ETV Bharat / sports

Eng vs Ind test series: ଷ୍ଟାଣ୍ଡବାଏ ଫାଷ୍ଟ ବୋଲର ପ୍ରସିଦ୍ଧ କ୍ରୀଷ୍ଣା ଭାରତୀୟ ଦଳରେ ସାମିଲ

ଇଂଲଣ୍ଡ ବିପକ୍ଷରେ ବାକି ଥିବା ଦୁଇଟି ଟେଷ୍ଟ ମ୍ୟାଚ ଭାରତୀୟ ଦଳରେ ସାମିଲ ହେଲେ ଯୁବ ଫାଷ୍ଟ ବୋଲର ପ୍ରସିଦ୍ଧ କ୍ରୀଷ୍ଣା । ଏହାକୁ ନେଇ ବିସିସିଆଇ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ...

author img

By

Published : Sep 1, 2021, 3:35 PM IST

Eng vs Ind test series: ଷ୍ଟାଣ୍ଡବାଇ ଫାଷ୍ଟ ବୋଲର ପ୍ରସିଦ୍ଧ କ୍ରୀଷ୍ଣା ଭାରତୀୟ ଦଳରେ ସାମିଲ

ମୁମ୍ବାଇ: ଇଂଲଣ୍ଡ ବିପକ୍ଷରେ ବାକି ଥିବା ଦୁଇଟି ଟେଷ୍ଟ ମ୍ୟାଚ ଭାରତୀୟ ଦଳରେ ସାମିଲ ହେଲେ ଯୁବ ଫାଷ୍ଟ ବୋଲର ପ୍ରସିଦ୍ଧ କ୍ରୀଷ୍ଣା । ଏହାକୁ ନେଇ ବିସିସିଆଇ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଇଂଲଣ୍ଡ ସହ ଖେଳା ଯାଇଥିବା ତିନିଟି ଟେଷ୍ଟ ମଧ୍ୟରୁ ଗୋଟିଏ ମ୍ୟାଚ ଭାରତ ଜିତଥିବା ବେଳେ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି ଇଂଲଣ୍ଡ । ଫଳରେ ସରିଜ୍ ୧-୧ରେ ବରାବର ରହିଛି ।

ସେପ୍ଟେମ୍ବର ୨ ତାରିଖରୁ ଓଭାଲ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ଚତୁର୍ଥ ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ଭାରତ ଚୂଡ଼ାନ୍ତ ଏକାଦଶରେ କେତେକ ପରିବର୍ତ୍ତନ ଦେଖାଯାଇପାରେ ବୋଲି ଆଲୋଚନା ହୋଇଛି । ଖୋଦ ଅଧିନାୟକ ବିରାଟ କୋହଲି ମଧ୍ୟ ତୃତୀୟ ଟେଷ୍ଟ ମ୍ୟାଚ ଶେଷ ହେବାପରେ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିବାକୁ ନେଇ ଇଶାରା ଦେଇଥିଲେ । ଯାହାର ପରିଣାମ ସ୍ବରୂପ ଦଳରେ ଇଶାନ୍ତ ଶର୍ମାଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ବିନ ସାମିଲ ହୋଇ ପାରନ୍ତି ବୋଲି ଆଲୋଚନା ହେଉଛି । ଏହାଛଡ଼ା ବର୍ତ୍ତମାନ ସୁଦ୍ଧା କୌଣସି କମାଲ କରିନଥିବା ଆଜିଙ୍କ୍ୟ ରାହାଣେ ଓଭାଲ ଟେଷ୍ଟ ଖେଳିବା ନେଇ ସନ୍ଦେହ ଦେଖାଦେଇଛି ।

ଚତୁର୍ଥ ଟେଷ୍ଟ ମ୍ୟାଚ ବିଜୟୀ ହୋଇ ଉଭୟ ଦଳ ସିରିଜରେ ଆଗୁଆ ରହିବାକୁ ଚେଷ୍ଟା କରିବେ । ଭାରତୀୟ ବ୍ୟାଟିଂ ଟପ ଅର୍ଡର ଲଗାତାର ଫେଲ ମାରିବାରେ ଲାଗିଛି । ଯାହାଫଳରେ ଲୋୟର ଅର୍ଡର ଉପରେ ଦଳକୁ ଭରସା କରିବାକୁ ପଡ଼ିଛି । ତେବେ କେ.ଏଲ ରାହୁଲ, ରୋହିତ ଶର୍ମା ବ୍ୟାଟିଂରେ ଆତ୍ମବିଶ୍ବାସ ଦେଖାଇଛନ୍ତି । ଚେତେଶ୍ବର ପୂଜାରା ଗତ ମ୍ୟାଚରେ ୯୧ ରନ କରିଥିବା ସୁଦ୍ଧା ଚତୁର୍ଥ ଦିନ ଗୋଟିଏ ମଧ୍ୟ ରନ ନିଜ ଖାତାରେ ଯୋଡ଼ି ପାରିନଥିଲେ । କୋହଲି ମଧ୍ୟ ଅର୍ଦ୍ଧଶତକକୁ ଶତକରେ ପରିଣତ କରିବାରେ ଫେଲ ମାରିଛନ୍ତି ।

କୋହଲିଙ୍କୁ ମ୍ୟାଚରେ ଅଧିକ ବିକଳ୍ପ ଦେବା ପାଇଁ ଦଳରେ ଫାଷ୍ଟ ବୋଲର ପ୍ରସିଦ୍ଧ କ୍ରୀଷ୍ଣାଙ୍କୁ ସାମିଲ କରାଯାଇଥିବା ଆଲୋଚନା ହେଉଛି । ତେବେ ସେ ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇ ପାରୁଛନ୍ତି କି ନାହିଁ ତାହାରି ରହିବ ସଭିଁଙ୍କ ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.