ETV Bharat / sports

ପାକିସ୍ତାନ ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ କରିବ ଟିମ ଇଣ୍ଡିଆ: ବିରାଟ କୋହଲି

author img

By

Published : Oct 23, 2021, 5:18 PM IST

ପାକିସ୍ତାନ ବିପକ୍ଷ ପ୍ରି-ମ୍ୟାଚ୍‌ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପାଇଁ ଚୂଡାନ୍ତ ଏକାଦଶର ଖୁଲାସା କରିନଥିଲେ ମଧ୍ୟ ଶକ୍ତିଶାଳୀ ଓ ସନ୍ତୁଳିତ ଟିମ ଚୟନ ହୋଇଥିବା କହିଛନ୍ତି କ୍ୟାପଟେନ ବିରାଟ କୋହଲି । ଅଧିକ ପଢନ୍ତୁ...

T20 WC: They possess players who can change the game anytime, says Kohli on Pakistan
ପାକିସ୍ତାନ ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ କରିବ ଟିମ ଇଣ୍ଡିଆ: ବିରାଟ କୋହଲି

ଦୁବାଇ: ରବିବାର ଚଳିତ ICC ପୁରୁଷ ଟି-୨୦ ବିଶ୍ବକପରେ ହାଇଭୋଲଟେଜ୍‌ ଲଢେଇ ଦେଖିବ ବିଶ୍ବ । ମୁହାଁମୁହିଁ ହେବେ ଚିର ପ୍ରତିନ୍ଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମେଗା ମୁକାବିଲା ପାଇଁ ପାକିସ୍ତାନ କ୍ୟାପଟେନ ବାବର ଆଜମ ୧୨ଜଣିଆ ସ୍କ୍ବାଡ ଘୋଷଣା କରିସାରିଥିବାବେଳେ ଚତୁରତାର ସହ ଗୋଟି ଚାଳନା କରୁଛି ଭାରତ ।

ଶନିବାର ପ୍ରି-ମ୍ୟାଚ୍‌ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପାଇଁ ଚୂଡାନ୍ତ ଏକାଦଶର ଖୁଲାସା କରିନଥିଲେ ମଧ୍ୟ ଶକ୍ତିଶାଳୀ ଓ ସନ୍ତୁଳିତ ଟିମ ଚୟନ ହୋଇଥିବା କହିଛନ୍ତି କ୍ୟାପଟେନ ବିରାଟ କୋହଲି ।

ରବିବାର ସୁପର ୧୨ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ ଖେଳିବେ ଭାରତ ଓ ପାକିସ୍ତାନ । ପ୍ରାୟ ଦୁଇ ବର୍ଷ ପରେ ଦୁଇ ଟିମ କ୍ରିକେଟ ମଇଦାନରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଶେଷଥର ICC ପୁରୁଷ ୫୦ ଓଭର ବିଶ୍ବକପ ୨୦୧୯ରେ ପରସ୍ପର ସାମ୍ମାସାମ୍ନି ହୋଇଥିଲେ ଦୁଇ ଟିମ ।

ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ କୋହଲି କହିଛନ୍ତି, "ପାକିସ୍ତାନ ଟିମ ଏକ ଶକ୍ତିଶାଳୀ ଟିମ । ଏକାଧିକ ପ୍ରତିଭାବାନ ଖେଳାଳି ରହିଛନ୍ତି , ସେଥିପାଇଁ ଆମକୁ ଶ୍ରେଷ୍ଠ କ୍ରିକେଟ ଖେଳିବାକୁ ହେବ । ଭିନ୍ନ ଟିମ ବିପକ୍ଷରେ ଚୂଡାନ୍ତ ଏକାଦଶ ରଣନୀତିର ପରିବର୍ତ୍ତନ ହେବ । ତେବେ ଭାରତୀୟ ଚୂଡାନ୍ତ ଏକାଦଶର କୌଣସି ସୂଚନା ଦେବାକୁ ମନା କରିଛନ୍ତି କୋହଲି, ତେବେ ପ୍ରସ୍ତୁତ ରଣନୀତିକୁ ସଫଳ କରିବାକୁ ଆତ୍ମବିଶ୍ବାସରେ ଭରପୁର ରହିଛନ୍ତି ଖେଳାଳି ବୋଲି କହିଛନ୍ତି ।"

ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କିନ୍ତୁ ରବିବାର ଖେଳିବାକୁ ଯାଉଥିବା ସ୍ପଷ୍ଟ କରିଛନ୍ତି କୋହଲି ।

"ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ କୌଣସି ସମସ୍ୟା ନାହିଁ । ହାର୍ଦ୍ଦିକ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ଆବଶ୍ୟକ ସ୍ଥଳେ ଅତିକମ୍‌ରେ ଦୁଇ ଓଭର ବୋଲିଂ କରିବାକୁ ସମର୍ଥ । ହାର୍ଦ୍ଦିକ ପାଖରେ ଥିବା ବ୍ୟାଟିଂ କ୍ଷମତାର କୌଣସି ବିକଳ୍ପ ନାହିଁ କହିଛନ୍ତି କୋହଲି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.