ପର୍ଥ ( ଅଷ୍ଟ୍ରେଲିଆ ) : ଟି୨୦ ବିଶ୍ବକପ ୨୦୨୨ ରେ ମଙ୍ଗଳବାର ଡିଫେଣ୍ଡିଂ ଚମ୍ପିଆନ ତଥା ଆୟୋଜକ ଅଷ୍ଟ୍ରେଲିଆ ଏବଂ ଗତ ଏସିଆ କପ ଚମ୍ପିଆନ ଶ୍ରୀଲଙ୍କା ମୁହାଁମୁହିଁ ହେବେ । ସୁପର ୧୨ ପର୍ଯ୍ୟାୟରେ ଅଷ୍ଟ୍ରେଲିଆର ଏହା ଦ୍ବିତୀୟ ମ୍ୟାଚ । ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା । ତେଣୁ ଆରୋନ ଫିଞ୍ଚ ଦଳ ଦ୍ବିତୀୟ ମ୍ୟାଚ ନିଜ ସପକ୍ଷରେ ନେବାକୁ ଚେଷ୍ଟା ଜାରି ରଖିବ । ସେହିପରି ଶ୍ରୀଲଙ୍କା ବିଜୟ ଅଭିଯାନ ଜାରି ରଖବାକୁ ଚାହିଁବ ।
ଗ୍ରୁପ ୧ ରେ ଅଷ୍ଟ୍ରେଲିଆ ସହିତ ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କା ଭଳି ଦମଦାର ଫର୍ମରେ ଥିବା ଦଳ ରହିଛନ୍ତି । ତେଣୁ କଙ୍ଗାରୁ ଦଳ ବିଶ୍ବକପରେ ପ୍ରଥମ ମ୍ୟାଚ ହାରିଯାଇଥିଲେ ମଧ୍ୟ ଦ୍ବିତୀୟ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ଖାତା ଖୋଲିବାକୁ ଚେଷ୍ଟା କରିବ । ହୋମ ଗ୍ରାଉଣ୍ଡର ଫାଇଦା ଅଷ୍ଟ୍ରେଲିଆକୁ ମିଳିପାରେ । ସେପଟେ ଏବେ ଦମଦାର ଫର୍ମରେ ନଜର ଆସିଛି ୨୦୨୨ ଏସିଆ କପ ଚମ୍ପିଆନ । ଚଳିତ ବର୍ଷ ଟି୨୦ ବିଶ୍ବକପରେ ସୁପର ୧୨ ପର୍ଯ୍ୟାୟ ପାଇଁ ଶ୍ରୀଲଙ୍କା ପ୍ରଥମେ ଟିକଟ ହାତେଇଥିଲା । ଏହା ସହିତ ସୁପର ୧୨ ପର୍ଯ୍ୟାୟ ମ୍ୟାଚରେ ଶ୍ରୀଲଙ୍କା ଆୟରଲାଣ୍ଡକୁ ୯ ୱିକେଟରେ ହରାଇ ସହଜ ବିଜୟ ହାସଲ କରିଥିଲା । ତେଣୁ ଶ୍ରୀଲଙ୍କା ତାର ବିଜୟ ଅଭିଯାନ ଜାରି ରଖିବାକୁ ଚେଷ୍ଟା କରିବ ।
ଅଷ୍ଟ୍ରେଲିଆ ଦଳ
ଆରୋନ ଫିଞ୍ଚ ( ଅଧିନାୟକ ), ଏସ୍ଟନ ଅଗର, ପେଟ କମିନ୍ସ, ଟିମ ଡେଭିଡ, କେମରେନ ଗ୍ରୀନ, ଜୋସ ହେଜେଲଉଡ, ମିଚେଲ ମାର୍ଶ, ଗ୍ଲେନ ମାକ୍ସୱେଲ, କେନ ରିଚଡସନ, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ମାର୍କସ ସ୍ଟୋଇନିସ, ମୈଥ୍ୟୁ ୱାଡେ, ଡେଭିଡ ୱାର୍ଣ୍ଣର, ଏଡମ ଜାମ୍ପା ।
ଶ୍ରୀଲଙ୍କା ଦଳ
ଦାସୁନ ଶନକା ( ଅଧିନାୟକ ), ପାଥୁମ ନିଶଙ୍କା, କୁଶଲ ମେଣ୍ଡିସ, ଚରିଥ ଅସଲଙ୍କା, ଭାନୁକା ରାଜପକ୍ଷେ, ଧନଞ୍ଜୟ ଡି ସିଲଭା, ୱାନିନ୍ଦୁ ହସରଙ୍ଗା, ମହିଶ ଥିକସାନା, ଜେଫରୀ ୱାଣ୍ଡରସେ, ଚମିକା କରୁଣାରତ୍ନେ, କାସୁନ ରଜିଥା, ଅଶୀନ ବଣ୍ଡାରା, ଲାହିରୁ କୁମାରା, ବିନୁରା ଫର୍ଣ୍ଣାଣ୍ଡ, ପ୍ରମୋଦ ମଦୁସନ