ETV Bharat / sports

Cricket World Cup 2023: କୋଲକାତାରେ ହୋଟେଲ ଖାଦ୍ୟ ଖାଇଲେନି ପାକିସ୍ତାନୀ କ୍ରିକେଟର, ଅର୍ଡର କଲେ ବିରିୟାନୀ - ପାକିସ୍ତାନ ବନାମ ବାଂଲାଦେଶ

କୋଲକାତାରେ ହୋଟେଲ ଖାଦ୍ୟ ଖାଇଲେ ନାହିଁ ପାକିସ୍ତାନୀ କ୍ରିକେଟର ଟିମ । ଜାଣନ୍ତୁ କାରଣ

Pakistan Cricketers skip food from hotel

author img

By ETV Bharat Odisha Team

Published : Oct 31, 2023, 11:00 PM IST

କୋଲକାତା: ଆଇସିସି ବିଶ୍ବକପ ୨୦୨୩ ମ୍ୟାଚ୍‌ ଲାଗି ଭାରତ ଗସ୍ତରେ ରହିଛନ୍ତି ପାକିସ୍ତାନ ଟିମ । ଏହି ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ସ୍ଥାନରେ ମ୍ୟାଚ୍‌ ଅନୁଷ୍ଠିତ ହେଉଥିବା ବେଳେ ପାକିସ୍ତାନୀ ଟିମ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତର ଗୋଟିଏ ପରେ ଗୋଟିଏ ସହର ଭ୍ରମଣ କରୁଛନ୍ତି । ତେବେ ମଙ୍ଗଳବାର ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ଲାଗି ପାକିସ୍ତାନ ଟିମ ପଶ୍ଚିମବଙ୍ଗ ଗସ୍ତରେ ରହିଥିଲେ । ଏହି ମ୍ୟାଚ୍‌ ଲାଗି ରହଣି ସମୟରେ ପାକିସ୍ତାନ ଟିମ ହୋଟେଲରେ ଦିଆଯାଇଥିବା ଖାଦ୍ୟ ଖାଇନଥିବା ଜଣାପଡ଼ିଛି ।

ବାଂଲାଦେଶ ବିପକ୍ଷ ମ୍ୟାଚ୍‌ କୋଲକାତାର ଇଡେନ ଗାର୍ଡେନ ଖେଳାଯାଇଥିଲା । ଏଥିଲାଗି ଏବେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ରହିଛନ୍ତି ଉଭୟ ଦଳ । ତେବେ ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ ଟିମ ହୋଟେଲରେ ଦିଆଯାଉଥିବା ଖାଦ୍ୟ ନ ଖାଇ ସହରର ଏକ ପ୍ରସିଦ୍ଧ ହୋଟେଲରୁ ବିରିୟାନୀ, କବାବ ଆଦି ଅର୍ଡର ଖାଇଛନ୍ତି । କୋଲକାତାର ଜାମ ଜାମ ହୋଟେଲରୁ ପାକିସ୍ତାନୀ କ୍ରିକେଟର ଫୁଡ୍‌ ଅର୍ଡର କରିଥିବା ଜଣାପଡ଼ିଛି । ପାକ୍‌ କ୍ରିକେଟରମାନେ ଭାରତୀୟ ଖାଦ୍ୟର ପ୍ରେମରେ ପଡ଼ିଯାଇଥିବା ଚର୍ଚ୍ଚା ହେଉଛି ।

ଏହା ବି ପଢନ୍ତୁ- BAN vs PAK: ବିଜୟଧାରାକୁ ଫେରିଲା ପାକିସ୍ତାନ; ୭ ୱିକେଟରେ ଜିତିଲା ମ୍ୟାଚ୍‌, ସପ୍ତମରୁ ୫ମ ସ୍ଥାନକୁ ଉଠିଲା

ରବିବାର 'ମେନ ଇନ ଗ୍ରୀନ' ରାତ୍ରିଭୋଜନରେ ଦିଆଯାଇଥିବା ଖାଦ୍ୟ ଖାଇନଥିବା ବେଳେ ଏହି ରେସ୍ତୋରାଁରୁ ଫୁଡ୍‌ ଅର୍ଡର କରିଥିଲେ । ଅନଲାଇନ ଡେଲିଭରି ମାଧ୍ୟମରେ ଏହି ଫୁଡ ହୋଟେଲରେ ପହଞ୍ଚିଥିଲା । ଜାମ ଜାମ ରେସ୍ତୋରାଁର ଡିରେକ୍ଟର ସାଦମାନ ଫେଜଙ୍କ କହିବା ଅନୁସାରେ ସେମାନେ ପ୍ରଥମେ ଜାଣିପାରନଥିଲେ ଯେ ଏହା ପାକିସ୍ତାନ ଟିମ ପକ୍ଷରୁ ଅର୍ଡର ହୋଇଛି । ହେଲେ ପରବର୍ତ୍ତୀ ସମୟରେ ଏ ନେଇ ସେମାନେ ଅବଗତ ହୋଇଥିଲେ । କୋଲକାତାରେ ଏକ ଭିନ୍ନ ଧରଣର ବିରିୟାନୀ ପ୍ରସ୍ତୁତ ହୋଇଥାଏ । ଯାହାକି ବିଶ୍ବ ପ୍ରସିଦ୍ଧ ବୋଲି ସେ କହିଛନ୍ତି ।

ଏ ନେଇ ଫେଜ ବିସ୍ତୃତ ଭାବରେ କହିଛନ୍ତି, " ଅନଲାଇନ ଡେଲିଭରି ପ୍ଲାଟଫର୍ମ ମାଧ୍ୟମରେ ଏହି ଫୁଡ୍‌ ଅର୍ଡର ହୋଇଥିଲା । ଏହି ଅର୍ଡରରେ ୩ଟି ଖାଦ୍ୟ ରହିଥିଲା ଯାହାକି ବିରିୟାନୀ, କବାବ ଓ ଚାପ୍‌ । ରବିବାର ସନ୍ଧ୍ୟା ୭ଟାରେ ଆମ ନିକଟକୁ ଏହି ଅର୍ଡର ଆସିଥିଲା । ପ୍ରଥମରୁ ଏହି ଅର୍ଡର ପାକିସ୍ତାନ କ୍ରିକେଟର ଟିମ ପକ୍ଷରୁ ଆସିଛି ବୋଲି ଆମେ ଜାଣିପାରିନଥିଲୁ । ହେଲେ ପରେ ଏ ସମ୍ପର୍କରେ ଆମେ ଜାଣିଥିଲୁ । ଆଶା କରୁଛୁ ଆମ ରେସ୍ତୋରାଁର ଖାଦ୍ୟ ସେମାନଙ୍କୁ ଭଲ ଲାଗିଥିବ । "

ପୂର୍ବତନ ପାକ୍‌ କ୍ରିକେଟରଙ୍କ ସମାଲୋଚନା:- ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପାକିସ୍ତାନ ଟିମକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ପୂର୍ବତନ ପାକିସ୍ତାନ ଅଧିନାୟକ ୱାସିମ ଆକ୍ରମ ଟିମର କ୍ରିକେଟରଙ୍କ ଉପରେ ବର୍ଷିଛନ୍ତି । ଟିମ ଏଭଳି ପ୍ରତିଦିନ ମାଂସ ଖାଇବା ଦ୍ବାରା ଆଫଗାନିସ୍ତାନଠାରୁ ଶୋଚନୀୟ ପରାଜୟ ବରଣ କରିଥିଲା ବୋଲି ସେ କହିଛନ୍ତି । ଏ ନେଇ ସେ କହିଛନ୍ତି, " ଆମ କ୍ରିକେଟରଙ୍କ ଫିଟନେସ ନାହିଁ । ସେମାନେ ଗତ ୨ ବର୍ଷ ଧରି ଫିଟନେସ ଟେଷ୍ଟ ଦେଇନାହାନ୍ତି । ବର୍ତ୍ତମାନ ସେମାନଙ୍କ ମୁହଁ ଫୁଲିବା ପରି ଦେଖାଯାଉଛି । ଲାଗୁଛି ଯେପରି ସେମାନେ ପ୍ରତିଦିନ ୮ କେଜି ମାଂସ ଖାଉଛନ୍ତି । ସେମାନେ ତୁରନ୍ତ ଫିଟନେସ ଟେଷ୍ଟ ଦେବା ଉଚିତ । ସେମାନେ ଦେଶ ପାଇଁ ଖେଳୁଛନ୍ତି, ଏଣୁ ଦଳକୁ ଏକ ନିର୍ଦ୍ଦିଷ୍ଟ କ୍ରାଇଟେରିଆ ଭିତରେ ରହିବା ଉଚିତ । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.