ହାଇଦ୍ରାବାଦ: ବିଶ୍ବକପ୍ ୨୦୨୩ରେ ଶୋଚନୀୟ ପ୍ରଦର୍ଶନ ପରେ ଦୟନୀୟ ସ୍ଥିତିରେ ପାକିସ୍ତାନ କ୍ରିକେଟ୍ ବୋର୍ଡ । ଜଣେ ପରେ ଜଣେ ପିସିବି ହାତ ଛାଡ଼ିବା ପରେ ଏବେ ନୂଆ ରୂପରେ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ୁଛି ପିସିବି । ବିଶ୍ବକପ୍ ବିପର୍ଯ୍ୟୟ ପରେ ପିସିବି ବୋଲିଂ କୋଚ୍ ପଦରେ ଥିବା ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ମର୍ଣ୍ଣେ ମୋର୍କେଲ ନିଜ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଆଜି ନୂଆ ବୋଲିଂ କୋଚ୍ଙ୍କୁ ନିଯୁକ୍ତି ଦେଇଛି ପିସିବି । ଏଥର ଦଳ ଅନ୍ୟ ଦେଶ ଖେଳାଳିଙ୍କ ଉପରେ ଭରସା ନକରି ନିଜ ଦେଶର ପୂର୍ବତନ ବୋଲରଙ୍କୁ ଏହି ଗୁରୁ ଦାୟିତ୍ବ ଦେଇଛି । ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଉମର ଗୁଲଙ୍କୁ ଦଳର ଦ୍ରୁତ ବୋଲିଂ କୋଚ୍ ଓ ସୟିଦ ଅଜମଲଙ୍କୁ ସ୍ପିନ ବୋଲିଂ କୋଚ୍ ଭାବେ ନିଯୁକ୍ତ କରିଛି ।
-
Pakistan appoint veteran bowlers to take coaching roles in pace and spin department ⚡
— ICC (@ICC) November 21, 2023 " class="align-text-top noRightClick twitterSection" data="
More ⬇️https://t.co/O37Sn1OKxk
">Pakistan appoint veteran bowlers to take coaching roles in pace and spin department ⚡
— ICC (@ICC) November 21, 2023
More ⬇️https://t.co/O37Sn1OKxkPakistan appoint veteran bowlers to take coaching roles in pace and spin department ⚡
— ICC (@ICC) November 21, 2023
More ⬇️https://t.co/O37Sn1OKxk
ଭାରତରେ ଶେଷ ହୋଇଥିବା ବିଶ୍ବକପ୍ ୨୦୨୩ରେ ପାକିସ୍ତାନର ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ ପରେ ପିସିବିର ମୁଖ୍ୟ ଚୟନ କର୍ତ୍ତା ପଦରୁ ଇଞ୍ଜାମାମ୍ ଉଲ୍ ହକ୍ ଇସ୍ତଫା ଦେଇଥିଲେ । ଏହାପରେ ଦଳର ବୋଲିଂ କୋଚ୍ ମର୍ଣ୍ଣେ ମୋର୍କେଲ ନିଜ ପଦ ଛାଡ଼ିଥିଲେ । ଶେଷରେ ଅଧିନାୟକ ବାବର ଆଜମ ନିଜ ପଦ ଛାଡ଼ିବା ପରେ ପାକିସ୍ତାନ କ୍ରିକେଟ୍ରେ ଚହଳ ସୃଷ୍ଟି ହୋଇଥିଲା । ତେବେ ବିଶ୍ବକପ୍ ବିପର୍ଯ୍ୟୟ ପରେ ସମ୍ପୂର୍ଣ୍ଣ ନୂଆ ମ୍ୟାନେଜମେଣ୍ଟ ସହ ମୈଦାନାକୁ ଓହ୍ଲାଇବାକୁ ଲକ୍ଷ୍ୟ ରଖିଛି ପିସିବି । ଏଥିପାଇଁ ପ୍ରଥମେ ପାକିସ୍ତାନ କ୍ରିକେଟ ବୋର୍ଡ ପୂର୍ବତନ କ୍ରିକେଟର ୱହାବ ରିୟାଜଙ୍କୁ ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତି ଦେଇଥିଲା । ସେ ମଧ୍ୟ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍ ସିରିଜ ପାଇଁ ସ୍କ୍ବାଡ୍ ଚୟନ କରିଛନ୍ତି । ବାବରଙ୍କ ସ୍ଥାନରେ ଶାନ୍ ମାସୁଦଙ୍କୁ ଟେଷ୍ଟ ଓ ଶାହିନ ଶାହ ଆଫ୍ରିଦିଙ୍କୁ ଟି୨୦ ଅଧିନାୟକ ଭାବେ ଦାୟିତ୍ବ ଦେଇଛି ପିସିବି । ସେହିପରି ପୂର୍ବତନ କ୍ରିକେଟର ମହମ୍ମଦ ହାଫିଜଙ୍କୁ ଡିରେକ୍ଟର ଅଫ କ୍ରିକେଟ ଭାବେ ଦାୟିତ୍ବ ମିଳିଛି ।
ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍ରେ ଶୋଚନୀୟ ପ୍ରଦର୍ଶନ ପରେ ପାକିସ୍ତାନର ଖସିଲା ବଡ଼ ୱିକେଟ୍, ପଦ ଛାଡ଼ିଲେ ବାବର
ଶେଷରେ ଆଜି ମର୍ଣ୍ଣେ ମୋର୍କେଲଙ୍କ ସ୍ଥାନରେ ନୂଆ ବୋଲିଂ କୋଚ୍ ନିଯୁକ୍ତ କରିଛି ପିସିବି । ଏଥର ବିଦେଶୀ ଖେଳାଳିଙ୍କୁ ଛାଡ଼ି ନିଜ ଦେଶର ବରିଷ୍ଠ ଖେଳାଳିଙ୍କ ଉପରେ ଭରସା କରିଛି ବୋର୍ଡ । ଦଳର ପୂର୍ବତନ ଦ୍ରୁତ ବୋଲର ଉମର ଗୁଲଙ୍କୁ ଦଳର ଦ୍ରୁତ ବୋଲିଂ କୋଚ ଭାବେ ନିଯୁକ୍ତ କରିଥିବାବେଳେ ଭେଟେରାନ ସ୍ପିନର ସୟିଦ ଅଜମଲଙ୍କୁ ସ୍ପିନ ବୋଲିଂ କୋଚ୍ ଦାୟିତ୍ବ ମିଳିଛି । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜଠାରୁ ହିଁ ଉଭୟ ବୋଲିଂ କୋଚ୍ ନିଜ ଟିମ ସହିତ କାର୍ଯ୍ୟ ଆରମ୍ଭ କରିବେ । ୨୦୦୩ରେ ପାକିସ୍ତାନ ପାଇଁ ଡେବ୍ୟୁ କରିଥିବା ଉମର ଗୁଲ୍ ୪୭ ଟେଷ୍ଟରେ ୧୬୩ ୱିକେଟ ନେଇଥିବାବେଳେ ୧୩୦ ଦିନିକିଆ ଖେଳି ୧୭୯ ୱିକେଟ ଓ ୬୦ ଟି୨୦ ମ୍ୟାଚ୍ରୁ ୮୫ ୱିକେଟ ହାସଲ କରିଛନ୍ତି । ସେ ୨୦୦୩ରୁ ୨୦୧୬ ଯାଏଁ ପାକିସ୍ତାନ ଜାତୀୟ ଦଳର ସଦସ୍ୟ ରହିଥିଲେ । ସେହିପରି ଅଜମଲ ୨୦୦୮ରେ ପାକିସ୍ତାନ ପାଇଁ ଡେବ୍ୟୁ କରିଥିଲେ । ସେ ନିଜ ଦେଶ ପାଇଁ ୩୫ ଟେଷ୍ଟ, ୧୧୩ ଦିନିକିଆ ଓ ୬୪ ଟି୨୦ ମ୍ୟାଚ ଖେଳି ମୋଟ ୪୪୭ ୱିକେଟ ହାସଲ କରିଥିଲେ । ଏପରିକି ଆଇସିସି ମାନ୍ୟତାରେ ସେ ବିଶ୍ବର ୧ ନଂ ବୋଲର ହେବାର କୀର୍ତ୍ତିମାନ ମଧ୍ୟ କରିଥିଲେ । ଏଥିପାଇଁ ସେ ଯାଦୁଗର ଆକ୍ଷା ମଧ୍ୟ ପାଇଥିଲେ । କିନ୍ତୁ ବୋଲିଂ ଆକ୍ସନରେ ତ୍ରୁଟି ଦର୍ଶାଇ ICC ତାଙ୍କୁ ବ୍ୟାନ୍ କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ