ETV Bharat / sports

ରୋହିତ ଶର୍ମା ଟି-୨୦ କ୍ୟାପେଟନ, ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ ଘୋଷଣା - ରୋହିତ ଶର୍ମା କ୍ୟାପଟେନ

ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ୧୬ ଜଣିଆ ଭାରତୀୟ ଦଳ ଘୋଷଣା । ରୋହିତ ଶର୍ମାଙ୍କୁ ନେତୃତ୍ବ ଭାର, କେଏଲ ରାହୁଲଙ୍କୁ ଭାଇସ-କ୍ୟାପଟେନ ନିଯୁକ୍ତ । ଅଧିକ ପଢନ୍ତୁ...

Rohit to lead India in T20Is against New Zealand; Kohli rested
ରୋହିତ ଶର୍ମା ଟି-୨୦ କ୍ୟାପେଟନ, ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ ଇଣ୍ଡିଆ ଘୋଷଣାରୋହିତ ଶର୍ମା ଟି-୨୦ କ୍ୟାପେଟନ, ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ ଇଣ୍ଡିଆ ଘୋଷଣା
author img

By

Published : Nov 9, 2021, 8:51 PM IST

Updated : Nov 9, 2021, 9:14 PM IST

ହାଇଦ୍ରାବାଦ: ସର୍ବଭାରତୀୟ ଚୟନ କମିଟି ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ୧୬ ଜଣିଆ ଭାରତୀୟ ଦଳ ଘୋଷଣା କରିଛନ୍ତି । ନଭେମ୍ବର ୧୭ରୁ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଆରମ୍ଭ ହେବ ।

ଟି-୨୦ କ୍ୟାପଟେନ ପଦ ବିରାଟ କୋହଲି ଛାଡିବା ପରେ ରୋହିତ ଶର୍ମାଙ୍କୁ ନେତୃତ୍ବ ଭାର ମିଳିଛି । କ୍ରିକେଟର ଛୋଟ ଫର୍ମାଟରେ କ୍ୟାପଟେନ ଭାବେ ଟି-୨୦ ବିଶ୍ବକପ କୋହଲିଙ୍କ ଶେଷ ଟୁର୍ଣ୍ଣାମେଣ୍ଟ ଥିଲା ।

କେଏଲ ରାହୁଲଙ୍କୁ ଟିମର ଭାଇସ-କ୍ୟାପଟେନ ନିଯୁକ୍ତ କରାଯାଇଛି । ଋତୁରାଜ ଗାଏକ୍ବାଡ, ହର୍ଷଲ ପଟେଲ, ଭେଙ୍କଟସ ଆୟର, ଅଭେଶ ଖାନ, ଅକ୍ଷର ପଟେଲଙ୍କୁ ମଧ୍ୟ ସ୍କ୍ବାଡ୍‌ରେ ସ୍ଥାନ ମିଳିଛି ।

ନ୍ୟୁଜିଲାଣ୍ଡ ଟିମ ଟି-୧୦ ସିରିଜ ପରେ ଦୁଇଟିକିଆ ଟେଷ୍ଟ ସିରିଜ ମଧ୍ୟ ଖେଳିବ । ନଭେମ୍ବର ୧୭ରେ ଜୟପୁରରେ ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳାଯିବ । ସେହିପରି ରାଞ୍ଚିରେ ନଭେମ୍ବର ୧୯ରେ ଦ୍ବିତୀୟ ଟି-୨୦, ଓ ନଭେମ୍ବର ୨୧ରେ କୋଲକାତାରେ ତୃତୀୟ ଟି-୨୦ ଖେଳାଯିବ । ପରେ ପ୍ରଥମ ଟେଷ୍ଟ ନଭେମ୍ବର ୨୫-୨୯ ପର୍ଯ୍ୟନ୍ତ କାନପୁର୍‌ରେ ଓ ଡିସେମ୍ବର ୩-୭ ପର୍ଯ୍ୟନ୍ତ ମୁମ୍ବାଇରେ ଦ୍ବିତୀୟ ଟେଷ୍ଟ ଖେଳାଯିବା ନେଇ ସୂଚୀ ରହିଛି ।

ଚୟନକର୍ତ୍ତା କମିଟି ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଇଣ୍ଡିଆ 'ଏ' ସ୍କ୍ବାଡ୍‌ ମଧ୍ୟ ଘୋଷଣା କରିଛି । ନଭେମ୍ବର ୨୩, ୨୦୨୧ରୁ ଏହି ଗସ୍ତ ଆରମ୍ଭ ନେଇ ସୂଚୀ ରହିଛି । ଏହି ଗସ୍ତରେ ଟିମ ୩ଟି ୪ଦିନିକିଆ ମ୍ୟାଚ୍‌ ଖେଳିବ ।

ନ୍ୟୁଜିଲାଣ୍ଡ ବିପକ୍ଷରେ ଘୋଷିତ ଭାରତୀୟ ଟି-୨୦ ସ୍କ୍ବାଡ: ରୋହିତ ଶର୍ମା(କ୍ୟାପଟେନ୍‌), କେଏଲ ରାହୁଲ(ଭାଇସ କ୍ୟାପଟେନ୍‌), ଋତୁରାଜ ଗାଏକ୍ବାଡ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ୱିକେଟ କିପର), ଇଶାନ କିଶନ(ୱିକେଟ କିପର), ଭେଙ୍କଟସ ଆୟର, ୟୁଜଭେନ୍ଦ୍ର ଚହଲ, ରବିଚନ୍ଦ୍ରନ ଅଶ୍ବିନ, ଅକ୍ଷର ପଟେଲ, ଅଭେଶ ଖାନ, ଭୁବନେଶ୍ବର କୁମାର, ଦୀପକ ଚହର, ହର୍ଷଲ ପଟେଲ ଓ ମହମ୍ମଦ ସିରାଜ ।

ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଇଣ୍ଡିଆ 'ଏ' ସ୍କ୍ବାଡ୍‌: ପ୍ରିୟଙ୍କ ପଞ୍ଚଲ(କ୍ୟାପଟେନ), ପୃଥ୍ବୀ ଶ, ଅଭିମନ୍ୟୁ ଇଶ୍ବରନ, ଦେବଦତ୍ତ ପାଦିକ୍କଲ, ସର୍ଫରାଜ ଖାନ, ବାବା ଅପରାଜିତ, ଉପେନ୍ଦ୍ର ଯାଦବ(ୱିକେଟ କିପର), କେ ଗୌତମ, ରାହୁଲ ଚହର, ସୌରଭ କୁମାର, ନବଦୀପ ସାଇନି, ଉରମାନ ମଲିକ, ଇଶାନ ପୋରେଲ, ଅରଜନ ନଗୱାସୱାଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 9, 2021, 9:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.