22, 2022, 1:04 PM IST

ଆରମ୍ଭ ହୋଇଯାଇଛି ଟି୨୦ ବିଶ୍ବକପ ୨୦୨୨ର ଅସଲ ଲଢେଇ । ସୁପର ୧୨ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ ଆୟୋଜକ ତଥା ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ଓ ରନର୍ସଅପ୍‌ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି । ଅଧିକ ପଢନ୍ତୁ

Australia won the toss elect to bowl first against new zealand
T20 world Cup: ସୁପର ୧୨ ପର୍ଯ୍ୟାୟ ଆରମ୍ଭ, ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ଲଢେଇ

ସିଡନୀ(ଅଷ୍ଟ୍ରେଲିଆ): ଆଜିଠୁ ଆରମ୍ଭ ହୋଇଛି ଟି୨୦ ବିଶ୍ବକପ ୨୦୨୨ର ଅସଲ ଲଢେଇ । ସୁପର ୧୨ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ ଆୟୋଜକ ତଥା ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ଓ ରନର୍ସଅପ୍‌ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି । ପ୍ରଥମେ ଟସ୍‌ ଜିତି ଅଷ୍ଟ୍ରେଲିଆ କ୍ୟାପଟେନ ଆରୋନ ଫିଞ୍ଚ୍‌ ବୋଲିଂ ନିଷ୍ପତି ନେଇଛନ୍ତି ଓ ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ କରିଛନ୍ତି ।

କଙ୍ଗାରୁ ଟିମ ଲଗାତାର ଦ୍ବିତୀୟ ଥର ପାଇଁ ବିଶ୍ବକପ ଟ୍ରଫି ବିଜୟ ପାଇଁ ଅଭିଯାନ ଆରମ୍ଭ କରୁଥିବାବେଳେ ନ୍ୟୁଜିଲାଣ୍ଡ ଅଷ୍ଟ୍ରେଲିଆ ମାଟିରେ ପରାଜୟ ଧାରା ଭାଙ୍ଗିବା ଲକ୍ଷ୍ୟରେ ରହିଛି । ବର୍ଷ ୨୦୧୧ ଠାରୁ ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆକୁ ହରାଇ ପାରିନି ନ୍ୟୁଜିଲାଣ୍ଡ । ଆରୋନ ଫିଞ୍ଚ୍‌ ଓ ୱିଲିୟମସନଙ୍କ ପାଇଁ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ବିଶେଷ ଗୁରୁତ୍ବ ରଖୁଛି । କାରଣ ଫିଞ୍ଚ୍‌ କେବଳ ଏହି ଫର୍ମାଟ ବ୍ୟତୀତ ଦିନିକିଆ ଫର୍ମାଟର ଅଧିନାୟକ ପଦ ଛାଡିସାରିଛନ୍ତି । ଟେଷ୍ଟ ଚାମ୍ପିୟନସିପ ଫାଇନାଲ ବ୍ୟତୀତ ନିକଟ ଅତୀତରେ ଖେଳାଯାଇଥିବା ବିଶ୍ବକପର ଏକାଧିକ ନକଆଉଟ୍‌ ମ୍ୟାଚ୍‌ରେ ପରାଜୟ ଓ ଟ୍ରଫି ବିଜୟ ଅବଶୋଷ ଦୃଷ୍ଟିରୁ ମଧ୍ୟ ଭେଟେରାନ ୱିଲିୟମସନଙ୍କ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଆଉ ଏକ ନୂଆ ସୁଯୋଗ ଆଣିଦେଇଛି ।

ଚୁଡାନ୍ତ ଏକାଦଶ:

ନ୍ୟୁଜିଲାଣ୍ଡ: ଡେଭନ କନୱେ(ୱିକେଟ କିପର), କେନ୍‌ ୱିଲିୟମସନ(କ୍ୟାପଟେନ୍‌), ଗ୍ଳେନ ଫିଲିପ୍ସ, ମାର୍କ ଚାପମାନ, ଜେମ୍ସ ନିଶାମ, ମିଚେଲ ସାଣ୍ଟନର, ଟିମ ସାଉଦୀ, ଇସ ସୋଧୀ, ଲୋକି ଫର୍ଗୁସନ, ଟ୍ରେଣ୍ଟ ବୋଲ୍ଟ ।

ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ୍‌(କ୍ୟାପଟେନ୍‌), ଡେଭିଡ ମିଲର, ମିଚେଲ ମାର୍ଶ, ଗ୍ଲେନ ମାକ୍ସୱେଲ, ମାର୍କସ ଷ୍ଟୋଇନିସ, ଟିମ ଡେଭିଡ, ମାଥ୍ୟୁ ୱେଡ୍‌(ୱିକେଟ କିପର), ପାଟ କମିନ୍ସ, ମିଚେଲ ଷ୍ଟାର୍କ, ଆଡମ ଜାମ୍ପା, ଜୋସ ହେଜେଲଉଡ୍‌ ।

Last Updated : Oct 22, 2022, 1:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.