ETV Bharat / sports

IND vs NZ 1st T20I: କନୱେ-ମିଚେଲଙ୍କ ଅର୍ଦ୍ଧଶତକ, ଭାରତ ଆଗରେ ୧୭୭ ରନ୍ ଟାର୍ଗେଟ

author img

By

Published : Jan 27, 2023, 8:47 PM IST

Updated : Jan 27, 2023, 10:04 PM IST

ଆଜି ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯାଉଛି । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୭୬ ରନ କରିଛି । ଅଧିକ ପଢନ୍ତୁ

ଟିମ ଇଣ୍ଡିଆ
ଟିମ ଇଣ୍ଡିଆ

ରାଞ୍ଚି : ଭାରତ ଆଗରେ ୧୭୭ ରନର ଟାର୍ଗେଟ । ଆଜି (ଶୁକ୍ରବାର) ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯାଉଛି । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୭୬ ରନ କରିଛି । ଡେଭନ କନୱେ ଏବଂ ଡେରାଇଲ ମିଚେଲ ଜବରଦସ୍ତ ଅର୍ଦ୍ଧଶତକ ପାଳି ଖେଳିଛନ୍ତି । ୱାସିଙ୍ଗଟନ ସୁନ୍ଦର ୨ ଟି ୱିକେଟ ନେଇଛନ୍ତି ।

ଭାରତ ଟସ ଜିତି ଅଧିନାୟକ ହାର୍ଦ୍ଦକ ପାଣ୍ଡ୍ୟା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ମଇଦାନକୁ ଓହ୍ଲାଇଥିଲା କିୱି ଦଳ । ଡେଭନ କନୱେ ଏବଂ ଡେରାଇଲ ମିଚେଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପାଳି ବଳରେ ନ୍ୟୁଜିଲାଣ୍ଡ ୧୭୬ ରନ କରିବାରେ ସକ୍ଷମ ହୋଇପାରିଛି । ଓପନିଂ ଯୋଡି ଆରମ୍ଭରୁ ଭଲ ପାଳି ଆରମ୍ଭ କରିଥିଲେ । ପ୍ରଥମ ୱିକେଟ ବେଳକୁ ନ୍ୟଜିଲାଣ୍ଡର ଦଳୀୟ ସ୍କୋର ୪.୨ ଓଭରରେ ୪୩ ରନ ହୋଇଥିଲା । ତୃତୀୟ ଅର୍ଡରରେ ବ୍ୟାଟିଂ ପାଇଁ ଆସିଥିବା ମାର୍କ ଚପମେନ ଖାତା ଖୋଲି ନ ପାରି ଶୂନରେ ଆଉଟ ହୋଇ ପାଭଲିୟନ ଲେଉଟିଥିଲେ । ସେହିପରି ଗ୍ଲେନ ଫିଲିପ୍ସ ୨୨ ବଲରୁ ୧୭ ରନ କରି ପାଭଲିୟନ ଫେରିଥିଲେ । ଏହା ପରେ ଡେଭନ କନୱେ ଏବଂ ଡାରେଇଲ ମିଚାଇଲଙ୍କ ଇନିଂସ ବଳରେ ଦଳୀୟ ସ୍କୋର ଆଗକୁ ବଢିଥିଲା । ଉଭୟ ଧୂଆଁଧାର ଅର୍ଦ୍ଧଶତକ ପାଳି ଖେଳିଥିଲେ । ଡେଭନ କନୱେ ୩୫ ବଲରୁ ୭ ଟି ଚୌକା ଏବଂ ଗୋଟିଏ ଛକା ବଳରେ ୫୨ ରନ ଇନିଂସ ଖେଳି ଆଉଟ ହୋଇଥିଲେ । ସେହିପରି ଡାରେଇଲ ମିଚାଇଲ ୩୦ ବଲରୁ ୩ ଟି ଚୌକା ଏବଂ ୫ ଟି ଚୌକା ସହିତ ସର୍ବାଧିକ ୫୯ ରନର ଇନିଂସ ଖେଳି ଅପରାଜିତ ରହିଥିଲେ । ସେହିପରି ବ୍ରାସୱେଲ ଇଶାନ କିଶାନଙ୍କ ରନ ଆଉଟରେ ଶିକାର ହୋଇ ୧ ରନ କରି ପାଭଲିୟନ ଫେରିଥିଲେ । ଅଧିନାୟକ ମିଚେଲ ସାଣ୍ଟନର ୭ ରନ କରିଥିଲେ ।

ଭାରତୀୟ ବୋଲର ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ କରିଥିଲେ । ୱାସିଙ୍ଗଟସ ସୁନ୍ଦର ସର୍ବାଧିକ ୨ଟି ୱିକେଟ ଅକ୍ତିଆର କରିଥିଲେ । ଅର୍ଶଦୀପ ସିଂହ, ଶିଭମ ମାଭି, କୂଲଦୀପ ଯାଦବ ଗୋଟିଏ ୱିକେଟ ନେଇଥିଲେ । ଭାରତ ୧୭୭ ରନର ଟାର୍ଗେଟ ନେଇ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଛି ।

Last Updated : Jan 27, 2023, 10:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.