ETV Bharat / sports

ବିଶ୍ବକପ୍ ଫାଇନାଲ ଫାଇଟ୍ ପୂର୍ବରୁ ପିଚ୍ ଅନୁଧ୍ୟାନ କଲେ ରୋହିତ-ଦ୍ରାବିଡ

ରବିବାର ବିଶ୍ବକପରେ ରହିଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମୁକାବିଲା । ଏହା ପୂର୍ବରୁ ପିଚ୍ ଅନୁଧ୍ୟାନ କଲେ ରୋହିତ ଓ ଦ୍ରାବିଡ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 18, 2023, 8:07 AM IST

Updated : Nov 18, 2023, 2:24 PM IST

World Cup final
World Cup final

ଅହମ୍ମଦାବାଦ: ଆସନ୍ତାକାଲି (ରବିବାର) ବିଶ୍ବକପ ଫାଇନାଲ ମ୍ୟାଚ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ସମୟ ଯେତିକି ପାଖଉଛି ଦର୍ଶକଙ୍କ ମଧ୍ୟରେ ସେତିକି ଉତ୍ସାହ ବଢୁଛି । ମ୍ୟାଚ ପୂର୍ବରୁ ଷ୍ଟାଡିୟମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ବେଳେ ପିଚ୍‌ ସ୍ଥିତି ପରଖିଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ । ଦୀର୍ଘ ସମୟ ଧରି ରୋହିତ ଓ ଦ୍ରାବିଡଙ୍କ ସହ ବ୍ୟାଟିଂ କୋଚ ବିକ୍ରମ ରଥୋର, ବୋଲିଂ କୋଚ ପରାସ ମହାମ୍ବ୍ରେ ଏବଂ ଫିଲ୍ଡିଂ କୋଚ ଟି. ଦିଲୀପ ପିଚ୍ ଅନୁଧ୍ୟାନ କରିଥିଲେ ।

ଏଥିସହ ସମସ୍ତ ଭାରତୀୟ ଖେଳାଳି ଫାଇନାଲ ମୁକାବିଲା ପାଇଁ ଅଭ୍ୟାସ ମଧ୍ୟ କରିଥିଲେ । ଅଧିନାୟକ ରୋହିତ ଶର୍ମା, କେଏଲ ରାହୁଲ, ଜାଡେଜା ଅଭ୍ୟାସ କରିଥିଲେ । ଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆ ଦଳକୁ ମାତ୍ ଦେଇ ଟ୍ରଫି ହାତେଇବାକୁ ଭାରତୀୟ ଦଳ ଜୋରଦାର ଅଭ୍ୟାସ ଜାରି ରଖିଛି । ନଭେମ୍ବର 16 ତାରିଖରେ ଅହମ୍ମଦାବାଦରେ ପହଞ୍ଚିଥିଲେ ଭାରତୀୟ ଖେଳାଳି । ସେହିପରି ଫାଇନାଲ ମୁକାବିଲା ପାଇଁ ଶୁକ୍ରବାର ଅହମ୍ମଦାବାଦରେ ପହଞ୍ଚିଛନ୍ତି ଅଷ୍ଟ୍ରେଲିଆ ଖେଳାଳି । ଅଷ୍ଟମ ଥର ପାଇଁ ବିଶ୍ବକପରେ ଫାଇନାଲ ଖେଳିବାକୁ ଯାଉଛି କଙ୍ଗାରୁ ଟିମ । ଭାରତ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଛି । ଏଣୁ ଫାଇନାଲ ମ୍ୟାଚରେ ଭାରତର ପ୍ରଦର୍ଶନ ଉପରେ ସମସ୍ତଙ୍କ ରହିଛି ନଜର ।

ଏହା ମଧ୍ୟ ପଢନ୍ତୁ-ବିଶ୍ବକପ୍‌ ୨୦୨୩: ଫାଇନାଲ୍‌ରେ ଦେଖିବାକୁ ମିଳିବ ଧୋନୀ-କପିଲ ଦେବଙ୍କ ଝଲକ, ଜାଣନ୍ତୁ ଆଉ କାହାକୁ ନିମନ୍ତ୍ରଣ କରିଛି ଆଇସିସି

ବିଶ୍ବକପ୍‌ ଫାଇନାଲରେ ପହଞ୍ଚିଥିବା ଭାରତୀୟ ଦଳ ଏପର୍ଯ୍ୟନ୍ତ ଅପରାଜିତ ରହିଛି । 9ଟି ଲିଗ ମ୍ୟାଚ ସହ ସେମିଫାଇନାଲରେ ଦଳ ବିଜୟ ଧାରା ଜାରି ରଖି ଫାଇନାଲକୁ ପ୍ରବେଶ କରିଥିଲା । ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ସେମି ଫାଇନାଲରେ ବ୍ୟାଟରମାନେ ବିସ୍ଫୋରକ ବ୍ୟାଟିଂ କରିଥିବାବେଳେ ସ୍ପିଡ୍‌ଷ୍ଟାର୍‌ ମହମ୍ମଦ ଶାମି ଏକାକୀ ୭ ୱିକେଟ୍‌ ସଫଳତା ସହ ଭାରତକୁ ଫାଇନାଲ୍‌ରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନିଭାଇଥିଲେ । ଅନ୍ୟପଟେ ଦ୍ବିତୀୟ ସେମି ଫାଇଟ୍‌ରେ ଦକ୍ଷିଣ ଆଫ୍ରିକାକୁ 3 ୱିକେଟ୍‌ରେ ହରାଇ ଅଷ୍ଟ୍ରେଲିଆ ରେକର୍ଡ ଅଷ୍ଟମ ଥର ପାଇଁ ବିଶ୍ବକପ୍‌ ଫାଇନାଲ୍‌ରେ ପ୍ରବେଶ କରିଥିଲା ।

ଫାଇନାଲ୍ ମୁକାବିଲାକୁ ସ୍ମରଣୀୟ କରିବା ପାଇଁ ଆୟୋଜକ ବିସିସିଆଇ ଜୋରଦାର ଆୟୋଜନ ଚଳାଇଛି । ମ୍ୟାଚ୍‌ ଆରମ୍ଭରୁ ଭାରତୀୟ ବାୟୁସେନାର 'ସୂର୍ଯ୍ୟକିରଣ ଏରୋବେଟିକ୍‌ ଟିମ୍‌' ଷ୍ଟାଡିୟମରେ ଏକ 'ଏୟାର୍‌ ଶୋ' ପ୍ରଦର୍ଶନ କରିବ । ସେହିପରି ହାଇପ୍ରୋଫାଇଲ୍‌ ମ୍ୟାଚ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବାର ସମ୍ଭାବନା ରହିଛି ।

Last Updated : Nov 18, 2023, 2:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.