ନୂଆଦିଲ୍ଲୀ: ପୂର୍ବତନ ଜମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ତଥା ଜମ୍ମୁ କାଶ୍ମୀର ନ୍ୟାସନାଲ କନ୍ଫରେନ୍ସ(NC) ନେତା ଓମାର ଅବଦୁଲ୍ଲା ସୋମବାର ଟିମ ଇଣ୍ଡିଆକୁ ସମାଲୋଚନା କରିଛନ୍ତି । ICC ପୁରୁଷ ଟି-୨୦ ବିଶ୍ବକପ୍ରେ ପାକିସ୍ତାନ ଠାରୁ ଭାରତ ହାରିବା ପରେ ମହମ୍ମଦ ସାମିଙ୍କୁ ସୋସିଆଲ ମିଡିଆରେ ଶହଶହ ଫ୍ୟାନ୍ସ ଦେଶଦ୍ରୋହୀ ଦର୍ଶାଇ ଅଶାଳୀନ ଟିପ୍ପଣୀ କରିଥିଲେ । ସାଥୀ ଖେଳାଳି ସାମିଙ୍କ ସମର୍ଥନରେ ନ ବାହାରିବା କାରଣରୁ ଟିମ ଇଣ୍ଡିଆକୁ ଟାର୍ଗେଟ କରିଛନ୍ତି ଓମାର ଅବଦୁଲ୍ଲା ।
-
#MohammedShami was one of 11 players who lost last night, he wasn’t the only player on the field. Team India your BLM knee taking counts for nothing if you can’t stand up for your team mate who is being horribly abused & trolled on social media.
— Omar Abdullah (@OmarAbdullah) October 25, 2021 " class="align-text-top noRightClick twitterSection" data="
">#MohammedShami was one of 11 players who lost last night, he wasn’t the only player on the field. Team India your BLM knee taking counts for nothing if you can’t stand up for your team mate who is being horribly abused & trolled on social media.
— Omar Abdullah (@OmarAbdullah) October 25, 2021#MohammedShami was one of 11 players who lost last night, he wasn’t the only player on the field. Team India your BLM knee taking counts for nothing if you can’t stand up for your team mate who is being horribly abused & trolled on social media.
— Omar Abdullah (@OmarAbdullah) October 25, 2021
ଅବଦୁଲ୍ଲା ଟ୍ବିଟରେ ଲେଖିଛନ୍ତି, "ମହମ୍ମଦ ସାମି ମଧ୍ୟ ସେହି ୧୧ ଜଣ ଖେଳାଳିଙ୍କ ମଧ୍ୟରେ ଥିଲେ ଯିଏ ଗତ ରାତିରେ ହାରିଛନ୍ତି, ସେ ଜଣେ ପଡିଆରେ ନଥିଲେ । ଟିମ ଇଣ୍ଡିଆ ତୁମର ଆଣ୍ଠୁ ମାଡି BLM ଅଭିଯାନକୁ ସମର୍ଥନ ଜଣାଇବାର ମାନେ କିଛି ନାହିଁ, ଯଦି ତୁମେ ସାଥୀ ଖେଳାଳିଙ୍କ ସମର୍ଥନ କରିବ ନାହିଁ ଯିଏ ସୋସିଆଲ ମିଡିଆରେ ଅତି ଭୟଙ୍କର ଭାବରେ ଟ୍ରୋଲ୍ର ଶିକାର ହୋଇଛନ୍ତି ।"
ଚିର ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନ ଠାରୁ ICC ପୁରୁଷ ଟି-୨୦ ବିଶ୍ବକପରେ ମେନ ଇନ୍ ବ୍ଲୁ ପରାଜୟ ପରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ଅନଲାଇନ୍ ଦୁର୍ବ୍ୟବହାରର ଶିକାର ହେବାକୁ ପଡିଛି । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ପାକିସ୍ତାନ ୧୦ ୱିକେଟରେ ଭାରତକୁ ହରାଇ ଇତିହାସ ରଚିଛି ।
ଏହା ପ୍ରଥମ ଥର ଯେ ଭାରତ ଏକ ଟି-୨୦ ମ୍ୟାଚ୍ ୧୦ ୱିକେଟରେ ପରାସ୍ତ ହୋଇଛି । ସଂଯୋଗବଶତଃ ପାକିସ୍ତାନ ମଧ୍ୟ ପ୍ରଥମ ଥର ଗୋଟିଏ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ୧୦ ୱିକେଟ୍ରେ ଜିତିଛି । ଭାରତ ତାର ପରବର୍ତ୍ତୀ ମୁକାବିଲା ରବିବାର ଅକ୍ଟୋବର ୩୧ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ । ସେହିପରି ଅକ୍ଟୋବର ୨୬ ମଙ୍ଗଳବାର ନ୍ୟୁଜିଲାଣ୍ଡକୁ ଭେଟିବ ପାକିସ୍ତାନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ