ETV Bharat / sports

T20 WC: ଭାରତ ବିପକ୍ଷ ମ୍ୟାଚ୍‌ ପାଇଁ ପାକିସ୍ତାନ ଟିମ ଘୋଷଣା

author img

By

Published : Oct 23, 2021, 4:47 PM IST

ରବିବାର ଚଳିତ ICC ପୁରୁଷ ଟି-୨୦ ବିଶ୍ବକପରେ ହାଇଭୋଲଟେଜ୍‌ ଲଢେଇ ଦେଖିବ ବିଶ୍ବ । ମୁହାଁମୁହିଁ ହେବେ ଚିର ପ୍ରତିନ୍ଦ୍ବନ୍ଦୀ ଭାରତ ଓ ପାକିସ୍ତାନ । ଅଧିକ ପଢନ୍ତୁ...

T20 WC: Pak name 12-member squad for India game
T20 WC: ଭାରତ ବିପକ୍ଷ ମ୍ୟାଚ୍‌ ପାଇଁ ପାକିସ୍ତାନ ଟିମ ଘୋଷଣା

ଦୁବାଇ: ରବିବାର ଚଳିତ ICC ପୁରୁଷ ଟି-୨୦ ବିଶ୍ବକପରେ ହାଇଭୋଲଟେଜ୍‌ ଲଢେଇ ଦେଖିବ ବିଶ୍ବ । ମୁହାଁମୁହିଁ ହେବେ ଚିର ପ୍ରତିନ୍ଦ୍ବନ୍ଦୀ ଭାରତ ଓ ପାକିସ୍ତାନ । ଏହି ମେଗା ମୁକାବିଲା ପାଇଁ ପାକିସ୍ତାନ କ୍ୟାପଟେନ ବାବର ଆଜମ ୧୨ ଜଣିଆ ସ୍କ୍ବାଡ ଘୋଷଣା କରିଛନ୍ତି ।

ଶନିବାର ସାମ୍ବାଦିକ ସମ୍ମିଳନୀରେ ସ୍କ୍ବାଡ ଘୋଷଣା କରିଛନ୍ତି ଆଜମ । ଘୋଷିତ ସ୍କ୍ବାଡ୍‌ରେ ଅଭିଜ୍ଞ ମହମ୍ମଦ ହାଫିଜ ଓ ସୋଏବ ମଲିକଙ୍କୁ ସାମିଲ କରାଯାଇଛି । ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଭାରତ ବିପକ୍ଷରେ ଖେଳିବାର ବିଶେଷ ଅଭିଜ୍ଞତା ଏହି ଦୁଇ ଖେଳାଳିଙ୍କ ରହିଛି । ଫଳରେ ଉଭୟ ହାଫିଜ ଓ ସୋଏବଙ୍କ ଅଭିଜ୍ଞତାରୁ ଲାଭ ଉଠାଇବା ଲକ୍ଷ୍ୟରେ ରହିଛି ପାକିସ୍ତାନ ।

ପାକିସ୍ତାନ ସୁପର ଲିଗ ଷ୍ଟାର୍‌ ୨୧ ବର୍ଷୀୟ ସାହିନ ଆଫ୍ରିଦିଙ୍କୁ ମଧ୍ୟ ସ୍ଥାନ ମିଳିଛି । ପାକିସ୍ତାନ ଖେଳିଥିବା ଦୁଇ ଅଭ୍ୟାସ ମ୍ୟାଚ୍‌ରେ ସାହିନ ଦମଦାର ବୋଲିଂ ସହ ୪ଟି ୱିକେଟ ହାସଲ କରିଥିଲେ ।

ହାସଲ ଅଲୀ ମଧ୍ୟ ମେନ ଇନ ଗ୍ରୀନ୍‌ର ଷ୍ଟାର ଦ୍ରୁତ ବୋଲର ଭାବେ ସ୍ଥାନ ପାଇଛନ୍ତି ।

ତେବେ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବିପକ୍ଷରେ ଏଯାବତ ଅପରାଜେୟ ରହିଛି ଭାରତ । ଏହି ରେକର୍ଡକୁ ବଜାୟ ରଖିବାକୁ ମେନ ଇନ୍‌ ବ୍ଳୁ ମଧ୍ୟ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ।

ଭାରତ ବିପକ୍ଷରେ ୧୨ ଜଣିଆ ପାକିସ୍ତାନ ସ୍କ୍ବାଡ:

ବାବର ଆଜମ (କ୍ୟାପଟେନ୍‌), ଆସିଫ ଅଲି, ଫଖର ଜମନ, ହାଇଦର ଅଲୀ, ମହମ୍ମଦ ରିଜୱାନ(ୱିକେଟ କିପର), ଇମାଦ ୱାସିମ, ମହମ୍ମଦ ହାଫିଜ, ସଦାବ ଖାନ(ଭାଇସ କ୍ୟାପଟେନ), ସୋଏବ ମଲିକ, ହାରିସ ରୌଫ, ହାସଲ ଅଲୀ, ସାହିନ ଶାହ ଆଫ୍ରିଦି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.