ETV Bharat / sports

INDvsSL 1stT20I: ଟସ ଜିତିଲା ଶ୍ରୀଲଙ୍କା, ପ୍ରଥମେ ବ୍ୟାଟିଂ କରିବ ଭାରତ - India Sri Lanka T20 Series

ଭାରତ ଶ୍ରୀଲଙ୍କା ମଧ୍ୟରେ ଆଜି ପ୍ରଥମ ଟି୨୦ ମ୍ୟାଚ ଖେଳାଯାଉଛି । ଶ୍ରୀଲଙ୍କା ଟସ ଜିତି ଅଧିନାୟକ ଦାସୁନ ଶନକା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଭାରତ । ଆଜିର ମ୍ୟାଚରେ ଭାରତୀୟ ଦଳରେ ଶୁଭମନ୍ ଗିଲ ଏବଂ ଶିଭମ ମାଭି ପଦାର୍ପଣ କରିଛନ୍ତି ।

ଭାରତ ବନାମ ଶ୍ରୀଲଙ୍କା ପ୍ରଥମ ଟି୨୦ ମ୍ୟାଚ
ଭାରତ ବନାମ ଶ୍ରୀଲଙ୍କା ପ୍ରଥମ ଟି୨୦ ମ୍ୟାଚ
author img

By

Published : Jan 3, 2023, 6:53 PM IST

Updated : Jan 3, 2023, 7:50 PM IST

ମୁମ୍ବାଇ : ଭାରତ ଶ୍ରୀଲଙ୍କା ମଧ୍ୟରେ ଆଜି ପ୍ରଥମ ଟି୨୦ ମ୍ୟାଚ ଖେଳାଯାଉଛି । ଶ୍ରୀଲଙ୍କା ଟସ ଜିତି ଅଧିନାୟକ ଦାସୁନ ଶନକା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଭାରତ । ପ୍ରଥମ ଟି୨୦ ମ୍ୟାଚରେ ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ ଯୁବ ଟିମ ଇଣ୍ଡିଆ । ଆଜିର ମ୍ୟାଚରେ ମେନ୍ ଇନ୍ ବ୍ଲୁର ଦମଦାର ସୋ ଦେଖିବାକୁ ମିଳିବ ।

ଯୁବ ବ୍ୟାଟର ଶୁବମନ ଗିଲ ଓ ଶିଭମ ମାଭି ଏହି ମ୍ୟାଚରେ ଟି୨୦ ଡେବ୍ୟୁ କରିଛନ୍ତି । ବର୍ଷ ଆରମ୍ଭରୁ ଏହି ଦୁଇ ଯୁବ ପ୍ରତିଭାକୁ ଟି୨୦ରେ ଡେବ୍ୟୁ କରିବାକୁ ସୁଯୋଗ ଦେଇଛି ଦଳ । ଶୁବମନ ଗିଲଙ୍କୁ ସୂର୍ଯ୍ୟକୁମାର ଡେବ୍ୟୁ କ୍ୟାପ ଦେଇଥିବା ବେଳେ ଶିଭମ ମାଭିଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା ଡେବ୍ୟୁ କ୍ୟାପ ଦେଇଛନ୍ତି । ସେପଟେ ଦୁଇ ୱିକେଟ କିପର ବ୍ୟାଟର ସଞ୍ଜୁ ସାମସନ ଓ ଇଶାନ କିଶାନ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି । ଇଶାନ କିଶାନ ଆଜିର ମ୍ୟାଚରେ ୱିକେଟ କିପର ରହିବେ ।

ଚୂଡାନ୍ତ ଏକାଦଶ ଭାରତ-ଇଶାନ କିଶାନ ( ୱିକେଟ କିପର ), ଶୁବମନ ଗିଲ, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା ( ଅଧିନାୟକ), ଦୀପକ ହୁଡା, ଅକ୍ଷର ପଟେଲ, ହର୍ଷଲ ପଟେଲ, ଶିଭମ ମାଭି, ଉମରାନ ମଲିକ, ୟୁଜିବେନ୍ଦ୍ର ଚହଲ ।

ଚୂଡାନ୍ତ ଏକାଦଶ ଶ୍ରୀଲଙ୍କା-ପଥୁମ ନିଶଙ୍କା, କୁଶଲ ମେଣ୍ଡିସ ( ୱିକେଟ କିପର ), ଧନଞ୍ଜୟ ଡି ସିଲଭା, ଚରିଥ ଅସଲାଙ୍କା, ଭାନୁକା ରାଜପକ୍ଷେ, ଦାସୁନ ଶନକା ( ଅଧିନାୟକ ), ୱାନେନ୍ଦୁ ହସରଙ୍ଗା, ଚମିକା କରୁଣାରତ୍ନେ, ମହେଶ ଥିକଶାନା, କାସୁନ ରଜିଥା, ଦିଲସାନ ମଧୁଶଙ୍କା ।

Last Updated : Jan 3, 2023, 7:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.