ମସକଟ୍: ବାଂଲାଦେଶ ଅଲ-ରାଉଣ୍ଡର ସାକିବ ଅଲ୍ ହସନ ନିଜ ସଫଳତମ କ୍ରିକେଟ କ୍ୟାରିୟରରେ ଏକ ନୂଆ କିର୍ତ୍ତୀମାନର ଅଧିକାରୀ ହୋଇଛନ୍ତି । ପୁରୁଷ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ରବିବାର ସର୍ବାଧିକ ୱିକେଟ ହାସଲକାରୀ ବୋଲର ହୋଇଛନ୍ତି ସାକିବ ।
ଟି-୨୦ ବିଶ୍ବକପର ଗ୍ରୁପ ବି'ର ଦ୍ବିତୀୟ ମ୍ୟାଚ୍ରେ ସ୍କଟଲାଣ୍ଡ୍ ବିପକ୍ଷରେ ଏହି ସଫଳତା ହାସଲ କରିଛନ୍ତି ସାକିବ । ସ୍କଟଲାଣ୍ଡ ବିପକ୍ଷରେ ୧୭ ରନ୍ ବ୍ୟୟରେ ଦୁଇଟି ୱିକେଟ ହାସଲ କରିବା ପରେ ଶ୍ରୀଲଙ୍କାର ଦ୍ରୁତ ବେଲାର ଲସିଥ ମାଲିଙ୍ଗାଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି ସାକିବ୍ ।
କ୍ରିକେଟର ଛୋଟ ଫର୍ମାଟରେ ବର୍ତ୍ତମାନ ସାକିବଙ୍କ ନାମରେ ୮୯ଟି ମ୍ୟାଚ୍ରୁ ୧୦୮ଟି ୱିକେଟ ରହିଛି । ମାଲିଙ୍ଗାଙ୍କ ନାମରେ ୮୪ ମ୍ୟାଚ୍ରୁ ୧୦୭ ୱିକେଟ ରହିଥିବାବେଳେ, ୮୩ ମ୍ୟାଚ୍ରୁ ୯୯ ୱିକେଟ ସହ ନ୍ୟୁଜିଲାଣ୍ଡର ଟିମ ସାଉଦୀ ତାଲିକାର ତୃତୀୟରେ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ