ETV Bharat / sports

INDvsNZ 3rd ODI: ରୋହିତ-ଗିଲଙ୍କ ସେଞ୍ଚୁରୀ, ୩ବର୍ଷ ପରେ ହିଟ୍ ମ୍ୟାନ ଖେଳିଲେ ଶତକୀୟ ଇନିଂସ - india vs new zealand

ଇନ୍ଦୋର ହଲକର ଷ୍ଟାଡିୟମରେ ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଦିନିକିଆ ଖେଳୁଛି ଭାରତ । ଉଭୟ ଓପନର ଶୁବମନ ଗିଲ ଓ ରୋହିତ ଶର୍ମା ଖେଳିଲେ ଶତକୀୟ ଇନିଂସ । ଅଧିକ ପଢନ୍ତୁ

ଶୁବମନ ଗିଲ ଓ ରୋହିତ ଶର୍ମା
ଶୁବମନ ଗିଲ ଓ ରୋହିତ ଶର୍ମା
author img

By

Published : Jan 24, 2023, 3:49 PM IST

Updated : Jan 24, 2023, 4:58 PM IST

ଇନ୍ଦୋର: ଓପନିଂ ଯୋଡିଙ୍କ ଦମଦାର ପାର୍ଟନରସିପ । ଉଭୟ ଓପନର ଶୁବମନ ଗିଲ ଓ ରୋହିତ ଶର୍ମା ଖେଳିଲେ ଶତକୀୟ ଇନିଂସ । ଇନ୍ଦୋରରେ ହିଟ ମ୍ୟାନଙ୍କ ଜବରଦସ୍ତ ସୋ ଦେଖିବାକୁ ମିଳିଛି । ଦୀର୍ଘ ୫୦୭ ଦିନ ପରେ ପ୍ରଶଂସକମାନଙ୍କୁ ଶତକ ଭେଟି ଦେଲେ ରୋହିତ ଶର୍ମା । ଆଜି (ମଙ୍ଗଳବାର) ରୋହିତ ଶର୍ମା ଅନ୍ତର୍ଜାତୀୟ ଦିନିକିଆରେ ନିଜର ୩୦ ତମ ଶତକ ହାସଲ କରିଛନ୍ତି । ଯାହା ତିନି ବର୍ଷ ପରେ ଦିନିକିଆରେ ରୋହିତ ଶର୍ମାଙ୍କ ବ୍ୟାଟରୁ ତିନି ଅଙ୍କ ବିଶିଷ୍ଟ ସ୍କୋର ବାହାରିଛି । ସେପଟେ ଯୁବ ବ୍ୟାଟର ଶୁବମନ ଗିଲ ମଧ୍ୟ ଅନ୍ତର୍ଜାତୀୟ ଦିନିକିଆ କ୍ୟାରିୟରର ଆଜି ନିଜର ଚତୁର୍ଥ ଶତକୀୟ ଇନିଂସ ଖେଳିଛନ୍ତି । ଇନ୍ଦୋର ହଲକର ଷ୍ଟାଡିୟମରେ ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଦିନିକିଆ ଖେଳୁଛି ଭାରତ । ଏହି ମ୍ୟାଚରେ ରୋହିତ ଶର୍ମା ୮୩ ବଲରୁ ଶତକ ହାସଲ କରିଛନ୍ତି । ସେହିପରି ଶୁବମନ ଗିଲ ୭୨ ବଲରୁ ଶତକ ହାସଲ କରିଛନ୍ତି ।

ବିରାଟ କୋହଲିଙ୍କ ପରେ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ଘଟାଇଲେ ରୋହିତ ଶର୍ମା । ଦୀର୍ଘ ତିନି ବର୍ଷ ପରେ ଦିନିକିଆରେ ଖେଳିଲେ ତିନି ଅଙ୍କ ବିଶିଷ୍ଟ ସ୍କୋର । ହିଟ ମ୍ୟାନ ଶେଷ ଥର ପାଇଁ ବର୍ଷ ୨୦୨୦ ଜାନୁଆରୀ ୧୯ ତାରିଖରେ ଦିନିକିଆରେ ଶତକ ହାସଲ କରିଥିଲେ । ସେ ବେଙ୍ଗାଲୁରୁରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୧୯ ରନର ପାଳି ଖେଳିଥିଲେ । ଏହା ପରେ ସେ ଶତକ ହାସଲ କରିବାରେ ବିଫଳ ରହିଥିଲେ । ତେବେ ଆଜି ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ରୋହିତ ଦିନିକିଆରେ ଶତକୀୟ ଇନିଂସ ଖେଳିଛନ୍ତି । ସେ ୮୩ ବଲରୁ ୯ ଟି ଚୌକା ଏବଂ ୬ ଟି ଛକା ବଳରେ ଶତକ ହାସଲ କରିଛନ୍ତି । ଏହା ପରେ ସେ ୮୫ ବଲରୁ ୧୦୧ ରନ କରି ଆଉଟ ହୋଇଥିଲେ । ତେବେ ଏହି ଶତକ ହାସଲ ପରେ ରୋହିତ ଶର୍ମା ଅନ୍ତର୍ଜାତୀୟ ଦିନିକିଆ କ୍ୟାରିୟରରେ ଅଧିକ ଶତକ ହାସଲ କରିବାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ତଥା ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ସହିତ ୩୦-୩୦ ଦିନିକିଆ ଶତକରେ ବରାବର ରହିଛନ୍ତି । ତେବେ ଏହି ତାଲିକାରେ ସବୁଠୁ ଅଧିକ ଶତକ ହାସଲ କରିବାର ରେକର୍ଡ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାମ ରହିଛି । ସେ ଦିନିକିଆରେ ୪୯ ଟି ଶତକ ହାସଲ କରି ପ୍ରଥମ ସ୍ଥାନରେ ରହିଛନ୍ତି । ସେହିପରି ରନ ମେସିନ ବିରାଟ କୋହଲି ଏପର୍ଯ୍ୟନ୍ତ ୪୬ ଟି ଶତକ ହାସଲ କରି ଦ୍ବିତୀୟ ସ୍ଥାନରେ ରହିଛନ୍ତି ।

ସେପଟେ ଯୁବ ବ୍ୟାଟର ଶୁବମନ ଗିଲ ମଧ୍ୟ ଆଜି ଧୂଆଁଧାର ଶତକୀୟ ଇନିଂସ ଖେଳିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଗିଲ ଦମଦାର ଦ୍ବିଶତକ ହାସଲ କରିଥିବା ବେଳେ ତୃତୀୟ ଦିନିକିଆରେ ୭୨ ବଲରୁ ଶତକ ହାସଲ କରିଛନ୍ତି । ସେ ୭୮ ବଲରୁ ୧୩ ଟି ଚୌକା ଏବଂ ୫ ଟି ଛକା ସହିତ ୧୧୨ ରନ କରି ଆଉଟ ହୋଇଥିଲେ । ନ୍ୟୁଜିଲାଣ୍ଡ ଟସ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଦେଇଥିଲା । ଆରମ୍ଭରୁ ଭାରତୀୟ ଓପନର ଦମଦାର ଇନିଂସ ଖେଳିଥିଲେ । ଉଭୟଙ୍କ ପାର୍ଟନରସିପ ଦଳୀୟ ସ୍କୋର ପାଇଁ ୨୧୨ ରନ ଯୋଡିଥିଲା ।

Last Updated : Jan 24, 2023, 4:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.