ETV Bharat / sports

ଯେବେ ଛଅ ବଲରେ ୬' ଛକା ମାରିଥିଲେ ଯୁବରାଜ... - ଟି-୨୦ ବିଶ୍ବକପ

ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂହ ବର୍ଷ ୨୦୦୭ରେ ଟି-୨୦ ବିଶ୍ବକପର ପ୍ରଥମ ସଂସ୍କରଣରେ, କ୍ରିକେଟର ଛୋଟ ଫର୍ମାଟରେ ଗୋଟିଏ ଓଭରରେ ୬ଟି ବିଶାଳ ଛକା ମାରି ଇତିହାସ ରଚିଥିଲେ । ଅଧିକ ପଢନ୍ତୁ...

On this day in 2007: Yuvraj smashed 6 sixes in an over in T20 WC
ଯେବେ ବ୍ରଡଙ୍କୁ ଗୋଟିଏ ଓଭରରେ ୬' ଛକା ମାରିଥିଲେ ଯୁବରାଜ
author img

By

Published : Sep 19, 2021, 4:16 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ସହିତ ବିଶ୍ବ କ୍ରିକେଟ ଜଗତ ପାଇଁ ଆଜି(ସେପ୍ଟେମ୍ବର ୧୯) ଏକ ସ୍ମରଣୀୟ ଦିନ । ଆଜିକୁ ଠିକ୍‌ ୧୪ ବର୍ଷ ତଳେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂହ କ୍ରିକେଟର ଛୋଟ ଫର୍ମାଟରେ ଗୋଟିଏ ଓଭରରେ ୬ଟି ବିଶାଳ ଛକା ମାରି ଇତିହାସ ରଚିଥିଲେ । ବର୍ଷ ୨୦୦୭ରେ ଟି-୨୦ ବିଶ୍ବକପର ପ୍ରଥମ ସଂସ୍କରଣରେ ଇଂଲଣ୍ଡ ବିପକ୍ଷରେ ଏହି ବିରଳ କରିସ୍ମା କରିଥିଲେ ।

ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ଟିମ ଇଣ୍ଡିଆର ଯୁବରାଜ ଇଂଲିସ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ଓଭରରେ ୬ଟି ଲଗାତାର ଛକା ଲଗାଇଥିଲେ । ଏଥିସହ ଅବିଶ୍ବସନୀୟ ଭାବେ ମାତ୍ର ୧୨ଟି ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଏହି ରେକର୍ଡ ବର୍ତ୍ତମାନ ପର୍ଯ୍ୟନ୍ତ ଟି-୨୦ ଫର୍ମାଟରେ ସବୁଠୁ ଦ୍ରୁତତମ ଇଂନିସ ହୋଇରହିଛି । ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ମେନ ଇନ ବ୍ଲୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

ରବିନ ଉଥାପ୍ପାଙ୍କ ୱିକେଟ ପଡିବା ପରେ ଯୁବରାଜ ବ୍ୟାଟିଂ ପାଇଁ କ୍ରିଜ୍‌କୁ ଆସିଥିଲେ । ଯୁବିଙ୍କ ଧୁଆଁଧାର ବ୍ୟାଟିଂ ସହାୟତାରେ ଭାରତର ସ୍କୋର ବିଶାଳ ୨୧୮ ରନ୍‌ରେ ପହଞ୍ଚିଥିଲା । ପରେ ଇଂଲଣ୍ଡ ବିପକ୍ଷ ଏହି ମ୍ୟାଚ୍‌କୁ ୧୮ ରନ୍‌ରେ ଜିତି ନେଇଥିଲା ଭାରତ । ଏହା ଭାରତୀୟ ଇନିଂସର ୧୯ତମ ଓଭର ଥିଲା । ବ୍ରଡଙ୍କ ଓଭରର ୬ଟି ଯାକ ବଲ୍‌କୁ ଷ୍ଟାଡିୟମର ଦର୍ଶକ ଗ୍ୟାଲରୀରେ ପହଞ୍ଚାଇବା ସହ ଯୁବରାଜ, ଭାରତର ସ୍କୋର ୨୦୦ ପାର୍‌ କରାଇଥିଲେ ।

ମେନ ଇନ ବ୍ଲୁ ପରେ ICC ଟି-୨୦ ବିଶ୍ବକପର ପ୍ରଥମ ସଂସ୍କରଣରେ ଚମ୍ପିଆନ ହୋଇ ଟ୍ରଫି ନିଜ ନାମରେ କରିଥିଲା । ଟୁର୍ଣ୍ଣାମେଣ୍ଟରେ ଏକ ପ୍ରମୁଖ ଭୂମିକା ନିଭାଇଥିଲେ ଯୁବରାଜ । ୩୮ ବର୍ଷୀୟ ଯୁବରାଜ ମଧ୍ୟ ଭାରତର ୨୦୧୧ ଦିନିକିଆ ବିଶ୍ବକପ ବିଜୟର ପ୍ରମୁଖ ନାୟକ ଥିଲେ । ବିଶ୍ବକପର ଗୋଟିଏ ସଂସ୍କରଣରେ ପ୍ରଥମ ଅଲରାଉଣ୍ଡର ଭାବେ ସେ ୩୦୦ ରନ୍‌ ଓ ୧୫ ୱିକେଟ ଅକ୍ତିଆର କରିଥିଲେ ।

୩୬୨ ରନ୍‌ ଓ ୧୫ ୱିକେଟ ହାସଲ ପାଇଁ ୪ଟି ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଆୱାର୍ଡ ସହିତ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ମଧ୍ୟ ହୋଇଥିଲେ । ବର୍ଷ ୨୦୧୯ରେ, କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କରିଥିଲେ ଯୁବରାଜ । ନିଜର କ୍ରିକେଟ କ୍ୟାରିୟରରେ ସେ ୩୦୪ଟି ଅନ୍ତର୍ଜାତୀୟ ଦିନିକିଆ, ୫୮ଟି ଟି-୨୦ ଓ ୪୦ଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି । ସ୍ମାର୍ଟ୍‌ ବୋଲିଂ, ବିସ୍ଫୋରକ ବ୍ୟାଟିଂ ଓ ଆକର୍ଷଣୀୟ ଫିଲ୍ଡିଂ ମାଧ୍ୟମରେ ଯୁବରାଜ ଟିମର ପ୍ରମୁଖ ନିୟମିତ ସଦସ୍ୟ ହୋଇପାରିଥିଲେ ଓ ମ୍ୟାଚ୍‌ ୱିନର ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.