ETV Bharat / sports

BCCI ବସ୍ ପଦବୀରୁ ହଟିବେ ଗାଙ୍ଗୁଲି, ଶେଷରେ ମୁଁହ ଖୋଲିଲେ ଦାଦା

ବିସିସିଆଇ ସଭାପତି ଭାବରେ ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ଶେଷ ହେଉଛି । ୨୦୧୯ ଅକ୍ଟୋବରରେ ବିସିସିଆଇର ସଭାପତି ଦାୟିତ୍ବ ନେଇଥିଲେ ସୌରଭ ଗାଙ୍ଗୁଲି (Sourav Ganguly reaction) । ଅଧିକ ପଢ଼ନ୍ତୁ

author img

By

Published : Oct 13, 2022, 4:30 PM IST

Updated : Oct 13, 2022, 9:50 PM IST

Sourav Ganguly reaction before completing his tenure as BCCI President
ସରିବ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ, କହିଲେ ଜଣେ ସବୁବେଳେ ପ୍ରଶାସକ ଦାୟିତ୍ବରେ ରହି ପାରିବନି

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ବିସିସିଆଇ ସଭାପତି ଭାବରେ ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏହାପରେ ତାଙ୍କ ସ୍ଥାନରେ ବିଶ୍ବକପ୍‌ ବିଜେତା ରୋଜର ବିନି ବିସିସିଆଇ ସଭାପତି ଦାୟିତ୍ୱ ଗ୍ରହଣ କରିବେ ! ଗତ ୨୦୧୯ ଅକ୍ଟୋବରରେ ବିସିସିଆଇର ସଭାପତି ଦାୟିତ୍ବ ନେଇଥିଲେ ସୌରଭ ଗାଙ୍ଗୁଲି । ତିନି ବର୍ଷ କାଳ ଏହି ଦାୟିତ୍ବ ତୁଲାଇଛନ୍ତି ।

  • I was president of Cricket Association Bengal for 5 yrs & served as president of BCCI for 3 yrs. After tenure gets over,you've to go. You can't play & remain an administrator forever. It was great seeing both sides of the coin as a player & administrator: BCCI Pres Sourav Ganguly pic.twitter.com/SSdmBzTKc4

    — ANI (@ANI) October 13, 2022 " class="align-text-top noRightClick twitterSection" data=" ">

ଏହାକୁ ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି (Sourav Ganguly reaction )କହିଛନ୍ତି, "ଆପଣ ସବୁବେଳେ କ୍ରିକେଟ ଖେଳି ପାରିବେ ନାହିଁ କି ଆପଣ ସବୁବେଳେ ପ୍ରଶାସକ ଦାୟିତ୍ବରେ ମଧ୍ୟ ରହି ପାରିବେ ନାହିଁ । ପ୍ରତ୍ୟେକ ପ୍ରଶାସକ ଦାୟିତ୍ବର ଏକ କାର୍ଯ୍ୟକାଳ ଥାଏ । ମୁଁ ବେଙ୍ଗଲ କ୍ରିକେଟ ସଂଘର ସଭାପତି ଭାବରେ ୫ ବର୍ଷ ଦାୟିତ୍ବ ତୁଲାଇଛି । ଏହାପରେ ୩ ବର୍ଷ ବିସିସିଆଇ ସଭାପତି ଭାବେ ଦାୟିତ୍ବ ତୁଲାଇଛି । ଏହି କାର୍ଯ୍ୟକାଳ ଶେଷ ହେବାପରେ ଆପଣଙ୍କୁ କିଛି ନୂଆ କରିବାକୁ ପଡ଼ିଥାଏ । ଗୋଟିଏ କଏନର ଦୁଇଟି ପାର୍ଶ୍ବ ଦେଖିବା ଭଳି, ମୁଁ ଜଣେ କ୍ରିକେଟର ଓ ଜଣେ କ୍ରିକେଟ ପ୍ରଶାସକ ଦାୟିତ୍ବ ନେଇଛି । ମୁଁ କହିବି ମୋର ୧୫ ବର୍ଷର କ୍ରିକେଟ କ୍ୟାରିଅର ସବୁଠାରୁ ଉତ୍କୃଷ୍ଟ ଥିଲା ।"

BCCI ବସ୍ ପଦବୀରୁ ହଟିବେ ଗାଙ୍ଗୁଲି, ଶେଷରେ ମୁଁହ ଖୋଲିଲେ ଦାଦା

ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବିସିସିଆଇ ସଭାପତି ଭାବରେ ନିଜ କାର୍ଯ୍ୟକାଳ ଶେଷ ହେବାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ସୌରଭ ଗାଙ୍ଗୁଲି । ତାଙ୍କ ପରେ ୧୯୮୩ ବିଶ୍ବକପ୍‌ ବିଜେତା ଭାରତୀୟ ଦଳର ସଦସ୍ୟ ରୋଜର ବିନି ଏହି ଦାୟିତ୍ବ ନେବାନେଇ ବିଶେଷ ସୂତ୍ରରୁ ପ୍ରକାଶ ପାଇଛି । ଏହି କ୍ରମରେ ବିସିସିଆଇ ଟ୍ରିଜରର୍‌ ଦାୟିତ୍ବରେ ଥିବା ଅରୁଣ ଧୁମଲଙ୍କ ସ୍ଥାନରେ ବିଜେପି ବିଧାୟକ ଆଶିଷ ସେଲାର ଦାୟିତ୍ବ ନେବେ ବୋଲି ଜଣାପଡ଼ିଛି । ଅରୁଣ ଧୁମଲ ଆଇପିଏଲ୍‌ ଅଧ୍ୟକ୍ଷ ଦାୟିତ୍ବ ନେବା ନେଇ ସୂତ୍ରରୁ ପ୍ରକାଶ ପାଇଛି । ତେବେ ବିସିସିଆଇ ସଚିବ ଭାବରେ ଜୟ ଶାହ ନିଜ ଦାୟିତ୍ବ ସମ୍ପାଦନ କରି ଚାଲିଥିବେ ।

ଗତ ମଙ୍ଗଳବାର ମୁମ୍ବାଇରେ ବିସିସିଆଇର ଏକ ବୈଠକ ହୋଇଥିଲା । ଏହାପୂର୍ବରୁ ବିସିସିଆଇର ବିଭିନ୍ନ ଦାୟିତ୍ବ ପାଇଁ ଅନେକ ନାମାଙ୍କନ ଦାଖଲ କରିଛନ୍ତି । ଏହି ଦାୟିତ୍ବ ଭାର ନେଇ ଅକ୍ଟୋବର ୧୮ ତାରିଖରେ ନିର୍ବାଚନ ହେବ । ବରିଷ୍ଠ ବିସିସିଆଇ ପ୍ରଶାସକ ରାଜୀବ ଶୁକ୍ଲା ବୋର୍ଡର ଉପସଭାପତି ଦାୟିତ୍ବରେ ରହିବେ । ଏହାପୂର୍ବରୁ ରୋଜର ବିନି ବିସିସିଆଇର ଚୟନ କମିଟିର ସଦସ୍ୟ ରହିଥିଲେ । ରୋଜର ବିନି ବର୍ତ୍ତମାନ କର୍ଣ୍ଣାଟକ କ୍ରିକେଟ ସଂଘର ସଭାପତି ଦାୟିତ୍ବରେ ରହିଛନ୍ତି ।

Last Updated : Oct 13, 2022, 9:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.