ETV Bharat / sports

ରୋହିତଙ୍କ ଆଉ ଏକ ମାଇଲଷ୍ଟୋନ, T-20ରେ ଅତିକ୍ରମ କଲେ 3500 ରନ୍

author img

By

Published : Aug 31, 2022, 10:50 PM IST

ରୋହିତ ଶର୍ମା ( Rohit Sharma ) ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ 3500 ରନ ଅତିକ୍ରମ କରିଛନ୍ତି । ଅନ୍ତର୍ଜାତୀୟ ଟି-୨୦ ( T20I ) ମ୍ୟାଚରେ ଏପର୍ଯ୍ୟନ୍ତ 3520 ରନ ସଂଗ୍ରହ କରିବାରେ ରୋହିତ ଶର୍ମା ହେଉଛନ୍ତି ପ୍ରଥମ କ୍ରିକେଟର । ଅଧିକ ପଢନ୍ତୁ

ରୋହିତଙ୍କ ଆଉ ଏକ ମାଇଲଷ୍ଟୋନ, T20I ଅତିକ୍ରମ କରିଲେ ୩୫୦୦ ରନ

ହାଇଦ୍ରାବାଦ: ଅଧିନାୟକ ରୋହିତ ଶର୍ମା ଆଉ ଏକ ରେକର୍ଡ ସୃଷ୍ଟି କରିଛନ୍ତି । ରୋହିତ ଶର୍ମା ( Rohit Sharma ) ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ 3500 ରନ ଅତିକ୍ରମ କରିଛନ୍ତି । ଅନ୍ତର୍ଜାତୀୟ ଟି-୨୦ ( T20I ) ମ୍ୟାଚରେ ଏପର୍ଯ୍ୟନ୍ତ 3520 ରନ ସଂଗ୍ରହ କରିବାରେ ରୋହିତ ଶର୍ମା ହେଉଛନ୍ତି ପ୍ରଥମ କ୍ରିକେଟର ।

ଆଜି (ବୁଧବାର) ଦୁବାଇ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ହଂକଂ ବିପକ୍ଷ ମ୍ୟାଚରେ ରୋହିତ ଶର୍ମା ୧୩ ବଲରୁ ୨ଟି ଚୌକା ଏବଂ ଗୋଟିଏ ଛକା ମାରି ୨୧ ରନ କରି ଆଉଟ ହୋଇଥିଲେ । ରୋହିତ ଶର୍ମା ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ 3500 ରନ ନିଜ ନାମରେ ରେକର୍ଡ କରି ଆଉ ଏକ ଇତିହାସ ସୃଷ୍ଟି କରିଛନ୍ତି । ଆଜିର ମ୍ୟାଚରେ ରୋହିତ ଶର୍ମା ପ୍ରଥମ ଓଭରରେ ହଂକଂ କ୍ରିକେଟର ହରୁନ ଅର୍ଶଦଙ୍କ ବିପକ୍ଷରେ ଏକ ରନ ନେଇ ଏହି ଉପଲବ୍ଧି ହାସଲ କରିଛନ୍ତି । ମ୍ୟାଚ ଆରମ୍ଭ ପୂର୍ବରୁ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ 3499 ରନ ସଂଗ୍ରହ କରି ଥିବା ( 3499 runs before the start of the match ) ହିଟମ୍ୟାନ ରୋହିତ ଶର୍ମା 3500 ରନ ଅତିକ୍ରମ କରିଛନ୍ତି । ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ଏପର୍ଯ୍ୟନ୍ତ 3520 ରନ ସଂଗ୍ରହ କରିବାରେ ରୋହିତ ଶର୍ମା ହେଉଛନ୍ତି ପ୍ରଥମ କ୍ରିକେଟର ।

ସେହିପରି ନ୍ୟୁଜଲାଣ୍ଡ କ୍ରିକେଟର ମାର୍ଟିନ ଗୁପ୍ଟିଲ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ୩୪୯୭ ରନ ସଂଗ୍ରହ କରି ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିପରି ତୃତୀୟ ସ୍ଥାନରେ ରହିଛନ୍ତି ଭାରତୀୟ ଷ୍ଟାର ବ୍ୟାଟର ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି । ସେ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ୩୩୪୩ ରନ ସଂଗ୍ରହ କରି ତୃତୀୟ ସ୍ଥାନରେ ରହିଛନ୍ତି ।

ଅଧିନାୟକ ରୋହିତ ଶର୍ମା ୨୦୦୭ ମସିହା ସେପ୍ଟେମ୍ବର ୧୯ ତାରିଖରେ ଡରବାନରେ ଇଂଲଣ୍ଡ ବିପକ୍ଷରେ ଟି-୨୦ ମ୍ୟାଚ ଡେବ୍ୟୁ କରିଥିଲେ । ହିଟ ମ୍ୟାନ ରୋହିତ ଶର୍ମା ଏପର୍ଯ୍ୟନ୍ତ ୧୩୪ ଟି ଟି-୨୦ ମ୍ୟାଚ ଖେଳି 3520 ରନ ସଂଗ୍ରହ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.