ETV Bharat / sports

INDvsNZ 1st T20I: ଟିମ ଇଣ୍ଡିଆର ବ୍ୟାଟିଂ ବିଫଳ, ୨୧ରନରେ ଜିତିଲା ନ୍ୟୁଜିଲାଣ୍ଡ

author img

By

Published : Jan 27, 2023, 10:40 PM IST

Updated : Jan 27, 2023, 10:50 PM IST

୨୧ ରନରେ ଜିତିଲା ନ୍ୟୁଜିଲାଣ୍ଡ । ୱାସିଂଟନ ସୁନ୍ଦରଙ୍କ ଲଢୁଆ ଅର୍ଦ୍ଧଶତକ ସତ୍ତ୍ବେ ପରାଜୟର ମୁହଁ ଦେଖିଛି ଭାରତ । ଅଧିକ ପଢନ୍ତୁ

ଭାରତ ବନାମ ନ୍ୟୁଜିଲାଣ୍ଡ
ଭାରତ ବନାମ ନ୍ୟୁଜିଲାଣ୍ଡ

ରାଞ୍ଚି : ଟିମ ଇଣ୍ଡିଆର ବ୍ୟାଟିଂ ବିଫଳ । ୨୧ ରନରେ ଜିତିଲା ନ୍ୟୁଜିଲାଣ୍ଡ । ଆଜି (ଶୁକ୍ରବାର) ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ୨୧ ରନରେ ଭାରତକୁ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ୱାସିଂଟନ ସୁନ୍ଦରଙ୍କ ଲଢୁଆ ଅର୍ଦ୍ଧଶତକ ସତ୍ତ୍ବେ ପରାଜୟର ମୁହଁ ଦେଖିଛି ଭାରତ । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୭୬ ରନ କରିଥିଲା । ଜବାବରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୫୫ ରନ କରିଛି ।

ୱାସିଙ୍ଗଟନ ସୁନ୍ଦରଙ୍କ ଲଢୁଆ ଅର୍ଦ୍ଧଶତକ ସତ୍ତ୍ବେ ଭାରତ ପ୍ରଥମ ଟି୨୦ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଛି । ୧୭୭ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । ହେଲେ ଆରମ୍ଭରୁ ହିଁ ଭାରତ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିଥିଲା । କିୱି ବୋଲର ଟିମ ଇଣ୍ଡିଆର ପ୍ରଥମ ବ୍ୟାଟିଂ ଅର୍ଡରକୁ ଧରାଶାୟୀ କରିଥିଲେ । ସୂର୍ଯ୍ୟକୁମାର ଯାଦବ ଏବଂ ୱାସିଙ୍ଗଟନ ସୁନ୍ଦରଙ୍କ ଲଢୁଆ ବ୍ୟାଟିଂ ବଳରେ ଭାରତ ୧୫୫ ରନ କରିବାରେ ସକ୍ଷମ ହୋଇପାରିଛି । ୩.୧ ଓଭରର ବେଳକୁ ଟିମ ଇଣ୍ଡିଆ ୩ ୱିକେଟ ହରାଇଥିବା ବେଳେ ଦଳୀୟ ସ୍କୋର ୧୫ ରହିଥିଲା ।

ଏହା ପରେ ମଇଦାନକୁ ଆସି ପାଳି ସମ୍ଭାଳିଥିଲେ ସୂର୍ଯ୍ୟକୁମାର ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା । ପାଣ୍ଡ୍ୟା ୨୦ ବଲରୁ ଗୋଟିଏ ଚୌକା ସହିତ ୨୧ ରନ କରିଆଉଟ ହୋଇଥିଲେ । ସେହିପରି Sky ୩୪ ବଲରୁ ୬ ଟି ଚୌକା ଏବଂ ୨ ଟି ଛକା ସହିତ ୪୭ ରନର ଦମଦାର ଇନିଂସ ଖେଳିଥିଲେ । ମଇଦାନରେ ମଇଦାନରେ ଲଢୁଆ ବ୍ୟାଟିଂ ଜାରି ରଖିଥିବା ୱାସିଙ୍ଗଟନ ସୁନ୍ଦର ୨୮ ବଲରୁ ୫ ଟି ଚୌକା ଏବଂ ୩ ଟି ଛକା ସହିତ ୫୦ ରନ ଇନିଂସ ଖେଳିଥିଲେ । ଦୀପକ ହୁଡା ୧୦ ରନ କରିଥିବା ବେଳେ ଅନ୍ୟବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର ଖେଳିନଥିଲେ ।

ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ମଇଦାନକୁ ଓହ୍ଲାଇଥିଲା କିୱି ଦଳ । ଡେଭନ କନୱେ ଏବଂ ଡେରାଇଲ ମିଚେଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପାଳି ବଳରେ ନ୍ୟୁଜିଲାଣ୍ଡ ୧୭୬ ରନ କରିବାରେ ସକ୍ଷମ ହୋଇପାରିଛି । ଡେଭନ କନୱେ ୩୫ ବଲରୁ ୭ ଟି ଚୌକା ଏବଂ ଗୋଟିଏ ଛକା ବଳରେ ୫୨ ରନ ଇନିଂସ ଖେଳି ଆଉଟ ହୋଇଥିଲେ । ସେହିପରି ଡାରେଇଲ ମିଚାଇଲ ୩୦ ବଲରୁ ୩ ଟି ଚୌକା ଏବଂ ୫ ଟି ଚୌକା ସହିତ ସର୍ବାଧିକ ୫୯ ରନର ଇନିଂସ ଖେଳି ଅପରାଜିତ ରହିଥିଲେ । ମିଚେଲ ସାଣ୍ଟନର, ଲକି ଫରଗୁସନ, ମାଇକେଲ ବ୍ରାସୱେଲ ୨ ଟି ୱିକେଟ ନେଇଥିବା ବେଳେ ଜକୋବ ଡୁଫି ଓ ଇସ୍ ସୋଧି ଗୋଟିଏ ୱିକେଟ ନେଇଥିଲେ ।

Last Updated : Jan 27, 2023, 10:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.