ETV Bharat / sports

ଜୀବନ ଯୁଦ୍ଧରେ ହାରିଗଲେ ଜାତୀୟ ପାରା-ସୁଇମିଂ ଚମ୍ପିଆନ ଅମର୍ତ୍ତ୍ୟ - ଅମର୍ତ୍ତ୍ୟ ଚକ୍ରବର୍ତ୍ତୀଙ୍କ ପରଲୋକ

ଅକାଳରେ ଯୁବ ଜାତୀୟ ପାରା ସୁଇମିଂ ଚମ୍ପିଆନ ଅମର୍ତ୍ତ୍ୟ ଚକ୍ରବର୍ତ୍ତୀଙ୍କ ପରଲୋକ ହୋଇଛି । ୧୯ ବର୍ଷ ବୟସରେ ସେ ଦିଲ୍ଲୀ ସ୍ଥିତ ଜିବି ହସ୍ପିଟାଲ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଅଧିକ ପଢ଼ନ୍ତୁ

ଯୁବ ଜାତୀୟ ସ୍ବିମରଙ୍କ ପରଲୋକ, ଦୀର୍ଘଦିନ ଧରି ଥିଲେ ଶଯ୍ୟାଶାୟୀ

author img

By

Published : Apr 21, 2022, 7:07 PM IST

ହାଇଦ୍ରାବାଦ: ଅକାଳରେ ଯୁବ ଜାତୀୟ ପାରା ସୁଇମିଂ ଚମ୍ପିଆନ ଅମର୍ତ୍ତ୍ୟ ଚକ୍ରବର୍ତ୍ତୀଙ୍କ ପରଲୋକ ଘଟିଛି । ୧୯ ବର୍ଷ ବୟସରେ ସେ ଦିଲ୍ଲୀ ସ୍ଥିତ ଜିବି ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ହେଲା ସେ ଅସୁସ୍ଥ ହୋଇ ଶଯ୍ୟାଶାୟୀ ରହିଥିଲେ ।

ରିପୋର୍ଟ ମୁତାବକ ୧୯ ବର୍ଷ ବୟସ୍କ ଯୁବ ପାରାକ୍ରୀଡ଼ାବିତ୍‌ଙ୍କ ମେରୁଦଣ୍ଡରେ ସମସ୍ୟା ଦେଖା ଦେଇଥିଲା । ତାଙ୍କ ମେରୁଦଣ୍ଡର ତଳଭାଗ କାମ କରିବା ବନ୍ଦ କରି ଦେଇଥିଲା । ଫଳରେ ସେ ଦୀର୍ଘଦିନ ହେଲା ଶଯ୍ୟାଶାୟୀ ହୋଇ ରହିଥିଲେ । ମେଡିକାଲ ଭାଷାରେ ଏହାକୁ (arteriovenous malformation) ଆର୍ଟିଓଭେନସ ମାଲଫର୍ମେଶନ ବୋଲି କୁହାଯାଏ ।

ଏଭଳି ରୋଗର ଘରୋଇ ମେଡିକାଲରେ ଚିକିତ୍ସା ପାଇଁ ଅମର୍ତ୍ତ୍ୟଙ୍କ ବାପାଙ୍କ ପାଖରେ ସମ୍ବଳ ନଥିଲା । ତାଙ୍କ ବାପା ଅମିତୋଶଙ୍କ ମୁତାବକ ଅମର୍ତ୍ତ୍ୟଙ୍କ ଚିକିତ୍ସା କେବଳ ଦିଲ୍ଲୀ ଏମ୍‌ସ୍‌, ଇଂଲଣ୍ଡ କିମ୍ବା ଆମେରିକାରେ ସମ୍ଭବ ଥିଲା । ଏଥିରେ ପ୍ରାୟ ୫୦ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହୋଇଥାଆନ୍ତା । ପୁଅର ଚିକିତ୍ସା ବାବଦ ଖର୍ଚ୍ଚ ସହାୟତ ପାଇଁ ସେ କ୍ରୀଡ଼ା ମନ୍ତ୍ରାଳୟ, ଜାତୀୟ କ୍ରୀଡ଼ା ପ୍ରାଧୀକରଣ ଓ ଜାତୀୟ ପାରାଲମ୍ପିକ୍ କମିଟି ନିକଟରେ ଗୁହାରି କରିଥିଲେ ମଧ୍ୟ କିଛି ଲାଭ ହୋଇନଥିଲା ।

ଅମର୍ତ୍ତ୍ୟଙ୍କ ବାପା ଅମିତୋଶ ମାସିକ ମାତ୍ର ୧୮ ହଜାର ଟଙ୍କା ରୋଜଗାର କରୁଥିଲେ । ଯାହା କିଛି ସଞ୍ଚୟ ଥିଲା ସବୁ ପୁଅର ଚିକିତ୍ସାରେ ଖର୍ଚ୍ଚ ହୋଇଗଲା । ଏହାସତ୍ତ୍ବେ ସେ ପୁଅର ଜୀବନ ବଞ୍ଚାଇ ପାରିଲେନି ବୋଲି କହିଛନ୍ତି ।

ଚମ୍ପିଆନ ସ୍ବିମର ଅମର୍ତ୍ତ୍ୟ ଜାତୀୟ ସ୍ତରରେ ୩୦ଟି ପଦକ ହାସଲ କରିଛନ୍ତି । ସେ ସବ୍‌ ଜୁନିଅର ଜୁନିଅର କ୍ଷେତ୍ରରେ ଅସ୍ଥାୟୀ ଦିବ୍ୟାଙ୍ଗ କାଟାଗୋରୀରେ ସ୍ଥାନିତ ହୋଇଥିଲେ । ଏଥିପାଇଁ ସେ ୨୦୧୭ରେ ଏସିଆନ୍‌ ୟୁଥ୍‌ ପାରା ଗେମ୍ସରେ ଭାଗ ନେଇ ପାରିନଥିଲେ । ଅନ୍ତର୍ଜାତୀୟ ପାରାଲମ୍ପିକ କମିଟି ପକ୍ଷରୁ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା ।

IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.