ଡର୍ବନ: ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ଶୃଙ୍ଖଳାରେ ଦମଦାର ବିଜୟ ପରେ ଦକ୍ଷିଣ ଆଫ୍ରିକାରେ ଝାଳବୁହା ଅଭ୍ୟାସ କରୁଛି ଟିମ୍ ଇଣ୍ଡିଆ । ଡିସେମ୍ବର ୧୦ (ରବିବାର) ଖେଳାଯିବ ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ । ହେଲେ ଶୃଙ୍ଖଳା ଆରମ୍ଭ ନହେଉଣୁ ଘରୋଇ ଦଳକୁ ଲାଗିଛି ଏକ ବଡ଼ ଝଟ୍କା । ଦଳର ଷ୍ଟାର ଦ୍ରୁତ ବୋଲର ଲୁଙ୍ଗି ଏନ୍ଗିଡି ଆହତଜନିତ ସମସ୍ୟା ଲାଗି ସମ୍ପୂର୍ଣ୍ଣ ଟି୨୦ ଶୃଙ୍ଖଳାରୁ ବାଦ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକା ଦଳରେ ବ୍ୟୁରନ ହେଣ୍ଡ୍ରିକ୍ସ ଶାମିଲ ହୋଇଥିବା କ୍ରିକେଟ୍ ବୋର୍ଡ ସୂଚନା ଦେଇଛି ।
-
Lungi Ngidi ruled out of the T20i series against India due to an ankle sprain.
— Mufaddal Vohra (@mufaddal_vohra) December 8, 2023 " class="align-text-top noRightClick twitterSection" data="
Beuran Hendricks has replaced him. (Espncricinfo). pic.twitter.com/zDEbLo7e9z
">Lungi Ngidi ruled out of the T20i series against India due to an ankle sprain.
— Mufaddal Vohra (@mufaddal_vohra) December 8, 2023
Beuran Hendricks has replaced him. (Espncricinfo). pic.twitter.com/zDEbLo7e9zLungi Ngidi ruled out of the T20i series against India due to an ankle sprain.
— Mufaddal Vohra (@mufaddal_vohra) December 8, 2023
Beuran Hendricks has replaced him. (Espncricinfo). pic.twitter.com/zDEbLo7e9z
ଦକ୍ଷିଣ ଆଫ୍ରିକାର କ୍ରିକେଟ୍ ବୋର୍ଡ ସୂଚନା ଅନୁଯାୟୀ, ୨୭ ବର୍ଷୀୟ ଷ୍ଟାର ପେସର ଏନ୍ଗିଡିଙ୍କୁ ଟି୨୦ ଶୃଙ୍ଖଳା ପାଇଁ ଟିମ୍ରୁ ବାଦ୍ ଦିଆଯାଇଛି । ଆହତ ସମସ୍ୟା ଲାଗି ଟିମ୍ରୁ ବାଦ୍ ପଡିଛନ୍ତି ଏନ୍ଗିଡି । ମେଡିକାଲ ଟିମ୍ କ୍ରମାଗତ ଭାବେ ତାଙ୍କ ଉପରେ ନଜର ରଖିଛନ୍ତି । ଏନ୍ଗିଡି ଟି୨୦ ସମେତ ଭାରତ ବିପକ୍ଷ ଟେଷ୍ଟ ପାଇଁ ମଧ୍ୟ ଦକ୍ଷିଣ ଆଫ୍ରିକା ଦଳର ସଦସ୍ୟ ରହିଛନ୍ତି । ହେଲେ ଦିନିକିଆ ଦଳରେ ତାଙ୍କୁ ସ୍ଥାନ ମିଳିନାହିଁ । ହୁଏତ ଟେଷ୍ଟ ବେଳକୁ ସେ ସୁସ୍ଥ ହୋଇଯିବାର ସମ୍ଭାବନା ରହିଛି । ହେଲେ ଟେଷ୍ଟ ସିରିଜ୍ରେ ଲୁଙ୍ଗି ଏନ୍ଗିଡି ଖେଳିବେ କି ନାହିଁ, ସେନେଇ କୌଣସି ସୂଚନା ମିଳିନାହିଁ । କେବଳ ଟି୨୦ ସିରିଜ୍ରେ ଏନ୍ଗିଡିଙ୍କ ଆହତ ନେଇ ସବିଶେଷ ତଥ୍ୟ ଦକ୍ଷିଣ ଆଫ୍ରିକା ବୋର୍ଡ ପକ୍ଷରୁ କୁହାଯାଇଛି । ଏନ୍ଗିଡିଙ୍କ ବଦଳରେ ଦ୍ରୁତ ବୋଲର ବ୍ୟୁରନ୍ ହେଣ୍ଡ୍ରିକ୍ସଙ୍କୁ ଟିମ୍ରେ ସାମିଲ କରାଯାଇଛି । ସେ ମାର୍କୋ ଜାନସେନ୍ଙ୍କ ସହ ବୋଲିଂ ବିଭାଗର ଦାୟିତ୍ବ ନେବେ ।
ଏହା ମଧ୍ୟ ପଢ଼ନ୍ତୁ...ଦକ୍ଷିଣ ଆଫ୍ରିକାରେ ଭାରତ, 10ରୁ ଟି-20 ସିରିଜ
ଦକ୍ଷିଣ ଆଫ୍ରିକା ଟି୨୦ ଦଳ: ଏଡେନ ମାର୍କ୍ରମ (ଅଧିନାୟକ), ଓଟନୀଲ ବାର୍ଟମ୍ୟାନ୍, ମାଥ୍ୟୁ ବ୍ରିକ୍, ନାନ୍ଦ୍ରେ ବର୍ଗର, ଗେରାଲ୍ଡ କଏଜି, ଡୋନୋଭାନ ଫରେରା, ରିଜା ହେଣ୍ଡ୍ରିକ୍ସ, ମାର୍କୋ ଜାନସେନ୍, ହେନରିଚ୍ କ୍ଲାସେନ୍, କେଶବ ମହାରାଜ, ଡେଭିଡ୍ ମିଲର, ବ୍ୟୁରନ୍ ହେଣ୍ଡ୍ରିକ୍ସ, ଏଣ୍ଡିଲ ଫେହଲୁକ୍ୱାଓ, ତବ୍ରେଜ୍ ସାମ୍ସି, ଟ୍ରିଷ୍ଟନ ଷ୍ଟବସ୍, ଲିଜାଡ ୱିଲିୟମ୍
ଭାରତୀୟ ଟି୨୦ ଦଳ: ଯଶସ୍ବୀ ଜୈସ୍ୱାଲ, ଶୁଭମନ୍ ଗିଲ୍, ଋତୁରାଜ ଗାଏକ୍ୱାଡ୍, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ରିଙ୍କୁ ସିଂହ, ଶ୍ରେୟସ ଆୟର, ଇଶାନ କିଷାନ (ୱିକେଟ୍କିପର), ଜିତେଶ ଶର୍ମା (ୱିକେଟ୍କିପର), ରବୀନ୍ଦ୍ର ଜାଡେଜା (ଉପଅଧିନାୟକ), ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, କୂଳଦୀପ ଯାଦବ, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ, ମୁକେଶ କୁମାର, ଦୀପକ ଚହର
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ