ETV Bharat / sports

ପାକିସ୍ତାନରେ ସୁରକ୍ଷା ଟେନସନ, ପ୍ରଥମ ମ୍ୟାଚ ପୂର୍ବରୁ ଗସ୍ତ ବାତିଲ କଲା ନ୍ୟୁଜିଲାଣ୍ଡ - ବ୍ଲାକ କ୍ୟାପ୍‌ସ ଅପଡେଟ୍‌

ଆଜିଠାରୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ-ପାକିସ୍ତାନ ମଧ୍ୟରେ ଦିନିକିଆ ଓ ଟି-୨୦ ସିରିଜ୍‌ ବାତିଲ ହୋଇଛି । ପ୍ରଥମ ମ୍ୟାଚ ରାଓ୍ବଲପିଣ୍ଡିରେ ଖେଳାଯିବାକୁ ଥିଲା । ବର୍ତ୍ତମାନ ନ୍ୟୁଜିଲାଣ୍ଡ ଟିମ୍ ନିଜ ଦେଶକୁ ଫେରିଯିବ । ଅଧିକ ପଢନ୍ତୁ...

ପାକିସ୍ତାନରେ ସୁରକ୍ଷାଗତ ସମସ୍ୟା, ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ ପୂର୍ବରୁ ବାତିଲ୍‌

author img

By

Published : Sep 17, 2021, 4:30 PM IST

ଇସଲାମାବାଦ: ଆଜିଠାରୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ-ପାକିସ୍ତାନ ମଧ୍ୟରେ ଦିନିକିଆ ଓ ଟି-୨୦ ସିରିଜ୍‌ ବାତିଲ ହୋଇଛି । ପ୍ରଥମ ମ୍ୟାଚ ରାଓ୍ବଲପିଣ୍ଡିରେ ଖେଳାଯିବାକୁ ଥିଲା । ତେବେ ସୁରକ୍ଷାଗତ କାରଣଙ୍କୁ ନ୍ୟୁଜିଲାଣ୍ଡ ଟିମ୍ ସମ୍ପୂର୍ଣ୍ଣ ଗସ୍ତକୁ ବାତିଲ କରିଛି । ଏହାକୁ ନେଇ ଟ୍ବିଟ୍‌ କରି ସ୍ପଷ୍ଟ କରିଛି ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ । ୨୦୦୩ ମସିହା ପରେ ପ୍ରଥମ ଥର ପାଇଁ ପାକିସ୍ତାନ ମାଟିରେ ସିରିଜ ଖେଳିଥାନ୍ତା ନ୍ୟୁଜିଲାଣ୍ଡ ଦଳ ।

  • The BLACKCAPS are abandoning their tour of Pakistan following a New Zealand government security alert.

    Arrangements are now being made for the team’s departure.

    More information | https://t.co/Lkgg6mAsfu

    — BLACKCAPS (@BLACKCAPS) September 17, 2021 " class="align-text-top noRightClick twitterSection" data=" ">

ପାକିସ୍ତାନରେ ନ୍ୟୁଜିଲାଣ୍ଡ ଦଳ ପାଇଁ ସୁରକ୍ଷାଗତ ସମସ୍ୟା ରହିଛି । ନ୍ୟୁଜିଲାଣ୍ଡର ସୁରକ୍ଷା ପରାମର୍ଶଦାତାଙ୍କ ସହ ମତ ନେବାପରେ ପ୍ରଥମ ମ୍ୟାଚ ପୂର୍ବରୁ ଗସ୍ତ ଆରମ୍ଭ ହେବା ପୂର୍ବରୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ । ଆଜି ହିଁ ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନ ଛାଡ଼ିବ । ଖେଳାଳିଙ୍କ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଉଛି ।

ଏହାକୁ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ମୁଖ୍ୟ ଡେବିଡ ହ୍ୱାଇଟ୍‌ କହିଛନ୍ତି, "ଆମକୁ ଯେଉଁ ପରାମର୍ଶ ମିଳୁଥିବା ତାହାରି ମଧ୍ୟରେ ଗସ୍ତ ଜାରି ରଖିବା ସମ୍ଭବ ନଥିଲା । ପିସିବି ପାଇଁ ଏହାଏକ ଝଟକା ହେବ ତାହା ମୁଁ ବୁଝି ପାରୁଛି । କିନ୍ତୁ ଆମ ପାଇଁ ଖେଳାଳିଙ୍କ ସୁରକ୍ଷା ସର୍ବୋପରି । ଏଥିପାଇଁ ଏହି ଜଟିଳ ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛୁ ।"

ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡର ଏହି ନିଷ୍ପତ୍ତିକୁ ସମର୍ଥନ କରିଛି ନ୍ୟୁଜିଲାଣ୍ଡ କ୍ରିକେଟ ପ୍ଲେୟାର୍ସ ଆସୋସିଏସନ ମୁଖ୍ୟ ହିଥ୍‌ ମିଲ୍ସ । ସେ କହିଛନ୍ତି ଯେ, "କିୱି କ୍ରିକେଟର ବର୍ତ୍ତମାନ ସୁରକ୍ଷିତ ରହିଛନ୍ତି । ପାକିସ୍ତାନରୁ ବାହାରିବାକୁ ପ୍ରକ୍ରିୟା ଜାରି ରହିଛି ।"

ତେବେ ନ୍ୟୁଜିଲାଣ୍ଡ ଦଳ ଉପରେ ପାକିସ୍ତାନରେ କେଉଁ ଭଳି ଭାବରେ ଅସୁରକ୍ଷିତ ମଣୁଛନ୍ତି ତାହାର ବିବରଣୀ ଦିଆଯାଇନାହିଁ । ଏହାକୁ ନେଇ କୌଣସି ଉତ୍ତରେ ଦେବାକୁ ମନା କରି ଦେଇଛନ୍ତି ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.