ETV Bharat / sports

ଜାତୀୟ କ୍ରୀଡାରେ ଓଡିଶାକୁ ପ୍ରଥମ ପଦକ ଭେଟି ଦେଲେ ସ୍ନେହା ସୋରେନ

author img

By

Published : Sep 30, 2022, 9:17 PM IST

ଅହମ୍ମଦାବାଦରେ ଅନୁଷ୍ଠିତ ଜାତୀୟ କ୍ରୀଡାରେ ( 36th National Games ) ଓଡିଶାକୁ ମିଳିଲା ପ୍ରଥମ ସଫଳତା । ସ୍ନେହା ସୋରେନ ୪୯ କିଗ୍ରା ୱେଟ ଲିଫଟିଙ୍ଗରେ ବ୍ରୋଞ୍ଜ ପଦକ ହାସଲ କରି ଓଡିଶାର ପଦକ ଅଭିଯାନ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

ଜାତୀୟ କ୍ରୀଡାରେ ଓଡିଶାକୁ ପ୍ରଥମ ପଦକ ଭେଟି ଦେଲେ ସ୍ନେହା ସୋରେନ
ଜାତୀୟ କ୍ରୀଡାରେ ଓଡିଶାକୁ ପ୍ରଥମ ପଦକ ଭେଟି ଦେଲେ ସ୍ନେହା ସୋରେନ

ଗୁଜୁରାଟ: ଅହମ୍ମଦାବାଦରେ ଅନୁଷ୍ଠିତ ଜାତୀୟ କ୍ରୀଡାରେ ( 36th National Games ) ଓଡିଶାକୁ ମିଳିଲା ପ୍ରଥମ ସଫଳତା । ଭାରତ୍ତୋଳନକାରୀ ସ୍ନେହା ସୋରେନ ଓଡିଶା ପାଇଁ ଶୁକ୍ରବାର ପ୍ରଥମ ପଦକ ହାସଲ କରିଛନ୍ତି । ସ୍ନେହା ସୋରେନ ୪୯ କିଗ୍ରା ୱେଟ ଲିଫଟିଙ୍ଗରେ ବ୍ରୋଞ୍ଜ ପଦକ ହାସଲ କରି ଓଡିଶାର ପଦକ ଅଭିଯାନ ଆରମ୍ଭ କରିଛନ୍ତି । ଏହି ପ୍ରତିଯୋଗିତାରେ ଟୋକିଓ ଅଲମ୍ପିକ୍ସରେ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ ( Olympic silver medalist Mirabai Chanu ) ୱେଟ ଲିଫଟିଙ୍ଗରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ସଞ୍ଜିତା ଚାନୁ ଦ୍ବିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରିଥିବା ବେଳେ ଓଡିଶାର ସ୍ନେହା ସୋରେନ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

Here's Our Champ @mirabai_chanu 🏋️ sharing her experience after winning Gold 🥇in the 49kg weight category 🤩 at the #36thNationalGames 💯

Many congratulations Mira!! #NationalGames2022@WeAreTeamIndia @Nat_Games_Guj @sagofficialpage @SAI_imphal @ddsportschannel pic.twitter.com/yAX6dvjaDM

— SAI Media (@Media_SAI) September 30, 2022

ଜାତୀୟ କ୍ରୀଡାରେ ସ୍ବର୍ଣ୍ଣ ପଦକ ଜିତିବା ପରେ ମୀରାବାଇ ଚାନୁ କହିଛନ୍ତି "ଜାତୀୟ କ୍ରୀଡାରେ ମଣିପୁରରୁ ପ୍ରତିନିଧିତ୍ବ କରିବା ମୋ ପାଇଁ ଗୌରବର କଥା । ଯେତେବେଳେ ଉଦଘାଟନ ସମାରୋହରେ ମୋତେ ଦଳ ତରଫରୁ ନେତୃତ୍ବ କରିବାକୁ କୁହାଯାଇଥିଲା ସେତେବେଳେ ମୁଁ ଦୁଇଗୁଣା ଉତ୍ସାହିତ ଥିଲି ।"

ଗତକାଲି ( ଗୁରୁବାର ) ଅହମ୍ମଦାବାଦରେ ଆରମ୍ଭ ହୋଇଛି ୩୬ତମ ସଂସ୍କରଣ ଜାତୀୟ କ୍ରୀଡା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟ ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଯୋଗ ଦେଇ ଜାତୀୟ କ୍ରୀଡାର ଉଦଘାଟନ କରିଥିଲେ । ଏହି ଉଦଘାଟନ ସମାରୋହରେ ଅଲମ୍ପିଆନ ପିଭି ସିନ୍ଧୁ, ଟୋକିଓ ଅଲମ୍ପିକରେ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଏବଂ ଅଲମ୍ପିଆନ ରବି ଦହିୟା ପ୍ରମୁଖ ଯୋଗ ଦେଇଥିଲେ । ସେହିପରି କେନ୍ଦ୍ରକୀଡା ମନ୍ତ୍ରୀ ଅନୁରାଗ ଠାକୁର ଏବଂ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଯୋଗ ଦେଇ କ୍ରୀଡାବିତ ମାନଙ୍କୁ ଅଭିବାଦନ ଜଣାଇଥିଲେ ।

ଗୁଜୁରାଟ: ଅହମ୍ମଦାବାଦରେ ଅନୁଷ୍ଠିତ ଜାତୀୟ କ୍ରୀଡାରେ ( 36th National Games ) ଓଡିଶାକୁ ମିଳିଲା ପ୍ରଥମ ସଫଳତା । ଭାରତ୍ତୋଳନକାରୀ ସ୍ନେହା ସୋରେନ ଓଡିଶା ପାଇଁ ଶୁକ୍ରବାର ପ୍ରଥମ ପଦକ ହାସଲ କରିଛନ୍ତି । ସ୍ନେହା ସୋରେନ ୪୯ କିଗ୍ରା ୱେଟ ଲିଫଟିଙ୍ଗରେ ବ୍ରୋଞ୍ଜ ପଦକ ହାସଲ କରି ଓଡିଶାର ପଦକ ଅଭିଯାନ ଆରମ୍ଭ କରିଛନ୍ତି । ଏହି ପ୍ରତିଯୋଗିତାରେ ଟୋକିଓ ଅଲମ୍ପିକ୍ସରେ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ ( Olympic silver medalist Mirabai Chanu ) ୱେଟ ଲିଫଟିଙ୍ଗରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ସଞ୍ଜିତା ଚାନୁ ଦ୍ବିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରିଥିବା ବେଳେ ଓଡିଶାର ସ୍ନେହା ସୋରେନ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ଜାତୀୟ କ୍ରୀଡାରେ ସ୍ବର୍ଣ୍ଣ ପଦକ ଜିତିବା ପରେ ମୀରାବାଇ ଚାନୁ କହିଛନ୍ତି "ଜାତୀୟ କ୍ରୀଡାରେ ମଣିପୁରରୁ ପ୍ରତିନିଧିତ୍ବ କରିବା ମୋ ପାଇଁ ଗୌରବର କଥା । ଯେତେବେଳେ ଉଦଘାଟନ ସମାରୋହରେ ମୋତେ ଦଳ ତରଫରୁ ନେତୃତ୍ବ କରିବାକୁ କୁହାଯାଇଥିଲା ସେତେବେଳେ ମୁଁ ଦୁଇଗୁଣା ଉତ୍ସାହିତ ଥିଲି ।"

ଗତକାଲି ( ଗୁରୁବାର ) ଅହମ୍ମଦାବାଦରେ ଆରମ୍ଭ ହୋଇଛି ୩୬ତମ ସଂସ୍କରଣ ଜାତୀୟ କ୍ରୀଡା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟ ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଯୋଗ ଦେଇ ଜାତୀୟ କ୍ରୀଡାର ଉଦଘାଟନ କରିଥିଲେ । ଏହି ଉଦଘାଟନ ସମାରୋହରେ ଅଲମ୍ପିଆନ ପିଭି ସିନ୍ଧୁ, ଟୋକିଓ ଅଲମ୍ପିକରେ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଏବଂ ଅଲମ୍ପିଆନ ରବି ଦହିୟା ପ୍ରମୁଖ ଯୋଗ ଦେଇଥିଲେ । ସେହିପରି କେନ୍ଦ୍ରକୀଡା ମନ୍ତ୍ରୀ ଅନୁରାଗ ଠାକୁର ଏବଂ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଯୋଗ ଦେଇ କ୍ରୀଡାବିତ ମାନଙ୍କୁ ଅଭିବାଦନ ଜଣାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.