ETV Bharat / sports

Rohit break MS Dhoni record: କ୍ୟାପଟେନ କୁଲଙ୍କ ଏହି ରେକର୍ଡ ଭାଙ୍ଗିଲେ ହିଟ୍ ମ୍ୟାନ୍‌ - ମହେନ୍ଦ୍ର ସିଂହ ଧୋନୀ

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ ପରେ ରୋହିତ ଶର୍ମାଙ୍କ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି । ଘରୋଇ ମାଟିରେ ଦିନିକିଆ କ୍ରିକେଟରେ ସବୁଠୁ ଅଧିକ ଛକା ମାରିବାର କ୍ରିକେଟର ହୋଇଛନ୍ତି ହିଟ ମ୍ୟାନ ରୋହିତ ଶର୍ମା । ଅଧିକ ପଢନ୍ତୁ

ରୋହିତ ଶର୍ମା
ରୋହିତ ଶର୍ମା
author img

By

Published : Jan 20, 2023, 7:18 AM IST

ହାଇଦ୍ରାବାଦ: ଘରୋଇ ମାଟିରେ ପ୍ରଥମ ଦିନିକିଆରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡକୁ ମାତ୍ ଦେଇଛି ମେନ୍ ଇନ୍ ବ୍ଲୁ । ଟିମ ଇଣ୍ଡିଆର ଏହି ରୋମାଞ୍ଚକର ବିଜୟ ସହିତ ଭାରତ ତିନି ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ୧-୦ ରେ ଆଗୁଆ ରହିଛି । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ ପରେ ରୋହିତ ଶର୍ମାଙ୍କ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି । ଘରୋଇ ମାଟିରେ ଦିନିକିଆ କ୍ରିକେଟରେ ସବୁଠୁ ଅଧିକ ଛକା ମାରିବାର କ୍ରିକେଟର ହୋଇଛନ୍ତି ହିଟ ମ୍ୟାନ ରୋହିତ ଶର୍ମା । ଏହି ତାଲିକାରେ ସେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ପଛରେ ପକାଇଛନ୍ତି ।

ସିକ୍ସର କିଙ୍ଗ ରୋହିତ ଶର୍ମା: ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ରୋହିତ ଶର୍ମା ଦମଦାର ବ୍ୟାଟିଂ କରିଥିଲେ । ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ରୋହିତ ଜବରଦସ୍ତ ଆରମ୍ଭ କରି ଦୁଇଟି ଦମଦାର ଛକା ମାରିଥିଲେ । ଏହି ଛକା ପରେ ରୋହିତ ଶର୍ମା ଏକ ରେକର୍ଡର ଅଧିକାରୀ ହୋଇଛନ୍ତି । ରୋହିତ ଶର୍ମା ଭାରତ ମାଟିରେ ସବୁଠୁ ଅଧିକ ଛକା ମାରିବା କ୍ରିକେଟର ହୋଇଛନ୍ତି । ରୋହିତଙ୍କ ପୂର୍ବରୁ ଏହି ରେକର୍ଡ କ୍ୟାପଟେନ କୁଲଙ୍କ ନାମରେ ରହିଥିଲା ।

ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ରୋହିତ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ରୋହିତ ଶର୍ମା ୩୮ ବଲରୁ ୩୪ ରନର ପାଳି ଖେଳିଥିଲେ । ଏଥିରେ ୪ଟି ଚୌକା ସହିତ ୨ଟି ଛକା ସାମିଲ ଥିଲା । ଏହା ସହିତ ଅନ୍ତର୍ଜାତୀୟ ଦିନିକିଆରେ ଘରୋଇ ମାଟିରେ ରୋହିତ ଶର୍ମା ପ୍ରାୟ ୧୨୫ଟି ଛକା ମାରିଛନ୍ତି । ତେବେ ପ୍ରଥମ ଦିନିକିଆ ମ୍ୟାଚ ପରେ ରୋହିତ ଧୋନୀଙ୍କ ଏକ ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇଛନ୍ତି । କ୍ୟାପଟେନ କୁଲ ଘରୋଇ ମାଟିରେ ୧୩୦ଟି ମ୍ୟାଚ ଖେଳି ୧୨୩ ଟି ଛକା ମାରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.