ETV Bharat / sports

Shardul Thakur Wedding: ଆସନ୍ତା ୨୭ରେ ବିବାହ କରିବେ ଭାରତୀୟ କ୍ରିକେଟର ଶାର୍ଦ୍ଦୁଳ

ଚଳିତ ମାସ ଆସନ୍ତା ୨୭ ତାରିଖରେ ନିଜ ଗର୍ଲଫ୍ରେଣ୍ଡକୁ ବିବାହ କରିବାକୁ ଯାଉଛନ୍ତି ଭାରତୀୟ କ୍ରିକେଟର ଶାର୍ଦ୍ଦୁଳ ଠାକୁର । ଗତ ବର୍ଷ ନଭେମ୍ବରରେ ସରିଥିଲା ନିର୍ବନ୍ଧ । ଅଧିକ ପଢନ୍ତୁ

author img

By

Published : Feb 25, 2023, 10:42 PM IST

Shardul Thakur Wedding
Shardul Thakur Wedding

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର କେ.ଏଲ ରାହୁଲ ଓ ଅକ୍ଷର ପଟେଲଙ୍କ ପରେ ଏବେ ବିବାହ କରିବାକୁ ଯାଉଛନ୍ତି ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର । ଆସନ୍ତା ୨୭ ତାରିଖରେ ସେ ମିତାଲି ପାରୁଲକରଙ୍କୁ ବିବାହ କରିବାକୁ ଯାଉଛନ୍ତି । ଗତ ୨୦୨୨ ନଭେମ୍ବର ୨୯ ତାରିଖରେ ଉଭୟଙ୍କ ନିର୍ବନ୍ଧ ହୋଇଥିବା ବେଳେ ବିବାହକୁ ନେଇ ଉଭୟ ପରିବାରର ରୀତିନୀତି ଆରମ୍ଭ ହୋଇସାରିଥିବା ସୂଚନା ମିଳିଛି ।

ବିବାହ ଉତ୍ସବରେ ନାଚୁଥିବା ବେଳେ ଶାର୍ଦ୍ଦୁଳ
ବିବାହ ଉତ୍ସବରେ ନାଚୁଥିବା ବେଳେ ଶାର୍ଦ୍ଦୁଳ

ଶାର୍ଦ୍ଦୁଳ ବିବାହ ଉତ୍ସବକୁ ବେଶ ଉତ୍ସାହର ସହିତ ପାଳନ କରୁଥିବା ଦେଖିବାକୁ ମିଳିଛି । ଉଭୟଙ୍କ ବିବାହକୁ ନେଇ ଫ୍ୟାନ୍ସମାନେ ମଧ୍ୟ ବେଶ ଖୁସି ରହିଛନ୍ତି । ନିର୍ବନ୍ଧର କିଛି ମାସ ପରେ ଶାର୍ଦ୍ଦୁଳ ହାତରୁ ଦୁଇ ହାତ ହେବାକୁ ଯାଉଥିବାରୁ ଫ୍ୟାନ୍ସମାନେ ମଧ୍ୟ ସୋସିଆଲ ମିଡିଆରେ ବେଶ ଖୁସିବ୍ୟକ୍ତ କରିଥିବା ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ତେବେ ମିତାଲି ଜଣେ ବିଜନେସ ୱମେନ ବୋଲି ଜଣାପଡ଼ିଛି । ଗତ ନଭେମ୍ବର ମାସରେ ମୁମ୍ବାଇରେ ଆୟୋଜିତ ହୋଇଥିବା ନିର୍ବନ୍ଧ ଉତ୍ସବରେ ରୋହିତ ଶର୍ମାଙ୍କ ସହିତ ଶାର୍ଦ୍ଦୁଳଙ୍କ ଘନିଷ୍ଠ ବନ୍ଧୁ ଯୋଗଦେଇଥିଲେ ।

ଭାରତୀୟ କ୍ରିକେଟର ଶାର୍ଦ୍ଦୁଳ
ଭାରତୀୟ କ୍ରିକେଟର ଶାର୍ଦ୍ଦୁଳ

ଏହା ବି ପଢନ୍ତୁ- Shardul Thakur engagement: ହାତକୁ ଦୁଇ ହାତ ହେବେ ଶାର୍ଦ୍ଦୁଲ ଠାକୁର, ସରିଲା ନିର୍ବନ୍ଧ

ମୁମ୍ବାଇ ବାନ୍ଦ୍ରା ସ୍ଥିତ ଏକ କମ୍ପ୍ଲେକ୍ସରେ ଉଭୟଙ୍କ ନିର୍ବନ୍ଧ ଉତ୍ସବ ଆୟୋଜିତ ହୋଇଥିଲା । ୩୦ ବର୍ଷୀୟ ଶାର୍ଦ୍ଦୁଳଙ୍କ ବହୁ ଦିନର ଗର୍ଲଫ୍ରେଣ୍ଡ ହେଉଛନ୍ତି ମିତାଲି । ଉଭୟ କିଛି ବର୍ଷ ପରସ୍ପରକୁ ଡେଟ୍‌ କରିବା ପରେ ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଶାର୍ଦ୍ଦୁଳଙ୍କ ଆଗାମୀ ମ୍ୟାଚ ସମ୍ପର୍କରେ ଆଲୋଚନା କଲେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜରେ ଭାରତୀୟ ଟିମରେ ସ୍ଥାନ ପାଇଛନ୍ତି । ଏହି ସିରିଜରେ ୩ଟି ଦିନିକିଆ ମ୍ୟାଚ ଆୟୋଜିତ ହେବ । ସିରିଜର ପ୍ରଥମ ମ୍ୟାଚ ଆସନ୍ତା ମାର୍ଚ୍ଚ ୧୭ ତାରିଖରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବେଳେ ୧୯ ତାରିଖରେ ବିଶାଖାପାଟନମ ଓ ୨୨ ତାରିଖରେ ଚେନ୍ନାଇରେ ଖେଳାଯିବ ।

ଅଷ୍ଟ୍ରେଲିଆ ଟିମ ଭାରତଠାରୁ ୨ଟି ଟେଷ୍ଟ ମ୍ୟାଚରେ ପରାସ୍ତ ହୋଇଛି । ତୃତୀୟ ଟେଷ୍ଟ ମ୍ୟାଚ ମାର୍ଚ୍ଚ ୧ରୁ ୫ ତାରିଖ ମଧ୍ୟରେ ମଧ୍ୟପ୍ରଦେଶର ଇନ୍ଦୋର ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ବେଳେ ଚତୁର୍ଥ ତଥା ଶେଷ ମ୍ୟାଚ ମାର୍ଚ୍ଚ ୯ରୁ ୧୩ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଏଯାବତ ଶାର୍ଦ୍ଦୁଳ ଭାରତୀୟ ଟିମ ଲାଗି ୬୭ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବେଳେ ୮ଟି ଟେଷ୍ଟ, ୩୪ଟି ଦିନିକିଆ ଓ ୨୫ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । କ୍ରିକେଟର ୩ଟି ମ୍ୟାଚରେ ଶାର୍ଦ୍ଦୁଳ ମୋଟ ୧୦୭ଟି ୱିକେଟ ନେଇଛନ୍ତି ।

୨୦୧୭ ଅଗଷ୍ଟ ୩୧ ତାରିଖରେ ଶ୍ରୀଲଙ୍କା ବିରୋଧରେ ଦିନିକିଆ ମ୍ୟାଚରେ ଶାର୍ଦ୍ଦୁଳ ଡେବ୍ୟୁ କରିଥିଲେ । ୨୦୧୮ ମସିହା ଅକ୍ଟୋବର ୧୨ ତାରିଖରେ ହାଇଦ୍ରାବାଦରେ ୱେଷ୍ଟ ଇଣ୍ଡିଜ ବିରୋଧରେ ଟେଷ୍ଟ ଡେବ୍ୟୁ କରିଥିବା ବେଳେ ସେହି ବର୍ଷ ଫେବୃଆରୀ ୨୧ ତାରିଖରେ ଦକ୍ଷିଣ ଆଫ୍ରିକା ବିରୋଧରେ ଟି-୨୦ ଡେବ୍ୟୁ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.