ETV Bharat / sports

ଇତିହାସ ରଚିଲେ Ajaz Patel, ଭାରତର ସମସ୍ତ ୧୦ ୱିକେଟ ନେଲେ

୧୪୪ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ଗୋଟିଏ ଇଂନିସରେ ସମସ୍ତ ୧୦ ୱିକେଟ ହାସଲ କରିବାରେ ନ୍ୟୁଜିଲାଣ୍ଡର ଏଜାଜ ପଟେଲ ବିଶ୍ବର ତୃତୀୟ ବୋଲର ହୋଇନ୍ତି । ଅଧିକ ପଢନ୍ତୁ

author img

By

Published : Dec 4, 2021, 3:00 PM IST

Updated : Dec 4, 2021, 3:28 PM IST

Mumbai-born Ajaz Patel takes 10 in an innings, 3rd in 144-year Test history after Laker and Kumble
ଇତିହାସ ରଚିଲେ ଏଜାଜ ପଟେଲ, ଭାରତର ସମସ୍ତ ୧୦ ୱିକେଟ ନେଲେ

ମୁମ୍ବାଇ: ସ୍ଥାନୀୟ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟେଷ୍ଟରେ ଇଚିହାସ ରଚିଲେ ମୁମ୍ବାଇ ଜନ୍ମିତ ବାମହାତୀ ସ୍ପିନର ଏଜାଜ ପଟେଲ । ୧୪୪ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ଗୋଟିଏ ଇଂନିସରେ ସମସ୍ତ ୧୦ ୱିକେଟ(10 wickets in an innings) ହାସଲ କରିବାରେ ନ୍ୟୁଜିଲାଣ୍ଡର ଏଜାଜ ପଟେଲ ବିଶ୍ବର ତୃତୀୟ ବୋଲର ହୋଇଛନ୍ତି ।

ମୁମ୍ବାଇ ଟେଷ୍ଟର ଦ୍ବିତୀୟ ଦିନରେ ଏହି ବିରଳ କିର୍ତ୍ତୀମାନ ନିଜ ନାମରେ କରିଛନ୍ତି ଏଜାଜ ପଟେଲ । ମୁମ୍ବାଇରେ ଜନ୍ମ ହୋଇଥିଲେ ମଧ୍ୟ ପରିବାର ସହିତ ପଟେଲ ନ୍ୟୁଜିଲାଣ୍ଡ ଚାଲିଯାଇଥିଲେ । ଏକାକୀ ୪୭.୫ ଓଭର ବୋଲି କରି ୧୧୯ ରନ୍‌ ବ୍ୟୟରେ ୧୨ଟି ମେଡାନ ଓଭର ସହ ଭାରତୀୟ ଇଂନିସର ସମସ୍ତ ୧୦ ୱିକେଟ ହାସଲ କରିଛନ୍ତି । ଏହି ଐତିହାସିକ ପ୍ରଦର୍ଶନ ସହ ଇଂଲଣ୍ଡର ମହାନ କ୍ରିକେଟର ଜିମ ଲେକର ଓ ଭାରତୀୟ କିମ୍ବଦନ୍ତୀ ଅନିଲ କୁମ୍ବଲେଙ୍କ ରେକର୍ଡର ସମକକ୍ଷ ମଧ୍ୟ ହୋଇଛନ୍ତି । ଟେଷ୍ଟ କ୍ରିକେଟ ଇତିହାସରେ ପୂର୍ବରୁ ଏହି ଦୁଇ ଖେଳାଳିଙ୍କ ନାମରେ ଗୋଟିଏ ଇଂନିସରେ ସମସ୍ତ ୧୦ ୱିକେଟ ହାସଲ କରିବାର ବିରଳ ରେକର୍ଡ ରହିଥିଲା ।

ଏହାମଧ୍ୟ ପଢନ୍ତୁ: Omicron Scare: ସପ୍ତାହେ ଘୁଞ୍ଚିପାରେ ଟିମ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ

୩୩ ବର୍ଷୀୟ ପଟେଲ ନିଜ ଟେଷ୍ଟ କ୍ୟାରିୟରର ଏକାଦଶତମ ଟେଷ୍ଟ ଖେଳୁଥିବାବେଳେ ପୂର୍ବରୁ ଦୁଇଥର ୫ ୱିକେଟ ହାସଲ କରିଛନ୍ତି । ଶନିବାର ସଫଳତା ପୂର୍ବରୁ ୭ ୱିକେଟ ହାସଲ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା ।

୪ଟି ପର୍ଯ୍ୟାୟରେ ସେ ନିଜର ୪୭.୫ ଓଭର ବୋଲିଂ କରିଥିଲେ । ୨୪-୧୦-୫୭-୪, ୫-୦-୧୬-୦, ୬-୦-୧୬-୨, ୧୨.୫-୨-୩୦-୪ ତାଙ୍କର ସ୍ପେଲ ରହିଥିଲା । ମହମ୍ମଦ ସିରାଜଙ୍କୁ ଆଉଟ୍‌ କରି ଏଜାଜ ୧୦ ୱିକେଟ ପୂରଣ କରିଥିଲେ ।

ଏହି ବିରଳ ସଫଳତା ପରେ ଭାରତୀୟ ଟିମର ସମସ୍ତ ସଦସ୍ୟ ଠିଆହୋଇ ପଟେଲଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଡୋଗଲସ ଜାର୍ଡିନ(Douglas Jardine)ଙ୍କ ପରେ ପଟେଲ ଦ୍ବିତୀୟ ଖେଳାଳି ଭାବେ ଜନ୍ମ ହୋଇଥିବା ଭାରତୀୟ ସହରରେ ଭାରତ ବିପକ୍ଷରେ ମ୍ୟାଚ୍‌ ଖେଳିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 4, 2021, 3:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.