ETV Bharat / sports

ଆଜିର ଦିନରେ ପ୍ରଥମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ ତେନ୍ଦୁଲକର

ତେନ୍ଦୁଲକର ପ୍ରଥମ ଥର ପ୍ଲେଆର ଅଫ୍‌ ଦ ମ୍ୟାଚ୍‌ ଆୱାର୍ଡ ମଧ୍ୟ ସେହି ଇଂନିସରେ ହାସଲ କରିଥିଲେ । ଅଧିକ ପଢନ୍ତୁ...

author img

By

Published : Aug 14, 2021, 5:36 PM IST

On this day in 1990: Tendulkar scored his maiden international ton
ଆଜିର ଦିନରେ ପ୍ରଥମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ ତେନ୍ଦୁଲକର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଇତିହାସରେ ଆଜିର ଦିନ(ଅଗଷ୍ଟ ୧୪) ଏକ ସ୍ମରଣୀୟ ଦିନ । ୩୧ ବର୍ଷ ତଳେ ଆଜିର ଦିନରେ ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର ପ୍ରଥମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ । ଓଲ୍‌ଡ ଟ୍ରାଫର୍ଡ(ମାଞ୍ଚେଷ୍ଟର)ରେ ଇଂଲଣ୍ଡ ବିପକ୍ଷରେ ଏକ ଟେଷ୍ଟରେ ଶତକୀୟ ଇଂନିସ ଖେଳିଥିଲେ ସଚିନ ।

On this day in 1990: Tendulkar scored his maiden international ton
ସଚିନ ତେନ୍ଦୁଲକର

ମାତ୍ର ୧୭ ବର୍ଷ ୧୧୨ ଦିନରେ ସେ ଟେଷ୍ଟ ଶତକ ହାସଲ କରିବାରେ ବିଶ୍ବର ତୃତୀୟ ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ ବନିଥିଲେ । ଅନ୍ତର୍ଜାତୀୟ କ୍ରିକେଟରେ ମାତ୍ର ୮ଟି ଟେଷ୍ଟ ମ୍ୟାଚ ଖେଳିବାପରେ ୧୦୦ରୁ ଅଧିକ ରନ୍‌ର ପାଳି ଖେଳିଥିଲେ । ୧୮୯ ବଲ୍‌ରୁ ସଚିନ ଅପରାଜିତ ୧୧୯ ରନ୍‌ର ଇଂନିସ ଖେଳିଥିଲେ ଓ ଭାରତକୁ ଟେଷ୍ଟ ଡ୍ର ରଖିବାରେ ସହାୟକ ହୋଇଥିଲେ ।

  • This day in 1990, a 17-year-old Sachin Tendulkar smashed his maiden Test ton – a 119* against England in Manchester 🌟

    Which is your favourite century from the Master Blaster? pic.twitter.com/oAgSpZgJaN

    — ICC (@ICC) August 14, 2021 " class="align-text-top noRightClick twitterSection" data=" ">

ଉକ୍ତ ମ୍ୟାଚରେ ତେନ୍ଦୁଲକର ପ୍ରଥମ ଥର ପ୍ଲେଆର ଅଫ୍‌ ଦ ମ୍ୟାଚ୍‌ ଆୱାର୍ଡ ମଧ୍ୟ ହାସଲ କରିଥିଲେ । ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ବିତୀୟ ମ୍ୟାଚରେ ଇଂଲଣ୍ଡ ପ୍ରଥମ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଘରୋଇ ଦଳ ପ୍ରଥମ ଇଂନିସରେ ବିଶାଳ ୫୧୯ ରନ୍‌ କରିଥିଲା । କ୍ୟାପଟେନ ଗ୍ରାହାମ ଗୁଚ୍‌ ୧୧୬, ମାଇକ ଆଥରଟନ ୧୩୧ ଓ ରବିନ ସ୍ମିଥ ଅପରାଜିତ ୧୨୧ ରନର ଶତକୀୟ ଇଂନିସ ଖେଳିଥିଲେ ।

ଜବାବରେ ଭାରତ ୪୩୨ ରନରେ ସମସ୍ତ ୱିକେଟ ହରାଇଥିଲା । କ୍ୟାପଟେନ ମହମ୍ମଦ ଆଝାରୁଦ୍ଦିନ ୧୭୯ ଓ ସଞ୍ଜୟ ମାଞ୍ଜ୍ରେକର ୯ ରନ୍‌ର ଇଂନିସ ଖେଳିଥିଲେ । ସଚିନ ତେନ୍ଦୁଲକର ୬୮ ରନର ଯୋଗଦାନ କରିଥିଲେ ।

୮୭ ରନର ପ୍ରଥମ ଇଂନିସ ଅଗ୍ରଣୀ ସହ ଇଂଲଣ୍ଡ ୩୨୦ରେ ପାଳି ଇଂନିସ ଘୋଷଣା କରିଥିଲା । ଫଳରେ ଭାରତ ସାମ୍ନାରେ ୪୦୮ ରନର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ରହିଥିଲା ।

୪୦୮ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଟିମ ଦୁଇ ଓପନର ନବଜୋତ ସିଦ୍ଧୁ(୦) ଓ ରବି ଶାସ୍ତ୍ରୀ(୧୨)ଙ୍କ ୱିକେଟ ଶ୍ରୀଘ୍ର ହରାଇ ସଙ୍କଟରେ ପଡିଥିଲା । ସଞ୍ଜୟ ମାଞ୍ଜ୍ରେକର ଓ ଦିଲୀପ ଭେଙ୍ଗସରକାରଙ୍କ ମଧ୍ୟରେ ତୃତୀୟ ୱିକେଟ ଯୋଡିରେ ୭୪ ରନ୍‌ର ପା୍ଟନରସିପ ହୋଇଥିଲା ।

ସଚିନ ତେନ୍ଦୁଲକର ୬ନମ୍ବର ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିଲେ । କ୍ୟାପଟେନ ମହମ୍ମଦ ଆଝାରୁଦ୍ଦିନଙ୍କ ସହ ମିଶି ସ୍କୋରବୋର୍ଡ ଆଗକୁ ବଢାଇଥିଲେ ସଚିନ। ମାତ୍ର ୧୧ ରନରେ ଆଝାରୁଦ୍ଦିନ ଆଉଟ ହେବାପରେ ଭାରତୀୟ ଇଂନିସର ଭାର ୧୭ବର୍ଷୀୟ ସଚିନ, ନିଜ କାନ୍ଧକୁ ନେଇଥିଲେ । କପିଳ ଦେବଙ୍କ ସହ ମିଶି ସଚିନ ଷଷ୍ଠ ୱିକେଟ ଯୋଡିରେ ୫୬ ରନ୍‌ ଯୋଡିଥିଲେ ମାତ୍ର ୨୬ ରନର ଉପଯୋଗୀ ଇଂନିସ ଖେଳି କପିଳ ପାଭିଲିୟନ ଫେରିଥିଲେ । ମାତ୍ର ତେନ୍ଦୁଲକର ଅପରାଜିତ ୧୧୯ ରନର ଇଂନିସ ସହ ଫେରିଥିଲେ, ପରାଜୟ ଏଡାଇବା ସହ ମ୍ୟାଚ ଡ୍ର ରଖିବାରେ ପ୍ରମୁଖ ଭୂମିକା ନିଭାଇଥିଲେ । ମନୋଜ ପ୍ରଭାକରଙ୍କ ସହ ମିଶି ୧୬୦ ରନର୍‌ ପାର୍ଟନରସିପ୍‌ କରିଥିଲେ ।

ମହାରାଷ୍ଟ୍ରରେ ଜନ୍ମିତ ସଚିନ ନଭେମ୍ବର ୧୫, ୧୯୮୫ରେ ଟେଷ୍ଟ ଡେବ୍ୟୁ କରିଥିଲେ ଓ ଅବିଶ୍ବସନୀୟ ସଫଳତମ କ୍ରିକେଟ କ୍ୟାରିୟରରେ ଅନେକ ବିରଳ ରେକର୍ଡ ନିଜ ନାମରେ କରିଛନ୍ତି । ସମାନ ବର୍ଷ ୧୮ ଡିସେମ୍ବରରେ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ମଧ୍ୟ ଖେଳିଥିଲେ ।

କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାମରେ କ୍ରିକେଟର ଲମ୍ବା ଫର୍ମାଟରେ ସର୍ବାଧିକ ରନ୍‌ର(୧୫,୪୨୬) ରେକର୍ଡ ରହିଛି । ଏଥିସହ ୫୧ଟି ଶତକ ରହିଛି ଯାହା ବିଶ୍ବ କ୍ରିକେଟରେ କୌଣସି ଖେଳାଳିଙ୍କ ଠାରୁ ସର୍ବାଧିକ ।

ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ମଧ୍ୟ ତାଙ୍କର ନାମ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ତାଲିକାର ଶୀର୍ଷରେ ରହିଛି । ଦିନିକିଆରେ ୧୮,୪୨୬ ରନ୍‌ ସହ ୪୯ଟି ଶତକ ସଚିନଙ୍କ ନାମରେ ରହିଛି । ୨୪ ବର୍ଷର ଲମ୍ବା କ୍ରିକେଟ କ୍ୟାରିୟରରେ ସେ ୬ଟି ବିଶ୍ବକପରେ ଦେଶକୁ ପ୍ରତିନିଧିତ୍ବ କରିଛନ୍ତି ଓ ୨୦୧୧ କ୍ରିକେଟ ବିଶ୍ବକପ ଚମ୍ପିଆନ ଭାରତୀୟ ଟିମର ବିଜୟୀ ସଦସ୍ୟ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.