ETV Bharat / sports

ODI World Cup 2023: ମହାକାଶରେ ଅନାବରଣ ହେଲା ବିଶ୍ଵକପ୍ ଟ୍ରଫି, ଭିଡିଓ ସେୟାର କଲେ ଜୟ ଶାହା - ଅନାବରଣ ହେଲା ଦିନିକିଆ ବିଶ୍ଵକପ୍ ଟ୍ରଫି

ଅନାବରଣ ହେଲା ଦିନିକିଆ ବିଶ୍ଵକପ୍ ଟ୍ରଫି । କୌଣସି ଦେଶରେ ନୁହେଁ, ମହାକାଶରେ ଅନାବରଣ ହୋଇଛି ବିଶ୍ବକପ ଟ୍ରଫି । ଏହି ଭିଡିଓକୁ ବିସିସିଆଇ ସଚିବ ଜୟ ଶାହା ନିଜ ଟ୍ବିଟର ହ୍ୟାଣ୍ଡେଲ୍‌ରେ ସେୟାର କରିଛନ୍ତି । ଅଧିକ ପଢ଼ନ୍ତୁ

ମହାକାଶରେ ଅନାବରଣ ହେଲା ବିଶ୍ଵକପ୍ ଟ୍ରଫି
ମହାକାଶରେ ଅନାବରଣ ହେଲା ବିଶ୍ଵକପ୍ ଟ୍ରଫି
author img

By

Published : Jun 26, 2023, 10:45 PM IST

ନୂଆଦିଲ୍ଲୀ: ଭାରତରେ ଚଳିତ ବର୍ଷ ଅକ୍ଟୋବର- ନଭେମ୍ବର ମାସରେ ଆୟୋଜନ ହେବ ଦିନିକିଆ ବିଶ୍ଵକପ୍ ୨୦୨୩ । ଏହା ପୂର୍ବରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ଏକ ଅଭିନବ ଶୈଳୀରେ ଟ୍ରଫିର ଅନାବରଣ କରିଛି । ବିଶ୍ବର କୌଣସି ସ୍ଥାନରେ ନୁହେଁ, ବରଂ ମହାକାଶରେ ଏହି ଟ୍ରଫିକୁ ଅନାବରଣ କରାଯାଇଛି । ବିସିସିଆଇ ସଚିବ ଜୟ ଶାହ ନିଜ ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଏହି ବିଶ୍ଵକପ୍‌ ଟ୍ରଫିକୁ ମହାକାଶରେ ଅନାବରଣ କରାଯାଇଥିବା ସୂଚନା ଦେଇଛନ୍ତି । ପ୍ରଥମ ଥର ପାଇଁ କୌଣସି ଖେଳର ଟ୍ରଫିକୁ ମହାକାଶକୁ ପଠାଯାଇଛି ଏବଂ ସେଠାରେ ଏହାର ଅନାବରଣ କରାଯାଇଛି ବୋଲି ଲେଖିଛନ୍ତି ଜୟ ଶାହା । ବିସିସିଆଇ ସଚିବଙ୍କର ଏହି ଟ୍ବିଟ୍‌କୁ ବିସିସଆଇ ଅଫିସିଆଲ୍‌ ହ୍ୟାଣ୍ଡେଲ୍‌ରେ ରି-ଟ୍ବିଟ୍‌ କରାଯାଇଛି ।

  • An out-of-this-world moment for the cricketing world as the #CWC23 trophy unveiled in space. Marks a milestone of being one of the first official sporting trophies to be sent to space. Indeed a galactic start for the ICC Men's Cricket World Cup Trophy Tour in India. @BCCI @ICCpic.twitter.com/wNZU6ByRI5

    — Jay Shah (@JayShah) June 26, 2023 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ ଦିନିକିଆ ବିଶ୍ଵକପ୍ ୨୦୨୩ର ଏହି ଟ୍ରଫିକୁ ଗତ ଜୁନ ୨୪ରେ ସ୍ପେସ ଅଫିସକୁ ପଠାଯାଇଥିଲା । ବିଶ୍ବ ଖେଳ ଇତିହାସରେ ପ୍ରଥମ ଥର ପାଇଁ ୧ ଲକ୍ଷ ୨୦ ହଜାର ଫୁଟ୍ ଉଚ୍ଚତାରେ କୌଣସି ଟ୍ରଫିର ଅନାବରଣ କରାଯାଇଛି । ସେଠାରେ ତାପମାତ୍ରା -୬୫ ଡିଗ୍ରୀ ରହିଥିଲା । ମହାକାଶରୁ ଫେରିବା ପରେ ଟ୍ରଫିକୁ ଗୁଜରାଟ ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅବତରଣ କରାଯାଇଛି । ବିସିସିଆଇ ସଚିବ ଜୟ ଶାହ ମହାକାଶରେ ଟ୍ରଫିର ଏହି ଭିଡିଓକୁ ନିଜ ଟ୍ବିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଏହି ପୋଷ୍ଟରେ ସେ ଲେଖିଛନ୍ତି, "କ୍ରିକେଟ୍ ବିଶ୍ଵକପ୍ ୨୦୨୩ ଟ୍ରଫିର ମହାକାଶରେ ଅନାବରଣ କରାଗଲା । ବିଶ୍ବ କ୍ରିକେଟ୍ ପାଇଁ ଏହା ଏକ ବିରଳ ଦୃଶ୍ୟ । ଭାରତରେ ଆଇସିସି ପୁରୁଷ କ୍ରିକେଟ୍ ବିଶ୍ଵକପ୍‌ ଟ୍ରଫି ଅଭିଯାନର ଏହା ବାସ୍ତବରେ ଏକ ଦମଦାର ଆରମ୍ଭ ହୋଇଛି ।"

ପ୍ରକାଶ ଥାଉକି, "ଚଳିତ ବର୍ଷ ଅକ୍ଟୋବର- ନଭେମ୍ବର ମାସରେ ଭାରତରେ ଆଇସିସି ଦିନିକିଆ ବିଶ୍ଵକପ୍ ୨୦୨୩ ଆୟୋଜନ ହେବ । ଆସନ୍ତାକାଲି ଅର୍ଥାତ ଜୁନ ୨୭ ତାରିଖରେ ବିଶ୍ଵକପ୍‌ର କାର୍ଯ୍ୟସୂଚୀ ଜାରି କରିବ ବିସିସିଆଇ । ସେହିପରି ଆସନ୍ତାକାଲିଠାରୁ ଆଇସିସି ପୁରୁଷ ବିଶ୍ଵକପ୍‌ ଟ୍ରଫି ଆୟୋଜକ ଭାରତ ସମେତ କୁଏତ୍‌, ବାହାରିନ୍‌, ମାଲେସିଆ, ଆମେରିକା, ନାଇଜେରିଆ, ୟୁଗାଣ୍ଡା, ଫ୍ରାନ୍ସ, ଇଟାଲୀ ଏବଂ ଅଷ୍ଟ୍ରେଲିଆ ସମେତ ୧୮ ଦେଶ ଯାତ୍ରା କରିବ । ଏହା ପୂର୍ବରୁ ଆଜି (ସୋମବାର) ମହାକାଶରେ ବିଶ୍ବକପ ଟ୍ରଫିର ଅନାବରଣ ଦୃଶ୍ୟ ସେୟାର କରିଛନ୍ତି ବିସିସିଆଇ ସଚିବ ଜୟ ଶାହା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.