ETV Bharat / sports

PAK V ENG TEST: ଶେଷ ମ୍ଯାଚରେ ଟେଷ୍ଟ କ୍ରିକେଟରୁ ସନ୍ୟାସ ନେବେ ଏହି କ୍ରିକେଟର

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପରେ ପାକିସ୍ତାନ କ୍ରିକେଟର ଆଝାର ଅଲୀ ଟେଷ୍ଟ କ୍ରିକେଟରୁ ଅବସର ଗ୍ରହଣ କରିବେ । ଅଧିକ ପଢନ୍ତୁ

author img

By

Published : Dec 16, 2022, 6:15 PM IST

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପରେ ଟେଷ୍ଟ କ୍ରିକେଟରୁ ସନ୍ୟାସ ନେବେ ଏହି କ୍ରିକେଟର

ହାଇଦ୍ରାବାଦ: ପାକିସ୍ତାନ କ୍ରିକେଟର ଆଝାର ଅଲୀଙ୍କ ବଡ ଘୋଷଣା । ଟେଷ୍ଟ କ୍ରିକେଟକୁ ଅଲବିଦା କହିବେ ଆଝାର ଅଲୀ ( Azhar Ali Retire From Test Cricket ) । ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ଦଳର ଜଣେ ଦକ୍ଷ ବ୍ୟାଟର ହିସାବରେ ଆଝାର ଅଲୀଙ୍କର ବେଶ୍ ଦବଦବା ରହିଛି । ହେଲେ ଏହାରି ଭିତରେ ସେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା ନେଇ ତାଙ୍କ ପ୍ରଶଂସକଙ୍କ ଝଟକା ଦେଇଛନ୍ତି ।

  • JUST IN: Pakistan star batter Azhar Ali will retire from Test cricket after the third #PAKvENG Test.

    More 👇

    — ICC (@ICC) December 16, 2022 " class="align-text-top noRightClick twitterSection" data=" ">

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପରେ ପାକିସ୍ତାନର ଏହି କ୍ରିକେଟର ଟେଷ୍ଟ କ୍ରିକେଟରୁ ଅବସର ଗ୍ରହଣ କରିବେ । ଏନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଟ୍ବିଟରରେ ସୂଚନା ଦେଇଛି । ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଏବେ ତିନି ଟିକିଆ ଟେଷ୍ଟ ସିରିଜ୍ ଜାରି ରହିଛି । ଏହି ସିରିଜରେ ଇଂଲିସ୍ ଟିମ୍ ୨-୦ ରେ ଆଗୁଆ ରହିଛି । ଆସନ୍ତାକାଲି ( ଶନିବାର ) ତଥା ଡିସେମ୍ବର ୧୭ ତାରିଖରେ ଏହାର ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ଆଝାର ଅଲୀଙ୍କ କ୍ୟାରିୟର ଶେଷ ଟେଷ୍ଟ ମ୍ୟାଚ ହେବ ।

୩୯ ବର୍ଷିୟ ଆଝାର ଏପର୍ଯ୍ୟନ୍ତ ୩୯ ଟି ଟେଷ୍ଟ ମ୍ୟାଚ ଖେଳି ୭୦୯୭ ରନ କରିଛନ୍ତି । ଯେଉଁଥିଲେ ତାଙ୍କର ୧୯ ଟି ଶତକ ସହିତ ୩ ଟି ଦ୍ବିଶତକ ମଧ୍ୟ ରହିଛି । ୩୫ ଟି ଅର୍ଦ୍ଧଶତକ ରହିଛି । ସେହିପରି ଟେଷ୍ଟରେ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ୩୦୨ ରହିଛି ଯାହା ୱେଷ୍ଟଇଣ୍ଡିଜ ବିପକ୍ଷରେ ସେ ହାସଲ କରିଥିଲେ । ବର୍ଷ ୨୦୧୦ ରେ ଜୁଲାଇ ୧୩ ତାରିଖ ଅଷ୍ଟ୍ରେଲିଆ ବିପକ୍ଷରେ ଆଝାର ଅଲୀ ଟେଷ୍ଟ ଡେବ୍ୟୁ କରିଥିଲେ । ସେହିପରି ଦିନିକିଆରେ ସେ ଏପର୍ଯ୍ୟନ୍ତ ୫୩ ଟି ମ୍ୟାଚ୍ ଖେଳି ୧୮୪୫ ରନ ସଂଗ୍ରହ କରିଛନ୍ତି । ଯେଉଁଥିରେ ୧୨ ଟି ଅର୍ଦ୍ଧଶତକ ସହିତ ୩ ଟି ଶତକ ସାମିଲ ରହିଛି ।

ପାକିସ୍ତାନର ଏହି କ୍ରିକେଟର ଶୁକ୍ରବାର ଏକ ସାକ୍ଷାତକାରରେ କହିଥିଲେ ଯେ, ଶୀର୍ଷ ସ୍ତରରେ ନିଜ ଦେଶର ପ୍ରତିନିଧିତ୍ବ କରିବା ମୋ ପାଇଁ ସମ୍ମାନଜନକ ରହିଥିଲା । ଅବସର ନିଷ୍ପତ୍ତି ଘୋଷଣା କରିବା ସମୟ ସବୁବେଳେ କଠିନ ହୋଇଥାଏ । ହେଲେ ସବୁ ଦୃଷ୍ଟିରୁ ବିଚାର କରିବା ପରେ ମୁଁ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲି କି ଏହି ସମୟ ହିଁ ଉଚିତ୍ ସମୟ ଯାହା ମୁଁ ଟେଷ୍ଟ କ୍ରିକେଟରୁ ସନ୍ୟାସ ନେଇ ପାରିବି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.