ETV Bharat / sports

OCA ନିର୍ବାଚନ କାଉଣ୍ଟଡାଉନ, ଶୁକ୍ରବାର ନୋମିନେସନ

ଓସିଏ ନିର୍ବାଚନ ପାଇଁ ଆସନ୍ତାକାଲି(ଶୁକ୍ରବାର) ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଆଶୀର୍ବାଦ ବେହେରା ପ୍ୟାନେଲ ପକ୍ଷରୁ ୩ ଜଣ ପାର୍ଥୀ ଚୂଡାନ୍ତ । ଅଧିକ ପଢନ୍ତୁ

OCA ନିର୍ବାଚନ କାଉଣ୍ଟ ଡାଉନ
OCA ନିର୍ବାଚନ କାଉଣ୍ଟ ଡାଉନ
author img

By

Published : Oct 20, 2022, 4:54 PM IST

କଟକ: ଅକ୍ଟୋବର ୨୮ତାରିଖରେ ଅନୁଷ୍ଠିତ ହେବ ଓଡିଶା କ୍ରିକେଟ ଆସୋସିଏସନର(OCA) ନିର୍ବାଚନ । ଏନେଇ ଆସନ୍ତାକାଲିଠାରୁ (ଶୁକ୍ରବାର) ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଆଶୀର୍ବାଦ ବେହେରା ପ୍ୟାନେଲ ପକ୍ଷରୁ ୩ ଜଣ ପାର୍ଥୀ ଚୂଡାନ୍ତ ହୋଇସାରିଥିବାବେଳେ ସଭାପତି ପଦ ରେସ୍‌ରେ ରହିଛନ୍ତି ପ୍ରଣବ ପ୍ରକାଶ ଦାସ ।

OCA ନିର୍ବାଚନ କାଉଣ୍ଟ ଡାଉନ

ଏହା ମଧ୍ୟ ପଢନ୍ତୁ-ରାଜନୀତି ପରେ କ୍ରୀଡାରେ ବବିଙ୍କ ପ୍ରବେଶ, ଓସିଏ ନିର୍ବାଚନ ଭୋଟର ଲିଷ୍ଟରେ ପ୍ରକାଶ ପାଇଲା ନାଁ

ସେହିପରି ଉପସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ପଦ ପାଇଁ ସଞ୍ଜୟ ବେହେରାଙ୍କ ନାଁ ସ୍ଥିର କରି ସାରିଛି ପ୍ୟାନେଲ । ଯେଉଁ ଅନ୍ୟ ୩ଟି ପଦକୁ ନେଇ ଏବେବି ଛକାପଞ୍ଝା ଜାରି ରହିଛି । ଆସନ୍ତା ଅକ୍ଟୋବର ୨୨ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ଓ ୨୩ ତାରିଖ ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିବ ।

ଏହାସହ ସେହି ଦିନ ହିଁ ଚୂଡ଼ାନ୍ତ ତାଲିକା ବାହାରିବ ବୋଲି ପ୍ରକାଶ କରିଛନ୍ତି OCAର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା । ବର୍ତ୍ତମାନ ସୁଦ୍ଧା ତିନି ଜଣ ପ୍ରାର୍ଥୀ ଚୂଡ଼ାନ୍ତ ହୋଇସାରିଛନ୍ତି । ଯଦି ଗୋଟିଏ ପଦ ପାଇଁ ଏକରୁ ଅଧିକ ପାର୍ଥୀ ନାମାଙ୍କନ ନ ଭରନ୍ତି ତେବେ ୨୮ ରେ ନିର୍ବାଚନ ହେବ । ନଚେତ୍‌ ନିର୍ଦ୍ବନ୍ଦ୍ବରେ ତିନିଜଣ ପ୍ରାର୍ଥୀ ନିର୍ବାଚିତ ହେବାର ସମ୍ଭାବନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.