ETV Bharat / sports

T20 WC: ସ୍କଟଲାଣ୍ଡ୍‌ର ଦ୍ବିତୀୟ ବିଜୟ

author img

By

Published : Oct 19, 2021, 8:16 PM IST

ICC ପୁରୁଷ ଟି-୨୦ ବିଶ୍ବକପର ଗ୍ରୁପ ବି' ରାଉଣ୍ଡ 1 ପର୍ଯ୍ୟାୟ ମ୍ୟାଚ୍‌ରେ ପପୁଆ ନ୍ୟୁ ଗିନିଆ(PNG)କୁ ୧୭ ରନ୍‌ରେ ହରାଇଲା ସ୍କଟଲାଣ୍ଡ୍‌ । ଅଧିକ ପଢନ୍ତୁ...

T20 WC: Berrington, bowlers shine as Scotland defeat PNG in Group B
T20 WC: ସ୍କଟଲାଣ୍ଡ୍‌ର ଦ୍ବିତୀୟ ବିଜୟ

ମସକାଟ୍‌(ଓମାନ): ଚଳିତ ICC ପୁରୁଷ ଟି-୨୦ ବିଶ୍ବକପର ଗ୍ରୁପ ବି' ରାଉଣ୍ଡ 1 ପର୍ଯ୍ୟାୟ ମ୍ୟାଚ୍‌ରେ ପପୁଆ ନ୍ୟୁ ଗିନିଆ(PNG)କୁ ୧୭ ରନ୍‌ରେ ହରାଇଲା ସ୍କଟଲାଣ୍ଡ୍‌ । ୧୬୬ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରଥିବା PNG 19.୩ ଓଭରରେ ସମସ୍ତ ୱିକେଟ ହରାଇ ୧୪୮ ରନ୍‌ କରିବାକୁ ସମର୍ଥ ହୋଇଥିଲା । ଶୀର୍ଷକ୍ରମର ପ୍ରଥମ ୫ଟି ୱିକେଟ ମାତ୍ର ୩୫ ରନ୍‌ ମଧ୍ୟରେ ହରାଇ ସଙ୍କଟରେ ପଡିଥିଲା PNG । ଟୋନି ଉରା ୨, ଲେଗା ସିଆକା ୯, ଆସାଦ ଭାଲା ୧୮, ଚାର୍ଲସ ଅମିନି ୧ ଓ ସିମନ ଅଟାଇ ୨ ରନ୍‌ କରି ପାଭିଲିୟନ ଫେରିଥିଲେ ।

ତେବେ ସେସେ ବାଉ ଓ ନରମାନ ଭନୁଆ ଷଷ୍ଠ ୱିକେଟ ଯୋଡିରେ ୩୨ ଯୋଡିଥିଲେ । ପରେ ଭନୁଆ ଓ କିପଲିନ ଡୋରିଗାଙ୍କ ମଧ୍ୟରେ ସପ୍ତମ ୱିକେଟ ଯୋଡିରେ ୫୩ ରନ୍‌ର ଭାଗିଦାରୀ ହୋଇଥିଲେ ମଧ୍ୟ ବିଜୟ ଠାରୁ ୧୬ ରନ୍‌ ପଛରେ ରହିଯାଇଥିଲା PNG ।

ଅନ୍ୟପଟେ ସ୍କଟଲାଣ୍ଡ୍‌ ଖେଳାଳି ପ୍ରଥମେ ବ୍ୟାଟ୍‌ରେ କମାଲ କରିବା ପରେ ବଲ୍‌ରେ ମଧ୍ୟ ଦମ ଦେଖାଇଥିଲେ । ଜୋସ୍‌ ଡାଭି ସର୍ବାଧିକ ୪ଟି ୱିକେଟ ହାସଲ କରିଥିଲେ । ବ୍ରାଡଲେ ହ୍ବିଲ, ଆଲସାଦିର ଏଭନ୍‌ସ, ମାର୍କ ୱାଟ୍‌ ଓ କ୍ରିସ୍‌ ଗ୍ରେଭ୍‌ସଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା ।

ପୂର୍ବରୁ ବେରିଂଟନଙ୍କ ୭୦ ଓ କ୍ରସଙ୍କ ୪୫ ରନ୍‌ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୬୫ ରନ୍‌ ସଂଗ୍ରହ କରିଥିଲା ସ୍କଟଲାଣ୍ଡ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.