ETV Bharat / sports

ଟେଷ୍ଟ କ୍ରିକେଟକୁ ସନ୍ୟାସ ନେଲେ ହେନ୍‌ରିଚ୍‌ କ୍ଲାସେନ୍‌

Heinrich Klaasen retires from Test cricket: ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କଲେ ଦକ୍ଷିଣ ଆଫ୍ରିକା ଓ୍ବିକେଟ କିପର ହେନ୍‌ରିଚ୍‌ କ୍ଲାସେନ୍‌ । ଅଧିକ ପଢନ୍ତୁ

ହେନ୍‌ରିଚ୍‌ କ୍ଲାସେନ୍‌
Heinrich Klaasen
author img

By ETV Bharat Odisha Team

Published : Jan 8, 2024, 3:21 PM IST

ହାଇଦ୍ରାବାଦ: ଟେଷ୍ଟ କ୍ରିକେଟକୁ ବାଏ ବାଏ କହିଲେ ଦକ୍ଷିଣ ଆଫ୍ରିକା ଓ୍ବିକେଟ କିପର ତଥା ବ୍ୟାଟ୍ସମ୍ୟାନ ହେନ୍‌ରିଚ୍‌ କ୍ଲାସେନ୍‌ । ଆଜି (ସୋମବାର) ଟେଷ୍ଟ କ୍ରିକେଟରୁ ସେ ଅବସର ଘୋଷଣା କରିଛନ୍ତି । ସେ 2019ରୁ 2023 ମଧ୍ୟରେ ଦକ୍ଷିଣ ଆଫ୍ରିକା ପାଇଁ ଚାରୋଟି ଚେଷ୍ଟ ମ୍ୟାଚ ଖେଳିଛନ୍ତି । ଗତ ସପ୍ତାହରେ ଭାରତ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିବା ପରେ ଡେନ ଏଲଗର ଟେଷ୍ଟ ମ୍ୟାଚରୁ ସନ୍ୟାସ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଅବସର ପରେ କୋଚ ହେବାକୁ ୱାର୍ଣ୍ଣରଙ୍କ ଇଚ୍ଛା, ପତ୍ନୀ ନେବେ ନିଷ୍ପତ୍ତି

ଭାରତ ବିପକ୍ଷ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିଥିଲେ ହେନ୍‌ରିଚ୍‌ କ୍ଲାସେନ୍‌ । ସେ ଅଷ୍ଟ୍ରେଲିଆ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ 2ଟି ଟେଷ୍ଟ ମ୍ୟାଚ ଖେଳି 104ରନ ସଂଗ୍ରହ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ କ୍ଲାସେନ୍‌ 85ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିବା ବେଳେ 46.09 ହାରରେ 5347ରନ ସଂଗ୍ରହ କରିଛନ୍ତି । ଏଥିରେ 12ଟି ଶତକ ସାମିଲ ରହିଛି । କ୍ରିକେଟ କ୍ୟାରିୟରରେ ସେ ଗୋଟିଏ ମ୍ୟାଚରେ ସର୍ବାଧିକ 292 ରନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଦିନିକିଆ କ୍ରିକେଟରୁ ଡେଭିଡ ଓ୍ବାର୍ଣ୍ଣରଙ୍କ ସନ୍ୟାସ ଘୋଷଣା

ଏନେଇ ହେନ୍‌ରିଚ୍‌ କ୍ଲାସେନ୍‌ କହିଛନ୍ତି ଯେ, ରାତି ରାତି ଅନିଦ୍ରା ରହି, ବହୁତ କିଛି ଭାବିବା ପରେ ମୁଁ ଟେଷ୍ଟ କ୍ରିକେଟରୁ ସନ୍ୟାସ ନେବା ଘୋଷଣା କରିଛି । ଏହି ନିଷ୍ପତ୍ତି ମୋ ପାଇଁ ବହୁତ କଷ୍ଟଦାୟକ ଥିଲା । କ୍ରିକେଟରେ ଟେଷ୍ଟ ଫର୍ମାଟ ମୋର ପ୍ରିୟ । ମୋତେ ଟେଷ୍ଟ ମ୍ୟାଚ ଖେଳିବାକୁ ଭଲ ଲାଗେ । ଟେଷ୍ଟ କ୍ରିକେଟରେ ମୋର ଯାତ୍ରା ଭଲ ରହିଛି । ମୋ ଦେଶକୁ ମୁଁ ପ୍ରତିନିଧୀତ୍ବ କରିଥିବାରୁ ମୁଁ ବହୁତ ଖୁସି । ମୋତେ କ୍ରିକେଟର ଭାବେ ଗଢି ତୋଳିଥିବା ସମସ୍ତବ୍ୟକ୍ତିକୁ ଧନ୍ୟବାଦ । ଆଗକୁ ଅନେକ ଚ୍ୟାଲେଞ୍ଜ ମୋତେ ଅପେକ୍ଷା କରିଛି ।

ଆଗକୁ ଦକ୍ଷିଣ ଆଫ୍ରିକା 7ଟି ଟେଷ୍ଟ ମ୍ୟାଚ ଖେଳିବ । ୱେଷ୍ଟଇଣ୍ଡିଜ, ବାଂଲାଦେଶ, ଶ୍ରୀଲଙ୍କା ଏବଂ ପାକିସ୍ଥାନ ବିପକ୍ଷ ମ୍ୟାଚରେ କ୍ଲାସେନ୍ ଉପସ୍ଥିତ ରହିବେ ନାହିଁ । ହେନ୍‌ରିଚ୍‌ କ୍ଲାସେନ୍‌ଙ୍କ ଟେଷ୍ଟ କ୍ରିକେଟରୁ ଅବସର ନେଇ ସାଉଥ ଆଫ୍ରିକାର କ୍ରିକେଟ ଡାଇରେକ୍ଟର କହିଛନ୍ତି ଯେ, କ୍ଲାସେନ୍‌ ଟେଷ୍ଟ କ୍ରିକେଟରୁ ସନ୍ୟାସ ନେବା ଦଳ ପାଇଁ କଷ୍ଟସାଧ୍ୟ । କିନ୍ତୁ ତାଙ୍କ ନିଷ୍ପତ୍ତିକୁ ଆମେ ସମ୍ନାନ କରୁଛୁ । ଆଗାମୀ ଦିନରେ ସେ ଦିନିକିଆ ମ୍ୟାଚରେ ଭଲ ପ୍ରଦର୍ଶନ କରିବେ ବୋଲି ମୋର ଆଶା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.