ETV Bharat / sports

T-20 WC: ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ, ଇଂଲଣ୍ଡ ସାମ୍ନାରେ ୧୨୫ ରନ୍‌ ଟାର୍ଗେଟ - ବାଂଲାଦେଶର 125 ରନ୍‌ ଟାର୍ଗେଟ

ଇଂଲଣ୍ଡକୁ ୧୨୫ ରନ୍‌ ବିଜୟ ଲକ୍ଷ୍ୟ ଦେଲା ବାଂଲାଦେଶ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ବାଲାଂଦେଶ । ଅଧିକ ପଢ଼ନ୍ତୁ...

T-20 WC: ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ, ଇଂଲଣ୍ଡ ସାମ୍ନାରେ ୧୨୫ ରନ୍‌ ଟାର୍ଗେଟ

author img

By

Published : Oct 27, 2021, 5:35 PM IST

ଆବୁଧାବି: ଇଂଲଣ୍ଡକୁ ୧୨୫ ରନ୍‌ ବିଜୟ ଲକ୍ଷ୍ୟ ଦେଲା ବାଂଲାଦେଶ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ବାଲାଂଦେଶ । ତେବେ ମ୍ୟାଚ ଆରମ୍ଭରୁ ହିଁ ଇଂଲଣ୍ଡ ବୋଲର ମାନେ ଶୃଙ୍ଖଳିତ ବୋଲିଂ କରିଥିଲେ । ଫଳରେ ବାଂଲାଦେଶ ଅଧିକ ରନ୍‌ ସଂଗ୍ରହ କରିବାରେ ସକ୍ଷମ ହୋଇ ପାରିନଥିଲା ।

ଦଳୀୟ ସ୍କୋର ୧୪ ଥିବା ବେଳେ ଓପନର ଲିଟନ ଦାସ ଆଉଟ ହୋଇଥିଲେ । ଟପ ଅର୍ଡରର ତିନୋଟି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍‌ ମଧ୍ୟ କରି ପାରିନଥିଲେ । ମଧ୍ୟ କ୍ରମ ବ୍ୟାଟର ମୁସିଫିକର ରହିମ କିଛି ସମୟ ପଡ଼ିଆରେ ବିତାଇ ଦଳୀୟ ସ୍କୋର ବଢ଼ାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା କିଛି ଲାଭ ହୋଇନଥିଲା । ସେ ମାତ୍ର ୨୯ ରନ୍‌ କରିବାକୁ ହିଁ ସକ୍ଷମ ହୋଇ ପାରିଥିଲେ । ଅଧିନାୟକ ମହମ୍ମଦୁଲ୍ଲା ମଧ୍ୟ କେବଳ ୧୯ ରନ୍‌ କରି ପାଭିଲିୟନ ଫେରିଥିଲେ । ଏହାପରେ ନୁରୁଲ ହାସଲ ମଧ୍ୟ ସଂଘର୍ଷ କରି ୧୬ ରନ କରିଥିଲେ । ଇନିଂସ ଶେଷ ବେଳକୁ ବୋଲର ନାସୁମ ଅହମ୍ମଦ ୯ ବଲ୍‌ରୁ ଲଢ଼ୁଆ ୧୯ ରନ୍‌ ସଂଗ୍ରହ କରିଥିଲେ ।

ନିର୍ଦ୍ଧାରିତ ୨୦ ଓଭରରେ ବାଂଲାଦେଶ ୯ ୱିକେଟ ହରାଇ ମାତ୍ର ୧୨୪ ରନ୍‌ ହିଁ କରିବାକୁ ସକ୍ଷମ ହୋଇଥିଲା । ସେପଟେ ଇଂଲଣ୍ଡ ପକ୍ଷରୁ ତାଇମାଲ ମିଲ୍ସ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଲିଆମ ଲିଭିଂଷ୍ଟୋନ ଓ ମୋଇନ ଅଲୀ ଦୁଇଟି ଲେଖାଏଁ ୱିକେଟ ନେବାକୁ ସକ୍ଷମ ହୋଇଥିଲେ । କ୍ରୀଶ ୱୋକସ୍‌ ଗୋଟିଏ ୱିକେଟ ନେଇଥିଲେ । ତେବେ ଏହି ପିଚ୍‌ରେ ଇଂଲଣ୍ଡର ବ୍ୟାଟର କିଭଳି ବ୍ୟାଟିଂ କରିବେ ତାହା ଦେଖିବା ବାକି ରହିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.